ଜଳବାୟୁ ସଂରକ୍ଷଣ ଯୋଜନା: ୧୫୦୦ରୁ ୬୩ ଫଳପ୍ରଦ

Advertisment

ଜଳବାୟୁ ପରିବର୍ତ୍ତନରେ ବାୟୁ ପ୍ରଦୂଷଣର ପ୍ରମୁଖ ଭୂମିକା ରହିଛି। ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ବାଷ୍ପ ପରି ମନୁଷ୍ୟକୃତ ସବୁଜଗୃହ ବାଷ୍ପ ନିର୍ଗମନ ଦ୍ବାରା ଏହା ଘଟିଥାଏ।

ଜଳବାୟୁ ପରିବର୍ତ୍ତନରେ ବାୟୁ ପ୍ରଦୂଷଣର ପ୍ରମୁଖ ଭୂମିକା ରହିଛି। ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ବାଷ୍ପ ପରି ମନୁଷ୍ୟକୃତ ସବୁଜଗୃହ ବାଷ୍ପ ନିର୍ଗମନ ଦ୍ବାରା ଏହା ଘଟିଥାଏ।

sfsfsf

ଜଳବାୟୁ ପରିବର୍ତ୍ତନରେ ବାୟୁ ପ୍ରଦୂଷଣର ପ୍ରମୁଖ ଭୂମିକା ରହିଛି। ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ବାଷ୍ପ ପରି ମନୁଷ୍ୟକୃତ ସବୁଜଗୃହ ବାଷ୍ପ ନିର୍ଗମନ ଦ୍ବାରା ଏହା ଘଟିଥାଏ। ତେବେ ଏହାର କୁପରିଣତିରୁ ଜୀବଜଗତକୁ ବଞ୍ଚାଇ ରଖିବା ଲାଗି ବିଭିନ୍ନ ରାଷ୍ଟ୍ର ସମଗ୍ର ଭାବେ ବାୟୁମଣ୍ଡଳକୁ ବାର୍ଷିକ ୬୦ କୋଟି ଟନ୍‌ରୁ ୧୮୦ କୋଟି ଟନ୍‌ ଓଜନର ଅଙ୍ଗାରକାମ୍ଳ ବାଷ୍ପ ହ୍ରାସ ପାଇଁ ସହମତ ହୋଇଛନ୍ତି। ମାତ୍ର ଏକ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ବାୟୁ ପ୍ରଦୂଷଣ ରୋକିବା ପାଇଁ, ବିଶେଷ କରି, ଅଙ୍ଗାରକାମ୍ଳ ନିର୍ଗମନକୁ କମାଇବା ପାଇଁ  ସଂଯୁକ୍ତ ରାଷ୍ଟ୍ର ସଂଘ ଦ୍ବାରା ପ୍ରସ୍ତାବିତ ୧୫୦୦ ପ୍ରକାରର ଜଳବାୟୁଭିତ୍ତିକ ଯୋଜନାର ମାତ୍ର ୪ ପ୍ରତିଶତ ଅର୍ଥାତ୍‌ ମାତ୍ର ୬୩ଟି ଯୋଜନା ଫଳପ୍ରଦ ବୋଲି ଜଣାଯାଇଛି। ଏପରିକି ଆମ ଭାରତରେ ନିର୍ଦ୍ଧାରିତ ନିର୍ଗମନ ହ୍ରାସ ସ୍ତର ହାସଲ କରିବା ଲାଗି କୌଣସି ବି ଯୋଜନା ଫଳବତୀ ହୋଇପାରିନଥିବା କୁହାଯାଇଛି।

ସୂଚନାଯୋଗ୍ୟ, ବିଶ୍ବର ହାରାହାରି ତାପମାତ୍ରାକୁ ପରିବେଶ ସହନଶୀଳ କରିବା ଉଦ୍ଦେଶ୍ୟରେ ତାହାକୁ ଶିଳ୍ପଯୁଗ ପୂର୍ବର ତାପମାତ୍ରାଠାରୁ ଦେଢ଼ ଡିଗ୍ରି ସେଲ୍‌ସିଅସ୍‌ ଅଧିକ ଭିତରେ ସୀମିତ ରଖିବା ଲାଗି ପ୍ୟାରିସ୍‌ ରାଜିନାମାରେ ବିଭିନ୍ନ ରାଷ୍ଟ୍ର ସ୍ବାକ୍ଷର କରିଥିଲେ। ତେଣୁ ତାପମାତ୍ରା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ଉପାୟ ତଥା ଯୋଜନାମାନ ପ୍ରଣୟନ କରାଯାଇ ଆସୁଛି। ସେହି ସବୁ ପ୍ରସ୍ତାବିତ ଯୋଜନା ମଧ୍ୟରେ କୋଠାବାଡ଼ି ନିର୍ମାଣ, ବିଦ୍ୟୁତ୍‌ ଉତ୍ପାଦନ, ଶିଳ୍ପ ଉଦ୍ୟୋଗ ଓ ପରିବହନ ପରି ଚାରିଟି କ୍ଷେତ୍ରରୁ ବାହାରୁଥିବା ଅଙ୍ଗାରକାମ୍ଳ ବାଷ୍ପ ହ୍ରାସ ଉପରେ ଗୁରୁତ୍ବାରୋପ କରାଯାଇଛି। ଶିଳ୍ପବହୁଳ ରାଷ୍ଟ୍ର ସମେତ କଟକଣାରୁ ମୁକ୍ତ ଅନୁନ୍ନତ ଦେଶମାନେ ମଧ୍ୟ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ତେବେ ଅଙ୍ଗାର ନିର୍ଗମନର ୮୧ ପ୍ରତିଶତ ପାଇଁ ଦାୟୀ ଭାରତ ସମେତ ୪୧ ଦେଶରେ ତାହାର ନିୟନ୍ତ୍ରଣ ପାଇଁ ୧୯୯୮ ମସିହାରୁ ୨୦୨୨ ମଧ୍ୟରେ ୧,୫୦୦ଟି ଯୋଜନା ପ୍ରଣୟନ ହୋଇଥିଲା। ସେଗୁଡ଼ିକର ସଫଳ ରୂପାୟନ ପାଇଁ ଧାର୍ଯ୍ୟ ପଦକ୍ଷେପଗୁଡ଼ିକ ଠିକ୍‌ରେ କାମ କରୁ ନ ଥିବା ଏବେ ସ୍ପଷ୍ଟ। ଉଦାହରଣ ସ୍ବରୂପ, କମ୍‌ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଉନାହିଁ କି ଅତ୍ୟଧିକ ନିର୍ଗମନ ପାଇଁ ଜରିମାନା ଆଦାୟ ଆଦି ହେଉ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe