ପରିବେଶ ଯୋଦ୍ଧା: ଶ୍ରାବଣରେ ସବୁଜ ଚିନ୍ତା

Advertisment

ଆଜିକାଲି ନଦୀକୂଳ, ଶ୍ମଶାନ, ମନ୍ଦିର ପରିସର ଏବଂ ବାଡ଼ିବଗିଚାରୁ ବେଲଗଛ କମିଯାଉଥିବା ଦେଖାଯାଉଛି। ପୁଣି ବୃକ୍ଷ‌ରୋପଣ କରୁଥିବା ସରକାରୀ ଓ ବେସରକାରୀ ସଂଗଠନ ଏବଂ ବ୍ୟକ୍ତିବିଶେଷ ବେଲଗଛ ଭଳି ଔଷଧୀୟ ବୃକ୍ଷ ଲଗାଇବା କ୍ବଚିତ୍‌ ଦେଖିବାକୁ ମିଳୁଛି।

ଆଜିକାଲି ନଦୀକୂଳ, ଶ୍ମଶାନ, ମନ୍ଦିର ପରିସର ଏବଂ ବାଡ଼ିବଗିଚାରୁ ବେଲଗଛ କମିଯାଉଥିବା ଦେଖାଯାଉଛି। ପୁଣି ବୃକ୍ଷ‌ରୋପଣ କରୁଥିବା ସରକାରୀ ଓ ବେସରକାରୀ ସଂଗଠନ ଏବଂ ବ୍ୟକ୍ତିବିଶେଷ ବେଲଗଛ ଭଳି ଔଷଧୀୟ ବୃକ୍ଷ ଲଗାଇବା କ୍ବଚିତ୍‌ ଦେଖିବାକୁ ମିଳୁଛି।

sfsfsfxcxcxc

ଆଜିକାଲି ନଦୀକୂଳ, ଶ୍ମଶାନ, ମନ୍ଦିର ପରିସର ଏବଂ ବାଡ଼ିବଗିଚାରୁ ବେଲଗଛ କମିଯାଉଥିବା ଦେଖାଯାଉଛି। ପୁଣି ବୃକ୍ଷ‌ରୋପଣ କରୁଥିବା ସରକାରୀ ଓ ବେସରକାରୀ ସଂଗଠନ ଏବଂ ବ୍ୟକ୍ତିବିଶେଷ ବେଲଗଛ ଭଳି ଔଷଧୀୟ ବୃକ୍ଷ ଲଗାଇବା କ୍ବଚିତ୍‌ ଦେଖିବାକୁ ମିଳୁଛି। ଏହାର ଭରଣା କରିବାକୁ ବିଶେଷ ଆଗ୍ରହ କିମ୍ବା ତତ୍ପରତା କେହି ଦେଖାଉ ନାହାନ୍ତି। ଏକଥାକୁ ଲକ୍ଷ୍ୟ କରି  ପ୍ରାୟ ୧୫ ବର୍ଷ ତଳେ ଅମିତ ଅଗ୍ରୱାଲ କଟକରେ ବେଲ ଚାରା ବଣ୍ଟନ ଓ ରୋପଣ ଅଭିଯାନ ଆରମ୍ଭ କରିଥିଲେ। ଥରେ ତାଙ୍କ ପରିବାରର ଲୋକମାନେ ଶ୍ରାବଣ ମାସରେ ଶିବପୂଜା ଓ ରୁଦ୍ରାଭିଷେକ ପାଇଁ ବେଲପତ୍ର ଯୋଗାଡ଼ କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହା ପରେ ଅମିତ ବେଲଗଛ ଲଗାଇବା ଅଭିଯାନ ଆରମ୍ଭ କରିଥିଲେ।

ସେବେଠାରୁ ପ୍ରତିବର୍ଷ ଶ୍ରାବଣ ମାସରେ ସେ ଅତି କମ୍‌ରେ ୫୦ଟି ବେଲ ଚାରା ବଣ୍ଟନ ଓ ରୋପଣ କରିଥାନ୍ତି। ‘ଆପ୍ ଔର୍ ହମ୍’ (ଆପଣ ଓ ଆମେ) ନାମରେ ଏକ ଅନୁଷ୍ଠାନ ସ୍ଥାପନ କରି ଅମିତ ନିଜର ଅଭିଯାନ ଚଳାଇଛନ୍ତି। ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ରୁଦ୍ରାଭିଷେକ ଆୟୋଜନ କରାଯାଇ ବାରାଣସୀରୁ ବ୍ରାହ୍ମଣ ଆସି ଶିବପୂଜାର୍ଚ୍ଚନା ସହିତ ଏହି ପବିତ୍ର କାର୍ଯ୍ୟକ୍ରମ କରାଯାଇ ଆସୁଛି। ୧୫ ବର୍ଷ ତଳର ସେଦିନର କଥାକୁ ମନେ ପକାଇ ଅମିତ କହନ୍ତି, ‘‘ବେଲଗଛ ପ୍ରତ୍ୟେକ ମଣିଷ ପାଇଁ ଅମୂଲ୍ୟ ସଂପଦ। ଆୟୁର୍ବେଦରେ ଏହାର ଔଷଧୀୟ ଗୁଣ ପାଇଁ ଏହାକୁ ଏକ ମହୌଷଧୀ ସହ ତୁଳନା କରାଯାଇଛି। ଧାର୍ମିକ ଦୃଷ୍ଟିରୁ ବେଲଗଛକୁ ପୂଜାର୍ଚ୍ଚନା କଲେ ଲକ୍ଷେ ଶିବ ପୂଜା ଫଳପ୍ରାପ୍ତି ହୁଏ ବୋଲି ବର୍ଣ୍ଣନା ରହିଛି। ତେଣୁ ମୁଁ ଭାବିଲି ବେଲଗଛ ଲଗାଇବା ସହ ଲୋକଙ୍କୁ ଧାର୍ମିକ ଭାବନା ସହ ଯୋଡ଼ିହେବ। ଏଥିସହ ରୁଦ୍ରାଭ‌ିଷେକ ମାଧ୍ୟମରେ ଜଳ ସଂରକ୍ଷଣର ଗୁରୁତ୍ବ ଓ ମହତ୍ତ୍ବ ସଂପର୍କରେ ଲୋକମାନେ ସଚେତନ ହୋଇପା‌ରିବେ। ଭାବ ଓ ଭକ୍ତିର ବନ୍ଧନରେ ପରିବେଶ ସୁରକ୍ଷା କାର୍ଯ୍ୟ ବି ହୋଇପାରିବ। ଶ୍ରାବଣରେ ଶିବପୂଜାରେ ବେଲ ବୃକ୍ଷରୋପଣ ଓ ଜଳ ସଂରକ୍ଷଣର ବାର୍ତ୍ତା ଦେଇ ମୁଁ ଗଭୀର ଆତ୍ମସନ୍ତୋଷ ଲାଭ କରେ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe