ଦେଶର ପୂର୍ବ ଉପକୂଳ ଓ ଦାକ୍ଷିଣାତ୍ୟ (ଡେକାନ୍) ମାଳଭୂମିର ମଧ୍ୟଭାଗରେ ତାମିଲନାଡୁରୁ ଓଡ଼ିଶା ଯାଏ ଲମ୍ବିଛି ପୂର୍ବଘାଟ ପର୍ବତମାଳା। ଓଡ଼ିଶାରେ ରହିଛି ଏହାର ୨୫ ପ୍ରତିଶତ ଅଂଶ। ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ସଂଲଗ୍ନ କିଛି ଅଂଶକୁ ମିଶାଇ ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ୧୯ଟି ଜିଲ୍ଲାକୁ ଛୁଇଁଛି ଏହି ପର୍ବତମାଳା। ମହେନ୍ଦ୍ରଗିରି, ଗନ୍ଧମାର୍ଦ୍ଧନ, ନିୟମଗିରି, ମାଲ୍ୟଗିରି, ଗୋନାସିକା, କପିଳାସ, ମେଘାସନ, ଶିମିଳିପାଳ ଆଦି ପର୍ବତ ସମେତ ବଂଶଧାରା, ନାଗାବଳୀ, ମହାନଦୀ, ବୈତରଣୀ, ବୁଢ଼ାବଳଙ୍ଗ ଆଦି ନଦୀର ଅବବାହିକାକୁ ନେଇ ଏଠାରେ ସୃଷ୍ଟି ହୋଇଛି ସମୃଦ୍ଧ ଜୈବବିବିଧତାରେ ଉପତ୍ୟକା। ଓଡ଼ିଶାର ଜଳବାୟୁକୁ ଗଭୀର ଭାବେ ପ୍ରଭାବିତ କରୁଥିବା ଏହି ପର୍ବତମାଳା କିନ୍ତୁ ବିଭିନ୍ନ କାରଣରୁ ଏବେ ଅବକ୍ଷୟମୁଖୀ ହୋଇଛି।
OIL: ତୈଳ ସଂରକ୍ଷଣ ସଚେତନତା ଅଭିଯାନ ‘ସକ୍ଷମ ୨୦୨୬’
ବଢ଼ୁଛି ଭୂସ୍ଖଳନ ଭୟ
ଗତ କିଛି ବର୍ଷ ମଧ୍ୟରେ ପୂର୍ବଘାଟ ପର୍ବତମାଳାରେ ଭୂସ୍ଖଳନ ପରିବେଶବିତ୍ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ୨୦୧୮ ମସିହା ସେପ୍ଟେମ୍ବରରେ ଘଟିଥିବା ସାମୁଦ୍ରିକ ଝଡ଼ ‘ତିତ୍ଲି’ ପ୍ରଭାବରେ ଏହି ପାର୍ବତ୍ୟାଞ୍ଚଳରେ ହୋଇଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ଗଜପତି ଜିଲ୍ଲାର ଏକ ପାହଡ଼ ତଳର ଗାଁ ସଂପୂର୍ଣ୍ଣ ନଷ୍ଟ ହୋଇଥିଲା। ସେତେବେଳେ ଏଥିରେ ୧୪ ଜଣ ପ୍ରାଣ ହରାଇଥିଲେ। ଖୁବ୍ ନିକଟରେ ଗତ ବର୍ଷ କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ଯୋଗାଯୋଗ ଦୀର୍ଘ ଦିନ ଧରି ବ୍ୟାହତ ହୋଇଥିଲା। ଏହି କିଛି ବର୍ଷ ମଧ୍ୟରେ ମହେନ୍ଦ୍ରଗିରି ପାର୍ବତ୍ୟ ଅଞ୍ଚଳର ଶହ ଶହ ସ୍ଥାନରେ ଭୂସ୍ଖଳନ ହୋଇଥିବାର ଖବର ମିଳିଛି। ବିଶେଷକରି ଗଜପତି, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ବିପଦ ଅଧିକ ଦେଖାଦେଇଛି। ଭୂସ୍ଖଳନ ରୋକିବା ତଥା ଏ ସଂପର୍କରେ ଆଗୁଆ ସୂଚନା ପାଇଁ ବିଶ୍ବବ୍ୟାଙ୍କ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ଅନୁସଂଧାନ କରୁଛି। ତେବେ ଏହି ଅଞ୍ଚଳରେ ଅବାଧ ଗଛ କଟା ଯୋଗୁଁ ମୃତ୍ତିକା ଦୁର୍ବଳ ହେବା ସହ କ୍ଷୟ ହେଉଛି, ଯାହାକି ପାର୍ବତ୍ୟାଞ୍ଚଳରେ ଭୂସ୍ଖଳନର କାରଣ ହେଉଥିବା ଏହି ଅନୁସଂଧାନକାରୀ ଦଳର ବିଶେଷଜ୍ଞମାନେ କହିଛନ୍ତି।
ନିକଟରେ ଖଣ୍ଡାଧାର ଜଳପ୍ରପାତ ଶୁଖିଯିବା ଘଟଣା ଥିଲା ପୂର୍ବଘାଟ ପର୍ବତମାଳାର ବିପନ୍ନ ଅବସ୍ଥାର ସଦ୍ୟତମ ସଂକେତ। କିନ୍ତୁ ଓଡ଼ିଶାରେ ଏହି ପର୍ବତମାଳା ଜଳବାୟୁ ପରିବର୍ତ୍ତନର ସତର୍କ ଘଣ୍ଟି କିଛି ବର୍ଷ ହେଲା ସ୍ପଷ୍ଟ ଭାବେ ବଜାଇ ଚାଲିଛି।
ଧ୍ବଂସ ରଚୁଛି ବନ୍ୟା
ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ଉପକୂଳ ଅଞ୍ଚଳ ତୁଳନାରେ ପାର୍ବତ୍ୟ ଓ ମାଳ ଅଞ୍ଚଳରେ ବନ୍ୟା ବିଭୀଷିକା ଅଧିକ ହେଉଥିବାର ନଜିର ରହିଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ଖୁବ୍ କମ୍ ସମୟ ଅବଧିରେ ଅତ୍ୟଧିକ ବର୍ଷା ହେଉଛି। ଫଳରେ ଏଠାରେ ନଦୀମାନଙ୍କରେ ଅଚାନକ ବନ୍ୟା(ଫ୍ଲାସ୍ ଫ୍ଲଡ୍) ହେଉଥିବା ଜଳବାୟୁ ବିଶେଷଜ୍ଞମାନେ ମତ ଦିଅନ୍ତି। ମାଳ ଅଞ୍ଚଳରେ ପ୍ରବାହିତ ବଂଶଧାରା ଓ ନାଗାବଳୀରେ ବନ୍ୟା ପ୍ରତି ବର୍ଷ ଭୟଙ୍କର ରୂପ ନେଉଛି। ସେହିପରି ଉତ୍ତର ଓଡ଼ିଶାରେ ବୈତରଣୀର ଉପରମୁଣ୍ଡରେ ବନ୍ୟା ଯୋଗୁଁ କେନ୍ଦୁଝର ଓ ମୟୂରଭଞ୍ଜରେ ବ୍ୟାପକ କ୍ଷୟକ୍ଷତି ଘଟୁଛି।
Drink: ନିଶାଡ଼ିଙ୍କ ନୂଆ ନିଶା, ପିଉଛନ୍ତି ହୋମିଓପାଥି ନେର୍ଭ ଟନିକ୍
ଜଙ୍ଗଲ ଓ ମୃତ୍ତିକା କ୍ଷୟ
ବିକାଶ ନାମରେ ପୂର୍ବଘାଟ ପର୍ବତମାଳା ଓ ଏହାର ପାଦଦେଶରେ ଚାଲିଛି ବ୍ୟାପକ ଓ ଅବାଧ ଗଛକଟା। ରାସ୍ତା, ଖଣି, ଜନବସତି ଆଦି ପାଇଁ ଗଛ କଟାଯିବା ସହ କାଠ ମାଫିଆଙ୍କ ଦ୍ବାରା ମଧ୍ୟ ଶହଶହ ଏକର ଜଙ୍ଗଲ ପଦା ହୋଇଯାଉଛି। ଫଳରେ ପାହାଡ଼ରେ ଜଳ ଉତ୍ସଗୁଡ଼ିକ ଶୁଖିଯାଉଛି। ଦୁଇ ବର୍ଷ ତଳେ ଗଜପତିର ଗଣ୍ଡାହାତୀ ଜଳପ୍ରପାତ ଓ ଏବେ କେନ୍ଦୁଝରର ଖଣ୍ଡାଧାର ଜଳପ୍ରପାତ ଶୀତଦିନ ପରେ ପରେ ଶୁଖିଯିବା ପୂର୍ବଘାଟ ପାଇଁ ଆଉ ଏକ ସତର୍କ ଘଣ୍ଟି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/17/daggdagdcvzcc-2026-02-17-00-47-35.jpg)