ଫୁଲବାଣୀରେ ପରିବେଶ ପଞ୍ଚାୟତ: ‘କନ୍ଧମାଳରେ ତାପମାତ୍ରା ବୃଦ୍ଧି ଚିନ୍ତାଜନକ’

Advertisment

କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଖେଳପଡ଼ିଆ ପରିସରରେ ‘ସମ୍ବାଦ’ ଗ୍ରୁପ ପକ୍ଷରୁ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି।

କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଖେଳପଡ଼ିଆ ପରିସରରେ ‘ସମ୍ବାଦ’ ଗ୍ରୁପ ପକ୍ଷରୁ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି।

fhfshfshft

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଖେଳପଡ଼ିଆ ପରିସରରେ ‘ସମ୍ବାଦ’ ଗ୍ରୁପ ପକ୍ଷରୁ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପରିବେଶବିତ୍‌ ଡ.କାହ୍ନୁଚରଣ ଶତପଥୀ ଯୋଗ ଦେଇ କହିଥିଲେ, ସଂପ୍ରତି କନ୍ଧମାଳ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ଚିନ୍ତାର ବିଷୟ। ଦିନ ଥିଲା ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ବରଫପାତ ହେଉଥିଲା। କିନ୍ତୁ ‌ଏବେ ବ୍ୟାପକ ଜଙ୍ଗଲ କ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଅତୀତରେ କନ୍ଧମାଳରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବା ଏକ ବିରଳ ଘଟଣା ଥିଲା। କିନ୍ତୁ ଏବେ ତାପମାତ୍ରା ୪୪ ଡିଗ୍ରି ଛୁଇଁଲାଣି। ଯାହାକି ଆଗାମୀ ପିଢ଼ି ପାଇଁ ଏକ ଆହ୍ବାନ୍। 

ପରିବେଶବିତ୍ ଶୁଭ୍ରାରାଣୀ ପଟ୍ଟନାୟକ କହିଛନ୍ତି, କନ୍ଧମାଳ ଜିଲ୍ଲାର ଜୀବନରେଖା ସାଲୁଙ୍କୀ ନଦୀ ପ୍ରଦୂଷିତ ହେବାରେ ଲାଗିଛି। ଫୁଲବାଣୀ ସହରର ପ୍ରତି ଘରୁ ପାଇଖାନାରୁ ନିର୍ଗତ ମଇଳା ପାଣି ସିଧାସଳଖ ନଦୀରେ ମିଶୁଛି। ଏହା ଉପରେ ଅଙ୍କୁଶ ଜାରି ହେବା ଦରକାର। ସେହିପରି ଫୁଲବାଣୀରେ ସ୍ବେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ପ୍ରତିଷ୍ଠା ହୋଇ ନଥିବାରୁ ସମସ୍ତ ମଇଳା ପାଣି ସିଧା ସାଲୁଙ୍କୀ ନଦୀକୁ ଯାଉଛି। ସହରର ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ମଧ୍ୟ ମଇଳା ପାଣିକୁ ସାଲୁଙ୍କୀ ନଦୀକୁ ଛାଡ଼ୁଛନ୍ତି। ପ୍ଲାଷ୍ଟିକ, ପଲିଥିନ୍, ଲୁହା ଓ ଆଲୁମିନିୟମ ଭଳି ଧାତବ ପଦାର୍ଥ ନଦୀରେ ପଡ଼ି ଜୀବଜଗତ ପ୍ରତି ବିପଦ ସୃଷ୍ଟି କରିଛି। ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। କେବଳ ଏତିକି ନୁହେଁ, ସାଲୁଙ୍କୀର ଜଳରେ ମାତ୍ରାଧିକ ଆର୍ସେନିକ, ସିସା ଓ କାଡ୍‌ମିୟମ ଥିବାରୁ ପନିପରିବା ମଧ୍ୟ ବିଷାକ୍ତ ହେଉଥିବା ପ୍ରମାଣିତ ହୋଇଛି।

ଏଣୁ ନଦୀକୁ ପ୍ରଦୂଷଣମୁକ୍ତ କରିବାକୁ ସାମୂହିକ ଉଦ୍ୟମର ନିହାତି ଆବଶ୍ୟକତା ରହିଥିବା ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ସେହିଭଳି କନ୍ଧମାଳ ଜିଲ୍ଲାର ବିଭିନ୍ନ ପାହାଡ଼ ଉପରେ ଜନବସତି ଗଢ଼ି ଉଠିଲାଣି। ଫଳରେ ଭୂସ୍ଖଳନ ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିବନି  ବୋଲି ଆଶଙ୍କା ପ୍ରକାଶ ପାଇଛି। ‘ସମ୍ବାଦ’ କନ୍ଧମାଳ ଜିଲ୍ଲା ପ୍ରତିନିଧି ରଞ୍ଜନ ପ୍ରଧାନ ସଂଯୋଜନା କରିଥିବା ବେଳେ ଶିକ୍ଷାବିତ୍‌ ରାଜେନ୍ଦ୍ର କୁମାର ପାଢ଼ୀ, ସୁଶ୍ରୀ ଶିବାନୀ ସୁଆର ଓ ପରିବେଶବିତ୍‌ ବିରାଜିନୀ ମହାପାତ୍ର ପ୍ରମୁଖ ଆଲୋଚନ‌ାରେ ଅଂଶଗ୍ରହଣ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe