ପରିବେଶ ଯୋଦ୍ଧା: ବୃତ୍ତି ଶିକ୍ଷକତା ପ୍ରବୃତ୍ତି ପରିବେଶ ସୁରକ୍ଷା

ବଲାଙ୍ଗୀର ଜିଲ୍ଲା ମହିପୁର ଆଶ୍ରମ ବିଦ୍ୟାଳୟରେ ସହକାରୀ ଶିକ୍ଷକ ପୁରନ ମେହେର।  ଶିକ୍ଷକତା ଭଳି ଦାୟିତ୍ବପୂର୍ଣ୍ଣ ପେସାରେ ଥାଇ ସେ ପରିବେଶ ସୁରକ୍ଷାର ଦାୟିତ୍ବକୁ ମଧ୍ୟ ହୃଦୟଙ୍ଗମ କରିଛନ୍ତି।

sfsfsffefe

ବଲାଙ୍ଗୀର ଜିଲ୍ଲା ମହିପୁର ଆଶ୍ରମ ବିଦ୍ୟାଳୟରେ ସହକାରୀ ଶିକ୍ଷକ ପୁରନ ମେହେର।  ଶିକ୍ଷକତା ଭଳି ଦାୟିତ୍ବପୂର୍ଣ୍ଣ ପେସାରେ ଥାଇ ସେ ପରିବେଶ ସୁରକ୍ଷାର ଦାୟିତ୍ବକୁ ମଧ୍ୟ ହୃଦୟଙ୍ଗମ କରିଛନ୍ତି। ତେଣୁ ୧୨ ବର୍ଷ ହେଲା ସେ ପରିବେଶ ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ସେ ବ୍ୟାପକ ବୃକ୍ଷରୋପଣ, ପ୍ଲାଷ୍ଟିକ୍‌ମୁକ୍ତ ପରିବେଶ, ଶିମିଳିପାଳ ଭଳି ଦୁର୍ଗମ ଅଞ୍ଚଳରେ ଜଙ୍ଗଲ ନିଆଁର ମୁକାବିଲା ଆଦି କ୍ଷେତ୍ରରେ ସକ୍ରିୟ ଭାବେ ସଚେତନତା କାର୍ଯ୍ୟକ୍ରମ କରି ଆସୁଛନ୍ତି।

ଆଦିବାସୀ ଅଧ୍ୟୁଷିତ ଶିମିଳିପାଳ ପାଦଦେଶରେ ବସବାସ କରୁଥିବା ସମୟରେ ପୁରନ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସେଠାରେ ଲାଗୁଥିବା ନିଆଁକୁ ଲିଭାଇବା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ଅନୁରୋଧ କରି ନିଜେ ମଧ୍ୟ ନିଆଁ ଲିଭାଇବା କାମରେ ଯୋଗ ଦେଉଥିଲେ। ବିଭିନ୍ନ ସମୟରେ ଜଙ୍ଗଲରେ ନିଆଁ ନ ଲଗାଇବାକୁ ସ୍ଥାନୀୟ ଜନସାଧାରଣଙ୍କୁ ଅନୁରୋଧ କରିବା ସହିତ ରାସ୍ତାକଡ଼ର ଗଛମାନଙ୍କରେ ସଚେତନତା ବାର୍ତ୍ତା ଲେଖି ସେ ଅଭିନବ ଉପାୟରେ ପରିବେଶ ସଚେତନତା ପ୍ରସାର କରିବାକୁ ଚେଷ୍ଟା କରି ପ୍ରଶଂସିତ ହୋଇଛନ୍ତି। ଗତ ଏକ ବର୍ଷ ହେବ ନିଜ କର୍ମସ୍ଥାନ ମହିପୁର ଆଶ୍ରମ ବିଦ୍ୟାଳୟ ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ସମୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଜନ୍ମଦିନ ପାଳନ ତଥା ସ୍ବତନ୍ତ୍ର ଦିବସ ପାଳନ ଅବସରରେ ଗୋଟିଏ ଗଛ ଲଗାଇବାକୁ ସେ ପ୍ରୋତ୍ସାହିତ କରିଥାନ୍ତି।  

ସେ ବିଦ୍ୟାଳୟରେ ପାଠ ପଢୁଥିବା ସମୟରୁ ଆଜି ପର୍ଯ୍ୟନ୍ତ ହଜାର ହଜାର ବୃକ୍ଷ ରୋପଣ କରିସାରିଛନ୍ତି। ସେ କହନ୍ତି, ‘‘ବର୍ତ୍ତମାନ ସମୟରେ ପରିବେଶ ସୁରକ୍ଷା ସାରା ବିଶ୍ବ ପାଇଁ ବଡ଼ ଆହ୍ବାନ ଭାବରେ ଉଭା ହୋଇଛି। ତେଣୁ ମୁଁ ଗାଁଗହଳିର ଲୋକଙ୍କ ମନରେ ପ୍ରକୃତିର ଯତ୍ନ ନେବାର ଭାବନା ପ୍ରବେଶ କରାଇବାକୁ ଚେଷ୍ଟା କରିଥାଏ। ମୋ ଛାତ୍ରଛାତ୍ରୀଙ୍କୁ ପରିବେଶମନସ୍କ କରିବା ଦିଗରେ ବିଶେଷ ଧ୍ୟାନ ଦିଏ। ବାସ୍ତବରେ ପ୍ରକୃତି ଆମକୁ ସବୁକିଛି ଦେଇଥାଏ। ସେଇ ପ୍ରକୃତିକୁ ସୁରକ୍ଷା ଦେବାର ଦାୟିତ୍ବ ଆମମାନଙ୍କ ଜୀବନର ବ୍ରତ ହେଉ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe