ପରିବେଶ ଓ ଅର୍ଥନୀତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ

‘ଅର୍ଥନୀତି ଓ ପରିବେଶଜନିତ ବ୍ୟବସ୍ଥା ମଧ୍ୟରେ ସନ୍ତୁଳନ’ ଶୀର୍ଷକ ଅଧିବେଶନରେ ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ଅନୁପ ନାୟକ କହିଲେ, ପରିବେଶ ଓ ଅର୍ଥନୀତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ଆମ ପାଖରେ ଭରପୂର ପ୍ରାକୃତିକ ସମ୍ପଦ ରହିଛି, ଯାହାକୁ ଅର୍ଥନୀତି ପାଇଁ ବ୍ୟବହାର କରୁଛୁ।

sfsffsxxcxc

‘ଅର୍ଥନୀତି ଓ ପରିବେଶଜନିତ ବ୍ୟବସ୍ଥା ମଧ୍ୟରେ ସନ୍ତୁଳନ’ ଶୀର୍ଷକ ଅଧିବେଶନରେ ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ଅନୁପ ନାୟକ କହିଲେ, ପରିବେଶ ଓ ଅର୍ଥନୀତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ଆମ ପାଖରେ ଭରପୂର ପ୍ରାକୃତିକ ସମ୍ପଦ ରହିଛି, ଯାହାକୁ ଅର୍ଥନୀତି ପାଇଁ ବ୍ୟବହାର କରୁଛୁ। ତେବେ ଅର୍ଥନୀତିର ବିକାଶ ପାଇଁ ଗୁଣବତ୍ତା ଥିବା ପରିବେଶର ଆବଶ୍ୟକତା ରହିଛି। ଯାହାକି ‌ଜନସାଧାରଣଙ୍କ ସହଯୋଗ ବିନା ‌ହୋଇପାରିବ ନାହିଁ। ବର୍ତ୍ତମାନ ସମୟରେ ଜଙ୍ଗଲ ନିଆଁ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ପାଇଁ ବିପଦ ସୃଷ୍ଟି କରିଛି। କେବଳ ଜଙ୍ଗଲ ନଷ୍ଟ ହେଉଛି ତାହା ନୁହେଁ, ଜମି, ବନ୍ୟଜନ୍ତୁ ପ୍ରଭାବିତ ହେଉଛନ୍ତି। ସେହିପରି ବିକାଶ ଯୋଜନା ସମୟରେ ଜୀବଜନ୍ତୁଙ୍କ କଥା ବୁଝିବାକୁ ହେବ।

ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରିବାକୁ ସେ ପରାମର୍ଶ ଦେଇଥିଲେ। ପୂର୍ବତନ ପିସିସିଏଫ୍‌ ବିଜୟ କେତନ ପଟ୍ଟନାୟକ କହିଲେ, ପରିବେଶକୁ ସନ୍ତୁଳିତ ରଖିବା ସହ ବିକାଶ କରିବାକୁ ପଡ଼ିବ। ଯେଉଁଠାରେ ବିକାଶ କାର୍ଯ୍ୟ ହେଉଛି ସେଠାର ଲୋକଙ୍କ କଥା ଚିନ୍ତା କରିବା ଦରକାର। ନ ହେଲେ ବିକାଶ ହୋଇପାରିବ ନାହିଁ। ଜଙ୍ଗଲରେ ରହୁଥିବା ଲୋକଙ୍କୁ ଲଘୁବନଜାତ ସାମଗ୍ରୀର ବିକ୍ରିବଟା ଦାୟିତ୍ବ ଦେବାକୁ ସେ ମତପ୍ରକାଶ କରିଥିଲେ। ସକ୍ରେଟସ୍‌ ଫାଉଣ୍ଡେସନ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବଜିତ୍‌ ମିତ୍ର ଅଧିବେଶନ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe