ପରିବେଶ ଯୋଦ୍ଧା: ହାଡ଼ଗିଳାଙ୍କ ରକ୍ଷାକର୍ତ୍ତ୍ରୀ ପୂର୍ଣ୍ଣିମା, ‘ଵିମେନ୍‌ ଅଫ ଦି ଇଅର’ ତାଲିକାରେ ଏକମାତ୍ର ଭାରତୀୟ

‘ଟାଇମ୍‌’ ପତ୍ରିକା ପ୍ରତି ବର୍ଷ ପୃଥିବୀର ନାରୀ ନେତ୍ରୀମାନଙ୍କୁ ନେଇ ସମ୍ମାନଜନକ ‘ଵିମେନ୍‌ ଅଫ୍ ଦି ଇଅର’ ତାଲିକା ପ୍ରକାଶ କରିଥାଏ। ୨୦୨୫ ବର୍ଷ ପାଇଁ ପ୍ରକାଶିତ ୧୨ଜଣିଆ ତାଲିକାରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି ଆସାମର ବନ୍ୟଜୀବ ସଂରକ୍ଷକ ପୂର୍ଣ୍ଣିମା ଦେବୀ ବର୍ମନ।

00

‘ଟାଇମ୍‌’ ପତ୍ରିକା ପ୍ରତି ବର୍ଷ ପୃଥିବୀର ନାରୀ ନେତ୍ରୀମାନଙ୍କୁ ନେଇ ସମ୍ମାନଜନକ ‘ଵିମେନ୍‌ ଅଫ୍ ଦି ଇଅର’ ତାଲିକା ପ୍ରକାଶ କରିଥାଏ। ୨୦୨୫ ବର୍ଷ ପାଇଁ ପ୍ରକାଶିତ ୧୨ଜଣିଆ ତାଲିକାରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି ଆସାମର ବନ୍ୟଜୀବ ସଂରକ୍ଷକ ପୂର୍ଣ୍ଣିମା ଦେବୀ ବର୍ମନ। ପୃଥିବୀର ସବୁଠାରୁ ବିପନ୍ନ ପକ୍ଷୀ ମଧ୍ୟରୁ ଅନ୍ୟତମ ହାଡ଼ଗିଳା ପକ୍ଷୀର ବଂଶ ରକ୍ଷା କରିବାରେ ଅବଦାନ ପାଇଁ ପୂର୍ଣ୍ଣିମା ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। 

ହାଡ଼ଗିଳା ପକ୍ଷୀକୁ ଆସାମର ଲୋକମାନେ ଏକଦା ଅଶୁଭ ବିଚାର କରୁଥିଲେ। ଭାଙ୍ଗି ଦିଆଯାଇଥିବା ଏକ ହାଡ଼ଗିଳା ବସାରୁ ଶାବକଙ୍କୁ ଉଦ୍ଧାର କରିବା ପରେ ପୂର୍ଣ୍ଣିମା ଏକ ବ୍ୟାପକ ଆନ୍ଦୋଳନର ଜନନୀ ପାଲଟିଛନ୍ତି

୨୦୦୭ ମସିହାର କଥା। ପୂର୍ଣ୍ଣିମା ଜାଣିବାକୁ ପାଇଲେ ଯେ ତାଙ୍କ ଘର ପାଖରେ ଏକ ବିରାଟ ଗଛ କଟାଯାଉଛି। ସେ ଗଛ ଥିଲା ହାଡ଼ଗିଳା ପକ୍ଷୀଙ୍କ ବାସସ୍ଥାନ। ପୂର୍ଣ୍ଣିମା ସେଠାରେ ପହଞ୍ଚି ଦେଖିଲେ ହାଡ଼ଗିଳା ପକ୍ଷୀର ଏକ ବସା ତଳେ ପଡ଼ିଛି ଓ ସେଥିରେ ଶାବକ ପକ୍ଷୀମାନେ ଅଛନ୍ତି। ଗଛ କଟାଳିଙ୍କୁ ସେ ପ୍ରଶ୍ନ କରିବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଘେରିଯାଇ କହିଲେ ଯେ ସେ ପକ୍ଷୀ ହେଉଛି ଅଶୁଭ ଓ ରୋଗ ବାହକ। ତେବେ ସେହି ପକ୍ଷୀ ଶାବକଙ୍କୁ ଦେଖି ପୂର୍ଣ୍ଣିମାଙ୍କର ନିଜ ଯମଜ ଶିଶୁକନ୍ୟାଙ୍କ କଥା ମନେ ପଡ଼ିଲା ଏବଂ ସେ ସେମାନଙ୍କୁ ଉଦ୍ଧାର କରିଆଣିଲେ। ସେ ଦିନ ସେ ପ୍ରକୃତିର ଗୁରୁତ୍ବ ଅନୁଭବ କଲେ ଏବଂ ତାଙ୍କର ହାଡ଼ଗିଳା ସୁରକ୍ଷା କାର୍ଯ୍ୟ ଆରମ୍ଭ ହେଲା ବୋଲି ୪୫ ବର୍ଷୀୟ ପୂର୍ଣ୍ଣିମା କହନ୍ତି। 

୨୦୦୭ରେ ଆସାମରେ ମାତ୍ର ୪୫୦ ହାଡ଼ଗିଳା ପକ୍ଷୀ ଥିଲେ। ପୂର୍ଣ୍ଣିମା ସ୍ଥାନୀୟ ମହିଳାଙ୍କୁ ନେଇ ‘ହାଡ଼ଗିଳା ଆର୍ମି’ ନାମକ ସଂଗଠନ ଗଢ଼ି ପକ୍ଷୀ ବସା ସୁରକ୍ଷା କାର୍ଯ୍ୟ ସମେତ ଲୋକମାନଙ୍କୁ ହାଡ଼ଗିଳା ପକ୍ଷୀର ସୌନ୍ଦର୍ଯ୍ୟ ଓ ଗୁରୁତ୍ବ ବିଷୟରେ ସଚେତନ କରିବାକୁ ଲାଗିଲେ। ତାଙ୍କ ଉଦ୍ୟମ ଫଳରେ ଏହି ପକ୍ଷୀ ସଂଖ୍ୟା ଏବେ ୧୮୦୦କୁ ବୃଦ୍ଧି ପାଇଛି। ଏବେ ଏହି ସଂଗଠନରେ ଆସାମ ସମେତ ଭାରତର ବିଭିନ୍ନ ଅଞ୍ଚଳର ୨୦,୦୦୦ ମହିଳା କାମ କରୁଛନ୍ତି। ତାଙ୍କ ପ୍ରଭାବଶାଳୀ କାର୍ଯ୍ୟ ଫ୍ରାନ୍‌ସର ସ୍କୁଲ୍‌ମାନଙ୍କରେ ପଢ଼ାଯାଉଛି। ୨୦୧୭ରେ ତତ୍‌କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରୁ ସେ ‘ନାରୀ ଶକ୍ତି ପୁରସ୍କାର’ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe