ପରିବେଶ ଯୋଦ୍ଧା: ପୁଲିସ ଅଧିକାରୀଙ୍କ ପରିବେଶ ସୁରକ୍ଷା ଚିନ୍ତା

Advertisment

ପେସାରେ ସେ ପୁଲିସ ଅଧିକାରୀ, କିନ୍ତୁ ନିଶା ପରିବେଶ ସୁରକ୍ଷା। ଛାତ୍ର ଜୀବନରେ ସ୍କାଉଟ୍ ଓ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)ରେ ଯୋଗଦେଇ ମାଟି, ପାଣି, ପବନ ଓ ବୃକ୍ଷଲତାର ସୁରକ୍ଷା ପାଇଁ କାର୍ଯ୍ୟ କରି ପୁରସ୍କୃତ ହୋଇଛନ୍ତି ଅସିତ କୁମାର ବଳବନ୍ତରାୟ।

ପେସାରେ ସେ ପୁଲିସ ଅଧିକାରୀ, କିନ୍ତୁ ନିଶା ପରିବେଶ ସୁରକ୍ଷା। ଛାତ୍ର ଜୀବନରେ ସ୍କାଉଟ୍ ଓ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)ରେ ଯୋଗଦେଇ ମାଟି, ପାଣି, ପବନ ଓ ବୃକ୍ଷଲତାର ସୁରକ୍ଷା ପାଇଁ କାର୍ଯ୍ୟ କରି ପୁରସ୍କୃତ ହୋଇଛନ୍ତି ଅସିତ କୁମାର ବଳବନ୍ତରାୟ।

fhfsfhxvbvbxv

ପେସାରେ ସେ ପୁଲିସ ଅଧିକାରୀ, କିନ୍ତୁ ନିଶା ପରିବେଶ ସୁରକ୍ଷା। ଛାତ୍ର ଜୀବନରେ ସ୍କାଉଟ୍ ଓ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)ରେ ଯୋଗଦେଇ ମାଟି, ପାଣି, ପବନ ଓ ବୃକ୍ଷଲତାର ସୁରକ୍ଷା ପାଇଁ କାର୍ଯ୍ୟ କରି ପୁରସ୍କୃତ ହୋଇଛନ୍ତି ଅସିତ କୁମାର ବଳବନ୍ତରାୟ।  ସେ କହନ୍ତି, ‘‘ପିଲାଟି ଦିନରୁ ଗଛଲତା ମୋତେ ଆକର୍ଷିତ କରିଆସିଛନ୍ତି। ଛୋଟବେଳେ ମୁଁ ଲୋକଙ୍କ ବାଡ଼ିବଗିଚାରୁ ଗଛ ଆଣି ଆମ ଘରେ ଲଗାଉଥିଲି। କଲେଜରେ ପାଠ ପଢ଼ିବା ବେଳେ ମୁଁ ପରିବେଶ ସୁରକ୍ଷାର ମହତ୍ତ୍ବ ବୁଝିଲି ଏବଂ ଅବକ୍ଷୟମାନ ପରିବେଶର ସୁରକ୍ଷାକୁ ଜୀବନର ବ୍ରତ ଭାବେ ଗ୍ରହଣ କଲି। ଏନ୍‌ଏସ୍ଏସ୍ ସ୍ବେଚ୍ଛା‌େ‌ସବୀ ଭାବେ ମୁଁ ସାଙ୍ଗସାଥୀଙ୍କୁ ନେଇ ପଡ଼ିଆ ଜମିରେ ଗଛ ଲଗାଇବା ଅଭିଯାନ ଆରମ୍ଭ କଲି। ମୁଁ ଯେତେବେଳେ ପୁଲିସ ସେବାରେ ଯୋଗଦେଲି ଏହାର ଖାକିପୋଷାକର ରଙ୍ଗ ମୋତେ ମାଟି ମା’ର ସୁରକ୍ଷାର ଆହ୍ବାନ ଦେଲାପରି ଅନୁଭବ ହୋଇଥିଲା। ଏହି ପ୍ରେରଣା ମୋତେ ପରିବେଶପ୍ରେମୀ ଭାବେ ଗଢ଼ି ତୋଳିଥିଲା।’’ 

ବୈପାରିଗୁଡ଼ା ଥାନାରେ ଶ୍ରୀ ବଳବନ୍ତରାୟ  କାର୍ଯ୍ୟରତ ଥିବା ସମୟରେ ସ୍ଥାନୀୟ ଲକ୍ଷ୍ମଣ ନାୟକ ମହାବିଦ୍ୟାଳୟରେ ନିଅଁା ଲାଗି ଅନେକ ଗଛ ଜଳି ଯାଇଥିଲା। ଏହା ପରେ ସେ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କୁ ନେଇ ଚାରା ରୋପଣ ଅଭିଯାନ ଆରମ୍ଭ କରିଥିଲେ। ଚଣ୍ଡିଖୋଲ ଫାଣ୍ଡିରେ ସେ ଜୈବିକ ଉପାୟରେ ପରିବା ଚାଷ ଆରମ୍ଭ କରିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଅନୁପ୍ରାଣିତ କରିଥିଲା। ସେ କହନ୍ତି, ‘‘ଯେତେବେଳେ ଛାତ୍ର, ଯୁବକ କିମ୍ବା ଜନସାଧାରଣ ଛୋଟମୋଟ ଘଟଣାରେ ଥାନାକୁ ଆସନ୍ତି ମୁଁ ସେମାନଙ୍କୁ ବୁଝାସୁଝା କରି ଗଛ ଲଗାଇବାକୁ ଚାରା ଦିଏ ଓ ଉତ୍ସାହିତ କରେ। ସେମାନେ ଖୁସିରେ ଏହି କାମରେ ଲାଗିପଡ଼ନ୍ତି।’’ 
ସଂପ୍ରତି କଟକ ବିଡ଼ାନାସୀ ଥାନାରେ ଅବସ୍ଥାପିତ ଏହି ପୁଲିସ୍‌ ଅଧିକାରୀଙ୍କ ପରିବେଶ ସୁରକ୍ଷା କାର୍ଯ୍ୟ ସମାଜରେ ଗୋଟିଏ ପ୍ରେରଣାଦାୟୀ ବାର୍ତ୍ତା ବାଣ୍ଟି ପାରିଛି ଏବଂ ଅନେକଙ୍କୁ ପ୍ରେରିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe