ପରିବେଶ ବଞ୍ଚିଲେ ଆମେ ବଞ୍ଚିବା। ଉତ୍ତମ ପରିବେଶ ବିନା ସୁସ୍ଥ ଜୀବନ ଅସମ୍ଭବ। ସେଥିପାଇଁ ପରିବେଶର ଯତ୍ନ ନେବା ଆମର ପ୍ରଧାନ କାର୍ଯ୍ୟ ବୋଲି ଚିନ୍ତା କରନ୍ତି ଯୁବ ପରିବେଶ ପ୍ରେମୀ ଅଜିତ କୁମାର ପଲେଇ। କେବଳ ଚିନ୍ତା କରନ୍ତି ନାହିଁ, ଆମେ କିପରି ପ୍ଲାଷ୍ଟିକ୍ ବ୍ୟବହାରକୁ କମ୍ କରିପାରିବା ସେ ଦିଗରେ ସେ କାମ ବି କରୁଛନ୍ତି। ନିଜେ ପରିବେଶ ପାଇଁ କାମ କରିବା ସହିତ ଲୋକଙ୍କୁ ସେ ଦିଗରେ ସଚେତନ କରାଇବା ଅଜିତଙ୍କର ପ୍ରଥମ କାମ। ସଚେତନତା ବାଣ୍ଟି ସେ ଆଞ୍ଚଳିକ ଲୋକଙ୍କୁ ପରିବେଶ ଉପଯୋଗୀ କାର୍ଯ୍ୟକ୍ରମ କରିବାକୁ ମତାଉଛନ୍ତି।
Epstein Files: ଏପଷ୍ଟାଇନ ଫାଇଲରେ ଭାରତୀୟଙ୍କ ପ୍ରତି ନରୱେର ପୂର୍ବତନ କୂଟନୀତିଜ୍ଞଙ୍କ ଅପମାନଜନକ ମନ୍ତବ୍ୟ
ପରିବେଶ ପାଇଁ କିଛି ବଡ଼ କରିବାର ଆଶା ନେଇ ୨୦୨୩ ମସିହାରେ ‘ଇକୋ ସାଥୀ’ ନାମକ ଏକ ସଂସ୍ଥା ଖୋଲନ୍ତି ଅଜିତ। ଏହି ସଂସ୍ଥା ଜରିଆରେ ସେ ପ୍ଲାଷ୍ଟିକ୍ ଓ ବାୟୁ ପ୍ରଦୂଷଣକୁ ରୋକିବାର ଗୁରୁଦାୟିତ୍ବ ଗ୍ରହଣ କରିଛନ୍ତି। ଯେଉଁ ସବୁ ପ୍ଲାଷ୍ଟିକ୍ର ବ୍ୟବହାରକୁ ରୋକିଲେ କିଛି ମାତ୍ରାରେ ପ୍ରଦୂଷଣ ରୋକାଯାଇପାରିବ, ସେଗୁଡ଼ିକ ପ୍ରତି ସେ ଧ୍ୟାନ ଦିଅନ୍ତି। ଚାଷୀମାନେ ନଡ଼ା ଜାଳିବା ଜନିତ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବି ସଚେତନତା ବାଣ୍ଟନ୍ତି ତାଙ୍କ ସଂସ୍ଥାର ସଦସ୍ୟମାନେ। ତାଙ୍କ ସଂସ୍ଥା ବିଶେଷ କରି ପ୍ଲାଷ୍ଟିକ୍ର ବିକଳ୍ପ ସାମଗ୍ରୀ ତିଆରି କରେ, ଯାହାର ବ୍ୟବହାର ଦ୍ବାରା ପରିବେଶ ଉପରେ କୌଣସି କୁପ୍ରଭାବ ପଡ଼େନାହିଁ। ବାଉଁଶରେ ଦାନ୍ତଘସା ବ୍ରସ୍ରୁ ନେଇ, ଜିଭଛେଲା, ପାଣି ବୋତଲ ଆଦି ତିଆରି କରନ୍ତି। ଏହାଛଡ଼ା ଗହମର ଅବଶିଷ୍ଟାଂଶରୁ ବ୍ରସ୍ ତିଆରିବାରୁ ନେଇ ନିମ୍ବ କାଠର ପାନିଆ, ବାଉଁସ ଟିସୁ ପେପର୍, ହରବାଲ୍ ସାବୁନ ଆଦି ତିଆରନ୍ତି।
୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ୍ୱଶାନ୍ତି ଦେବ ମହାଯଜ୍ଞରେ ପୂର୍ଣାହୁତି ଦେଲେ ମୁଖ୍ୟମନ୍ତ୍ରୀ
କିଛି ସାମଗ୍ରୀ ତାଙ୍କ ସଂସ୍ଥାରେ ତିଆରି କରନ୍ତି ତ ଆଉ କିଛି ସାମଗ୍ରୀ ବାହାରୁ ବରାଦ ଦେଇ କରାନ୍ତି। ଭବିଷ୍ୟତରେ ଓଡ଼ିଶାର ଆଞ୍ଚଳିକ କୃଷକମାନଙ୍କୁ ଏହି କାର୍ଯ୍ୟରେ ସାମିଲ୍ କରି ଆହୁରି ଆଗକୁ ବଢ଼ିବାର ସ୍ବପ୍ନ ଦେଖିଛନ୍ତି ସେ। ଅଜିତ ବିଟେକ୍ ପାସ୍ କରିବା ପରେ ଦୀର୍ଘ ୫ ବର୍ଷ ଧରି ଭୁବନେଶ୍ୱର ସ୍ମାର୍ଟ ସିଟି କାର୍ଯ୍ୟାନ୍ୱୟନ ପାଇଁ ପରାମର୍ଶଦାତା ଭାବରେ କାମ କରି ସାରିଥିବା ବେଳେ ଏବେ ସେ ସଂପୂର୍ଣ୍ଣ ରୂପେ ନିଜ ସଂସ୍ଥା ‘ଇକୋ ସାଥୀ’ ପାଇଁ ଉତ୍ସର୍ଗୀକୃତ। ସୁସ୍ଥ ପରିବେଶ ଗଠନ କରିବା ଦିଗରେ ତାଙ୍କର ଏହି ଯାତ୍ରାକୁ ଆହୁରି ଦୃଢ଼ କରିବାକୁ ସେ ପ୍ରତିଜ୍ଞାବଦ୍ଧ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/03/sfhsfhfhxbvb-2026-02-03-03-11-59.jpg)