ଜଣେ ଇଞ୍ଜିନିୟର ହେବାର ମୋହ ତାଙ୍କୁ ବେଶି ଦିନ ବାନ୍ଧି ରଖିପାରିଲା ନାହିଁ। ପରିବେଶ ପ୍ରତି ଅହେତୁକ ଆକର୍ଷଣ ତାଙ୍କୁ ଟାଣି ନେଲା ସମାଜସେବା ଦିଗରେ। ଚାକିରି କରିବା ସମୟରେ ମଧ୍ୟ ପରିବେଶ ପାଇଁ କିଛି କରିବାର ନିଶା ତାଙ୍କୁ ବାରମ୍ବାର ଘାରୁଥିଲା। ୨୦୧୯ ମସିହାରେ ସେ ଆରମ୍ଭ କରିଥିଲେ ‘ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ’। ୨୦୨୦ ମସିହାରେ ଚାକିରି ଛାଡ଼ି ସେ ଆଗେଇ ଆସିଲେ ନିଜର ଏହି ସ୍ବେଚ୍ଛାସେବୀ ସଂଗଠନକୁ ଆହୁରି ମଜଭୁତ କରିବାକୁ।
ଇତିମଧ୍ୟରେ ତାଙ୍କର ଚାକିରି ଛାଡ଼ିବା ନିଷ୍ପତ୍ତି ଭୁଲ୍ ନଥିଲା ବୋଲି ସେ ପ୍ରମାଣିତ କରିଛନ୍ତି। ଏକ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ଏକାଠି କରି ସେ ପରିବେଶ ପାଇଁ କାମ କରୁଛନ୍ତି। ଏହି ଫାଉଣ୍ଡେସନ୍ ଭାରତର ସର୍ବବୃହତ୍ ପ୍ଲାଷ୍ଟିକ୍ମୁକ୍ତ ଯୁବ ସମ୍ପ୍ରଦାୟ, ଯାହା ଉପକୂଳ, ଜଙ୍ଗଲ, ଆର୍ଦ୍ରଭୂମି ଓ ସହରଗୁଡ଼ିକରେ ୮୦୦ରୁ ଅଧିକ ପ୍ଲଗିଂ ଡ୍ରାଇଭ୍ର ନେତୃତ୍ୱ ନେଉଛି। ସେ ଓ ତାଙ୍କ ଟିମ୍ ମିଶି ଏପର୍ଯ୍ୟନ୍ତ ୮୫୦ରୁ ଅଧିକ ସଫେଇ କାର୍ଯ୍ୟକ୍ରମ କରିଛନ୍ତି। ଏହା ସହିତ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରି ସେମାନଙ୍କ ବାସସ୍ଥଳୀକୁ ପଠାଇଦେଉଛନ୍ତି। ଫାଉଣ୍ଡେସନ୍ର ସ୍ୱେଚ୍ଛାସେବକମାନେ ୮୦ ହଜାର କିଲୋଗ୍ରାମରୁ ଅଧିକ ପ୍ଲାଷ୍ଟିକ୍ ସଂଗ୍ରହ କରିଛନ୍ତି। ଏହାସହ ବିଲୁପ୍ତ ଅଲିଭ୍ ରିଡଲେ କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ସତ୍ୟବ୍ରତ ପ୍ରତିବର୍ଷ ଗଞ୍ଜାମର ପୋଡାମ୍ପେଟା ବେଳାଭୂମିରେ କଇଁଛ ପଦଯାତ୍ରା ଅଭିଯାନ ଆୟୋଜନ କରନ୍ତି। ସ୍ୱେଚ୍ଛାସେବକମାନେ ବେଳାଭୂମି ସଫେଇ, ସଚେତନତା ଅଭିଯାନ ଓ ବସା ସୁରକ୍ଷା ଆଦିର ନେତୃତ୍ୱ ନିଅନ୍ତି, ଯାହାଦ୍ୱାରା ବସା ସୁରକ୍ଷିତ ରୁହେ ଏବଂ ଅଣ୍ଡାଦାନ ସୁନିଶ୍ଚିତ ହୋଇଥାଏ।
ଆହୁରି ପଢ଼ନ୍ତୁ: Weather: ମାର୍ଚ୍ଚ ପ୍ରଥମ ସପ୍ତାହରୁ ୪୦ ଡିଗ୍ରି ନିକଟତର ହେଲା ଓଡ଼ିଶାର ତାପମାତ୍ରା
ଗତବର୍ଷ ସେମାନେ ୪୫ ହଜାରରୁ ଅଧିକ କଇଁଛ ଛୁଆଙ୍କୁ ଉଦ୍ଧାର କରି ସଫଳତାର ସହ ସମୁଦ୍ରରେ ଛାଡ଼ିଛନ୍ତି। ସତ୍ୟବ୍ରତ କୁହନ୍ତି, ଏହି ଅଭିଯାନ କେବଳ ସାମୁଦ୍ରିକ ଜୈବବିବିଧତାକୁ ସୁରକ୍ଷା ଦିଏ ନାହିଁ ବରଂ ସଂରକ୍ଷଣ ପାଇଁ ସାମୂହିକ ପଦକ୍ଷେପ ନେବାକୁ ସମ୍ପ୍ରଦାୟ ଓ ଯୁବପିଢ଼ିଙ୍କୁ ପ୍ରେରଣା ଦିଏ। ତାଙ୍କର କାର୍ଯ୍ୟ ପାଇଁ ତାଙ୍କୁ ଓଡ଼ିଶାର ‘କ୍ଲାଇମେଟ୍ ମ୍ୟାନ୍’ର ଆଖ୍ୟା ଦିଆଯାଇଛି। ସେ ଡବ୍ଲୁଡବ୍ଲୁଏଫ୍ ଦ୍ବାରା ପରିଚାଳିତ ‘ଆର୍ଥ ଆୱାର ୱାଟର ହିରୋ’, ଆର୍ଥଡେ ନେଟ୍ୱାର୍କ ତରଫରୁ ‘ବେଷ୍ଟ୍ କ୍ଲିନ୍ ଅପ୍’ ଏବଂ ୟୁଏନ୍ଇପି ପକ୍ଷରୁ ‘ପ୍ଲାଷ୍ଟିକ୍ ଟାଇଡ୍ ଟର୍ନର୍ସ ଚାମ୍ପିଅନ୍’ ସମ୍ମାନ ଲାଭ କରିଛନ୍ତି। ସେ ଚଳିତବର୍ଷ କଇଁଛ ଅଣ୍ଡାର ଉଦ୍ଧାର ବୃଦ୍ଧି, ପୋଖରୀ ପୁନରୁଦ୍ଧାର ଏବଂ ସ୍କୁଲ ଓ କଲେଜରେ ଜଳବାୟୁ ସମ୍ବନ୍ଧୀୟ ସଚେତନା କାର୍ଯ୍ୟକ୍ରମ ଅଧିକ କରିବାର ଲକ୍ଷ୍ୟ ରଖିଛନ୍ତି। ତାଙ୍କର ନିରନ୍ତର ପ୍ରୟାସ ଦ୍ୱାରା ସେ ପରିବେଶ ସୁରକ୍ଷା ଏବଂ ଯୁବ ସଶକ୍ତୀକରଣର ସ୍ୱର ପାଲଟିଛନ୍ତି, ଯାହା ଭାରତର ଆନ୍ଦୋଳନକୁ ଏକ ପ୍ଲାଷ୍ଟିକ୍ମୁକ୍ତ ଓ ଜଳବାୟୁ ସଚେତନ ସମାଜ ଆଡ଼କୁ ଆଗେଇ ନେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/03/dgjdgjggj-2026-03-03-03-28-08.jpg)