ପରିବେଶ ଯୋଦ୍ଧା: ଦେଶୀ ନିମ ସୁରକ୍ଷାରେ ସମର୍ପିତ ଚିତ୍ତରଞ୍ଜନ

Advertisment

ଗଛ ଲଗାଇବା ଠାରୁ ଯତ୍ନର ସହିତ ରକ୍ଷଣାବେକ୍ଷଣ କରି ତାକୁ ବଞ୍ଚାଇ ବଡ଼ କରିବା ହେଉଛି ଆଜିର ଆହ୍ବାନ। ଅନୁଧ୍ୟାନ କଲେ ଆପଣ ଜାଣିପାରିବେ, ଯେତିକି ସଂଖ୍ୟାରେ ଗଛ ଲଗାଯାଉଛି ତା’ର ପ୍ରାୟ ୧୦ ପ୍ରତିଶତ ପୂର୍ଣ୍ଣାଙ୍ଗ ବୃକ୍ଷରେ ପରିଣତ ହେଉନାହିଁ।

ଗଛ ଲଗାଇବା ଠାରୁ ଯତ୍ନର ସହିତ ରକ୍ଷଣାବେକ୍ଷଣ କରି ତାକୁ ବଞ୍ଚାଇ ବଡ଼ କରିବା ହେଉଛି ଆଜିର ଆହ୍ବାନ। ଅନୁଧ୍ୟାନ କଲେ ଆପଣ ଜାଣିପାରିବେ, ଯେତିକି ସଂଖ୍ୟାରେ ଗଛ ଲଗାଯାଉଛି ତା’ର ପ୍ରାୟ ୧୦ ପ୍ରତିଶତ ପୂର୍ଣ୍ଣାଙ୍ଗ ବୃକ୍ଷରେ ପରିଣତ ହେଉନାହିଁ।

fshfshfsfhs

ଗଛ ଲଗାଇବା ଠାରୁ ଯତ୍ନର ସହିତ ରକ୍ଷଣାବେକ୍ଷଣ କରି ତାକୁ ବଞ୍ଚାଇ ବଡ଼ କରିବା ହେଉଛି ଆଜିର ଆହ୍ବାନ। ଅନୁଧ୍ୟାନ କଲେ ଆପଣ ଜାଣିପାରିବେ, ଯେତିକି ସଂଖ୍ୟାରେ ଗଛ ଲଗାଯାଉଛି ତା’ର ପ୍ରାୟ ୧୦ ପ୍ରତିଶତ ପୂର୍ଣ୍ଣାଙ୍ଗ ବୃକ୍ଷରେ ପରିଣତ ହେଉନାହିଁ। ଏହାକୁ ଦୃଷ୍ଟିରେ ରଖି  ଗଛ ଲଗାଇବା ସହ ଏହାକୁ ପାଳି ବଡ଼ କରିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ଖୋର୍ଦ୍ଧାର ଚିତ୍ତରଞ୍ଜନ ପଣ୍ଡା। ସେ କହନ୍ତି, ‘‘ଆମେ ସମସ୍ତେ ଗଛ ଲଗାଇବାକୁ ଆଗଭର। ଏହା ଖୁସିର କଥା। ମୁଁ କିନ୍ତୁ ଗଛ ଲଗାଇବା ଠାରୁ ଗଛର ଯତ୍ନ ନେଇ ତାକୁ ବଡ଼ କରିବା ଏକ ଉତ୍ତମ କାର୍ଯ୍ୟ େବାଲି ଭାେବ। ସ୍ଥାନୀୟ ଜାତିର ଗଛ ଲଗାଇ ତା’ର ଯତ୍ନ ନେଇ ତାକୁ ବଡ଼ କରିବା ଉପରେ ମୁଁ ଧ୍ୟାନଦିଏ। ସେଥିପାଇଁ ୨୦୦୮ ମସିହାରୁ ଦେଶୀ ନିମଗଛର ଯତ୍ନନେବା ଆରମ୍ଭ କରିଛି।’’ ଜଙ୍ଗଲ ବିଭାଗ ସମେତ ଅନେକ ଅନୁଷ୍ଠାନ ପଥପାର୍ଶ୍ବ ଓ ପଡ଼ିଆ ଜମିରେ ଗଛ ଲଗାଉଛନ୍ତି।

ସେମାନେ ଲଗାଉଥିବା ଏହିସବୁ ଗଛ ମଧ୍ୟରୁ ଦେଶୀ ନିମଗଛ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଯେତେ ଖରାହେଲେ ମଧ୍ୟ ଏହା ସହଜରେ ମରି ନ ଥାଏ। ଏହାର ଯତ୍ନ ନେବା ସହଜ କିନ୍ତୁ ବର୍ଷା ଦିନେ ଲଗାଯାଉଥିବା ନିମ ଚାରା ଓ ଛୋଟ ନିମଗଛରେ ବିଭିନ୍ନ ବଣୁଆଲତା ମାଡ଼ିଯାଏ। ଏଥିପାଇଁ ନିମଗଛର ମୃତ୍ୟୁ ହୋଇଥାଏ। ନିମଗଛକୁ ଏଥିରୁ ସୁରକ୍ଷା ଦେବା ପାଇଁ ଚିତ୍ତରଞ୍ଜନ ଓ ତାଙ୍କର ସାଥୀ ପ୍ରତ୍ୟେକ ବର୍ଷାଋତୁରେ ଶନିବାର ଓ ରବିବାର ଦିନ ନିମଗଛରେ ମାଡ଼ିଯାଉଥିବା ବଣୁଆଲତାକୁ ସଫା କରିବାର କାର୍ଯ୍ୟରେ ଲାଗିପଡ଼ନ୍ତି। ଗଡ଼ଖୋର୍ଦ୍ଧା, ବରୁଣେଇ ଓ ଗୁରୁଜଙ୍ଗ ଅଞ୍ଚଳରେ ଲାଗିଥିବା ନିମବୃକ୍ଷର ଯତ୍ନ ନେଇ ପ୍ରାୟ ୨୦୦୦ରୁ ଅଧିକ ନିମଗଛକୁ ସେମାନେ ସୁରକ୍ଷିତ କରି ବଡ଼ କରିଛନ୍ତି ଏବଂ ଏବେ ବି ପ୍ରାୟ ୫୦୦୦ ନିମଗଛର ଯତ୍ନ ନେଉଛନ୍ତି। ଖରାଦିନେ ଦେଶୀ ନିମ ମଞ୍ଜି ମଧ୍ୟ ସେମାନେ ବାଣ୍ଟିଥାନ୍ତି। ନିମ ପବନ ବାୟୁକୁ ପ୍ରଦୂଷଣ ମୁକ୍ତ କରିବା ସହିତ ବସନ୍ତ, ମିଳିମିଳା ଓ ହାଡ଼ଫୁଟି ଭଳି ରୋଗର ଜୀବାଣୁକୁ ମାରିଦେଇଥାଏ। ନିମ ତେଲ ବିଭିନ୍ନ ଚର୍ମରୋଗ ଓ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ। ଓଡ଼ିଶା‌େର ଦେଶୀ ନିମଗଛ ବର୍ତ୍ତମାନ ପ୍ରାୟତଃ ଉଭେଇ ଯାଉଛି। ଏହାର ସୁରକ୍ଷା ଆମର ଦାୟିତ୍ବ ବୋଲି କହନ୍ତି ଚିତ୍ତରଞ୍ଜନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe