ପୋଷାକ ରଙ୍ଗ ବଢ଼ାଉଛି ପ୍ରଦୂଷଣ

ଆମେ ପିନ୍ଧୁଥିବା ପୋଷାକର ଆଖି ଝଲସିଲା ପରି ରଙ୍ଗ ତାହାକୁ ଆକର୍ଷଣୀୟ କରିବା ସହ ଆଧୁନିକତାର ଅନୁଭବ ପ୍ରଦାନ କରିଥାଏ। ମାତ୍ର ସେହି ରଙ୍ଗ ଯେ ଆମ ପରିବେଶ ପାଇଁ କେତେ କ୍ଷତିକାରକ...

hfkhkhkhk

ଆମେ ପିନ୍ଧୁଥିବା ପୋଷାକର ଆଖି ଝଲସିଲା ପରି ରଙ୍ଗ ତାହାକୁ ଆକର୍ଷଣୀୟ କରିବା ସହ ଆଧୁନିକତାର ଅନୁଭବ ପ୍ରଦାନ କରିଥାଏ। ମାତ୍ର ସେହି ରଙ୍ଗ ଯେ ଆମ ପରିବେଶ ପାଇଁ କେତେ କ୍ଷତିକାରକ ତାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଫେସନ୍‌ କ୍ଷେତ୍ରରେ ରଙ୍ଗକାରୀ ପଦାର୍ଥଗୁଡ଼ିକ ପରିବେଶ ପ୍ରଦୂଷଣରେ ଉଲ୍ଲେଖନୀୟ ଭୂମିକା ବହନ କରିଥାଏ। ଏହା ସହିତ ଜଡ଼ିତ ଜଳ ବିଷାକ୍ତୀକରଣ ଓ ରାସାୟନିକ ପଦାର୍ଥ ନଷ୍ଟ ଠାରୁ ଆରମ୍ଭ କରି ପ୍ରଭୂତ ପରିମାଣର ବିଦ୍ୟୁତ୍‌ ଖର୍ଚ୍ଚ ଓ ବସ୍ତ୍ରକୁ ରଙ୍ଗ କରିବା ପ୍ରକ୍ରିୟା ଯାଏ ସମସ୍ତ ବ୍ୟବସ୍ଥା ପର୍ଯ୍ୟାବରଣ ପ୍ରଣାଳୀ ଓ ମନୁଷ୍ୟ ସ୍ବାସ୍ଥ୍ୟ ପାଇଁ ଭୀଷଣ କ୍ଷତିକାରକ। ଏଭଳି କ୍ରମବର୍ଦ୍ଧିଷ୍ଣୁ କ୍ଷତିକାରକ ସମସ୍ୟାର ବିଭିନ୍ନ ଦିଗ ବାବଦରେ ଆଲୋଚନା କରିବା।

 ପୋଷାକ ରଙ୍ଗରେ ଥିବା ବିପଜ୍ଜନକ ପଦାର୍ଥ ସଂସ୍ପର୍ଶରେ ଆସିବା ଦ୍ବାରା ଚର୍ମ ଉପରେ କୁପ୍ରଭାବ ପଡ଼େ ଏବଂ କର୍କଟ ରୋଗ ଓ ଫୁସ୍‌ଫୁସ୍‌ ସମସ୍ୟା ସୃଷ୍ଟି ହୁଏ ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି।

 କପଡ଼ା ରଙ୍ଗ କରିବାର କୁପ୍ରଭାବ ସେଥିରେ ବ୍ୟବହୃତ ରାସାୟନିକ ଓ ଜ୍ଞାନକୌଶଳ ଠାରୁ ଆରମ୍ଭ ହୋଇଥାଏ। ସମ୍ପ୍ରତି ବଜାରରେ ମିଳୁଥିବା ଅଧିକାଂଶ ସିନ୍ଥେଟିକ୍‌ ରଙ୍ଗ ହେଉଛି ଖଣିଜ ତୈଳରୁ ଜାତ। ତାହାକୁ  କପଡ଼ାରେ ବ୍ୟବହାର କଲାବେଳେ ପ୍ରଚୁର ପରିମାଣର ଜଳ ଓ ଶକ୍ତି ଆବଶ୍ୟକ ହୋଇଥାଏ ଏବଂ ସେଥିରୁ ବିଷାକ୍ତ ବର୍ଜ୍ୟ ନିର୍ଗତ ହୁଏ ଯାହାକୁ ପ୍ରକ୍ରିୟାକୃତ କରାନଯାଇ ନଦୀନାଳକୁ ଛାଡ଼ି ଦିଆଯାଇଥାଏ। ସୁତରାଂ ଏଥିଯୋଗୁଁ ପରିବେଶର କ୍ଷତି ପହଞ୍ଚିବା ସ୍ବାଭାବିକ। ବିଶେଷ କରି ବସ୍ତ୍ର ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କରେ ଏହାର କୁପ୍ରଭାବ ଉଲ୍ଲେଖନୀୟ ଭାବେ ଜଣାପଡ଼ିଥାଏ। ଉଦାହରଣ ସ୍ବରୂପ, ବିଶ୍ବର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ଜଳଉତ୍ସ ହେଉଛି ଇଣ୍ଡୋନେସିଆର ସିଟାରମ୍‌ ନଦୀ ଯାହା ସଂଖ୍ୟାଧିକ ବସ୍ତ୍ର କାରଖାନାରୁ ନିର୍ଗତ ରଙ୍ଗ ଯୋଗୁଁ ଉପକୂଳବାସୀ ମନୁଷ୍ୟ ଓ ଜୀବଜନ୍ତୁଙ୍କ ସମେତ ଜଳଚର ଜୀବଙ୍କ ପ୍ରତି ସଂକଟଜନକ ସ୍ବାସ୍ଥ୍ୟ ସମସ୍ୟା ଆଣିଛି। ଏଥି ସହିତ ପୋଷାକ ରଙ୍ଗ କରିବା ପ୍ରକ୍ରିୟାରେ ଆବଶ୍ୟକ ପଡୁଥିବା ପ୍ରଚୁର ପରିମାଣର ଜଳ ଜଳାଭାବର ସମସ୍ୟା ସୃଷ୍ଟି କରୁଛି। ସଂପୃକ୍ତ ରଙ୍ଗଗୁଡ଼ିକରେ ଭାରୀ ପଦାର୍ଥ, ଫର୍ମାଲଡିହାଇଡ୍‌ ଓ ଅନ୍ୟାନ୍ୟ କ୍ୟାନ୍‌ସର୍‌ ସୃଷ୍ଟିକାରୀ ବିପଜ୍ଜନକ ପଦାର୍ଥ ରହିଥାଏ। କପଡ଼ାର ରଙ୍ଗ ପ୍ରକ୍ରିୟାକରଣ ବେଳେ ଏହି  କ୍ଷତିକାରକ ରାସାୟନିକଗୁଡ଼ିକ ମଧ୍ୟ ନିର୍ଗତ ହୋଇ ପରିବେଶରେ ମିଶିଥାଏ। ଏହି ରଙ୍ଗଗୁଡ଼ିକ ଚର୍ମ ଉପରେ କୁପ୍ରଭାବ ପକାଇବା ସହ କର୍କଟ ରୋଗ ଓ ଫୁସ୍‌ଫୁସ୍‌ରେ ସମସ୍ୟା ଆଣିଥାଏ ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି।

ରଙ୍ଗ ପ୍ରକ୍ରିୟାରେ ଉଚ୍ଚ ତାପମାତ୍ରା ଓ ଅଧିକ ଯାନ୍ତ୍ରିକ ଶକ୍ତିର ଆବଶ୍ୟକ ହୋଇଥାଏ। ସେଥିପାଇଁ ପାରମ୍ପରିକ ପ୍ରକ୍ରିୟାରେ ଖଣିଜ ତୈଳ ଜାଳେଣିକୁ ବିନିଯୋଗ କରାଯାଉଥିବାରୁ ସେଥିରୁ ପ୍ରଚୁର ପରିମାଣର ବିଷାକ୍ତ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତ ହୋଇ ବାୟୁମଣ୍ଡଳରେ ମିଶିଥାଏ। ସେହିପରି ରଙ୍ଗିନ ବସ୍ତ୍ରକୁ ଧୋଇଲା ବେଳେ ଜଳରେ ପଲିଷ୍ଟର ପରି ଅଣୁପ୍ଳାଷ୍ଟିକ୍‌ ମିଶିଥାଏ ଯାହାର କୁପରିଣତି ବିଷୟରେ ସମସ୍ତେ ପରିଚିତ। ଉପରୋକ୍ତ ସମସ୍ୟାଗୁଡ଼ିକୁ ଦୂରେଇବା ଲାଗି ଉଦ୍ଭିଦ-ଆଧାରିତ ତଥା ପ୍ରାକୃତିକ ରଙ୍ଗ ବ୍ୟବହାରକୁ ପ୍ରାଧାନ୍ୟ ଦିଆଯିବା ଦରକାର। ସେହିପରି ରଙ୍ଗ କରିବା ପ୍ରକ୍ରିୟାରେ ଜଳ ବ୍ୟବହାର ନକରି ଅଙ୍ଗାରକାମ୍ଳ ଦ୍ବାରା ରଙ୍ଗକୁ କପଡ଼ାରେ ମଡ଼ାଇବା ପରି ବିକଳ୍ପ ବ୍ୟବସ୍ଥାକୁ ଆପଣେଇବା ଦରକାର। ଏଥି ସହିତ ପରିବେଶ ଅନୁକୂଳ ଜୈବ ବିଘଟନଶୀଳ ସିନ୍ଥେଟିକ୍‌ ରଙ୍ଗର ପ୍ରସ୍ତୁତିକୁ ପ୍ରୋତ୍ସାହିତ କଲେ ମଧ୍ୟ ପ୍ରଦୂଷଣକୁ ରୋକି ହେବ। ସର୍ବୋପରି ଉପଭୋକ୍ତା ସଚେତନତା ହିଁ ଏ ଦିଗରେ ସୁଫଳ ଆଣିପାରିବ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe