ପରିବେଶ ଯୋଦ୍ଧା: ଛେଦନ ରୋକିବା ପାଇଁ ଗଛ ଉପରେ ଦୁଇବର୍ଷ!

Advertisment

ଆମେରିକାରେ ଜୁଲିଆ ବଟର୍‌ଫ୍ଲାଏ ହିଲ୍‌ ନାମରେ ଲୋକପ୍ରିୟ ପରିବେଶ କର୍ମୀ ଜୁଲିଆ ଲୋରେନ୍‌ ହିଲ୍‌ ସମ୍ପ୍ରତି ଜଣେ ସମ୍ମାନନୀୟ ବ୍ୟକ୍ତିତ୍ବ ଭାବେ ବିବେଚିତ। ୧୯୭୪ ଫେବ୍ରୁଆରି ୧୮ ତାରିଖରେ ଜନ୍ମିତ ଜୁଲିଆଙ୍କର ପ୍ରକୃତି ସଂରକ୍ଷଣ ଦିଗରେ ପ୍ରତିବଦ୍ଧତା ଯୋଗୁଁ ସେ ଏପରି ଗୌରବର ଅଧିକାରିଣୀ ହୋଇପାରିଛନ୍ତି।

ଆମେରିକାରେ ଜୁଲିଆ ବଟର୍‌ଫ୍ଲାଏ ହିଲ୍‌ ନାମରେ ଲୋକପ୍ରିୟ ପରିବେଶ କର୍ମୀ ଜୁଲିଆ ଲୋରେନ୍‌ ହିଲ୍‌ ସମ୍ପ୍ରତି ଜଣେ ସମ୍ମାନନୀୟ ବ୍ୟକ୍ତିତ୍ବ ଭାବେ ବିବେଚିତ। ୧୯୭୪ ଫେବ୍ରୁଆରି ୧୮ ତାରିଖରେ ଜନ୍ମିତ ଜୁଲିଆଙ୍କର ପ୍ରକୃତି ସଂରକ୍ଷଣ ଦିଗରେ ପ୍ରତିବଦ୍ଧତା ଯୋଗୁଁ ସେ ଏପରି ଗୌରବର ଅଧିକାରିଣୀ ହୋଇପାରିଛନ୍ତି।

yyyrkjjg5

ଆମେରିକାରେ ଜୁଲିଆ ବଟର୍‌ଫ୍ଲାଏ ହିଲ୍‌ ନାମରେ ଲୋକପ୍ରିୟ ପରିବେଶ କର୍ମୀ ଜୁଲିଆ ଲୋରେନ୍‌ ହିଲ୍‌ ସମ୍ପ୍ରତି ଜଣେ ସମ୍ମାନନୀୟ ବ୍ୟକ୍ତିତ୍ବ ଭାବେ ବିବେଚିତ। ୧୯୭୪ ଫେବ୍ରୁଆରି ୧୮ ତାରିଖରେ ଜନ୍ମିତ ଜୁଲିଆଙ୍କର ପ୍ରକୃତି ସଂରକ୍ଷଣ ଦିଗରେ ପ୍ରତିବଦ୍ଧତା ଯୋଗୁଁ ସେ ଏପରି ଗୌରବର ଅଧିକାରିଣୀ ହୋଇପାରିଛନ୍ତି। ଗୋଟିଏ ପ୍ରାଚୀନ ଗଛର ସୁରକ୍ଷା ପାଇଁ ୭୩୮ ଦିନ ଧରି ସେ ଉକ୍ତ ଗଛ ଡାଳରେ ବସିରହିବା ଘଟଣା ତାଙ୍କୁ ବିଶ୍ବପ୍ରସିଦ୍ଧ କରିଦେଇଥିଲା। ତାଙ୍କର ଏ ପଦକ୍ଷେପ ଯୋଗୁଁ ଏକ ୧୦୦୦ ବର୍ଷ ପୁରୁଣା କାଲିଫର୍ଣ୍ଣିଆ ରେଡ୍‌ଉଡ୍‌ ବୃକ୍ଷ ଗଛ କଟାଳିଙ୍କ ହାଣରୁ ବର୍ତ୍ତିପାରିଥିଲା। 

ଜୁଲିଆ ଜଣେ ଭ୍ରମଣଶୀଳ ଧର୍ମ ପ୍ରଚାରକଙ୍କର ଝିଅ ହୋଇଥିବାରୁ ତାଙ୍କର ବାଲ୍ୟକାଳର ଅଧିକାଂଶ ସମୟ ରାସ୍ତା କଡ଼ରେ ଏକ ୩୨ ଫୁଟିଆ କ୍ୟାମ୍ପର୍‌ ଭିତରେ କଟାଇଥିଲେ। ବିଭିନ୍ନ ନଦନଦୀ ଓ ପ୍ରାକୃତିକ ପରିବେଶର ଅନୁଶୀଳନ କରିବା ଥିଲା ତାଙ୍କର ନିତିଦିନିଆ କାର୍ଯ୍ୟ। ତାଙ୍କୁ ସାତ ବର୍ଷ ହୋଇଥିବା ବେଳେ ତାଙ୍କ ଆଙ୍ଗୁଠି ଉପରେ ଏକ ପ୍ରଜାପତି ବସିଥିଲା, ଯାହାକୁ ଲକ୍ଷ୍ୟ କରି ପରିବାର ଲୋକେ ତାଙ୍କୁ ଶ୍ରଦ୍ଧାରେ ‘ବଟରଫ୍ଲାଏ’ ଡାକୁଥିଲେ। କୋଡ଼ିଏ ବର୍ଷ ବୟସରେ ଏକ ମରଣାନ୍ତକ ଦୁର୍ଘଟଣାରୁ ବର୍ତ୍ତିଯିବା ପରେ ତାଙ୍କ ଜୀବନ ଭିନ୍ନ ମୋଡ଼ ନେଇଥିଲା। କ୍ୟାରିଅର ସଫଳତା ଓ ପାର୍ଥିବ ପ୍ରାଚୁର୍ଯ୍ୟ ହାସଲ କରିବା ତାଙ୍କ ପକ୍ଷେ ଆଉ ସମ୍ଭବ ନୁହେଁ ବୋଲି ସେ ହୃଦୟଙ୍ଗମ କରିଥିଲେ। ତେଣୁ କିଛି ସକାରାତ୍ମକ ଉଦ୍ଦେଶ୍ୟରେ ଜୀବନକୁ ଉତ୍ସର୍ଗ କରିଦେବାକୁ ସେ ବଦ୍ଧପରିକର ହୋଇଥିଲେ।

ବିପନ୍ନ ରେଡ୍‌ଉଡ୍‌ ଗଛର ସଂରକ୍ଷଣ ଉଦ୍ଦେଶ୍ୟରେ ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମରେ କାଲିଫର୍ଣ୍ଣିଆ ଯାଇଥିବା ବେଳେ ତାଙ୍କର ପରିବେଶ ଉଦ୍ୟମଶୀଳତା ଆରମ୍ଭ ହୋଇଥିଲା। ସେଠାରେ ସେ ଅନେକ ପରିବେଶ କର୍ମୀଙ୍କ ସଂସ୍ପର୍ଶରେ ଆସିଥିଲେ, ଯେଉଁମାନେ ଗଛଡାଳରେ ବସି ରେଡ୍‌ଉଡ୍‌ ଗଛକଟାକୁ ବିରୋଧ କରିଥିଲେ। ୧୯୯୭ ଡିସେମ୍ବର ୧୦ ତାରିଖରେ ବଟରଫ୍ଲାଏ ‘ଲୁନା’ ନାମକ ଏକ ହଜାରେ ବର୍ଷ ପୁରୁଣା ରେଡ୍‌ଉଡ୍‌ ଡାଳରେ ଚଢ଼ି ପ୍ରତିବାଦ ଜଣାଇଥିଲେ। ସେହି ସାମୟିକ ପ୍ରତିବାଦ ଶେଷରେ ୭୩୮ ଦିନର ଜାଗରଣରେ ପରିଣତ ହୋଇଥିଲା। ପ୍ରତିକୂଳ ପାଗ ସତ୍ତ୍ବେ ଗଛଡାଳର ଦୁଇଟି ଛୋଟ ମଞ୍ଚାରେ ସେ ଦୁଇ ବର୍ଷରୁ ଅଧିକ କାଳ କାଟିଥିଲେ। ବିଭିନ୍ନ ପ୍ରକାର ଉତ୍ପୀଡ଼ନ ଓ ବିଶେଷ କରି ସଂପୃକ୍ତ ଗଛକଟାଳି କମ୍ପାନିର ସୁରକ୍ଷା କର୍ମୀଙ୍କ ଦ୍ବାରା ୧୦ ଦିନର ଅବରୋଧ ଆଦିକୁ ସେ ଭ୍ରୂକ୍ଷେପ କରିନଥିଲେ। ଶେଷରେ ତାଙ୍କର ଏହି ପ୍ରତିବାଦ ଯୋଗୁଁ ୧୯୯୯ ମସିହାରେ ସଂପୃକ୍ତ କାଠ କମ୍ପାନି ଏହି ଗଛ ନ କାଟିବାର ନିଷ୍ପତ୍ତି ନେଇଥିଲା। ଉଲ୍ଲେଖଯୋଗ୍ୟ, ସେହି ଗଛ ଏ ପର୍ଯ୍ୟନ୍ତ ଦଣ୍ଡାୟମାନ ଅଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe