ଚରମ ତାପମାତ୍ରା ନେଉଛି ଜୀବନ: ଦୁଇ ଦଶନ୍ଧିରେ ୩୪,୦୦୦ ଭାରତୀୟଙ୍କ ମୃତ୍ୟୁ

ପ୍ରଚଣ୍ଡ ଗରମ ଓ ପ୍ରବଳ ଥଣ୍ଡା ଭଳି ଚରମ ତାପମାତ୍ରା ଯୋଗୁଁ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ୩୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।

dgdgdgcvcv

ପ୍ରଚଣ୍ଡ ଗରମ ଓ ପ୍ରବଳ ଥଣ୍ଡା ଭଳି ଚରମ ତାପମାତ୍ରା ଯୋଗୁଁ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ୩୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ‘ଟେମ୍ପରେଚର’ ପତ୍ରିକାରେ ପ୍ରକାଶିତ ଏହି ଗବେଷଣାରେ ଭାରତୀୟ ପାଣିପାଗ ବିଭାଗ ଏବଂ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋରୁ ୨୦୦୧ରୁ ୨୦୧୯ ପର୍ଯ୍ୟନ୍ତ ପ୍ରାପ୍ତ ତଥ୍ୟକୁ ତର୍ଜମା କରି ଗବେଷକମାନେ ଏହି ନିର୍ଯାସ ପାଇଛନ୍ତି। ଏହି ସମୟ ମଧ୍ୟରେ ୧୯,୬୯୩ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ବେଳେ ୧୫,୧୯୭ ଜଣ ଥଣ୍ଡାରେ ପ୍ରାଣ ହରାଇଥିଲେ। ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ପଞ୍ଜାବରେ ଅଂଶୁଘାତରେ ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ଉତ୍ତରପ୍ରଦେଶ, ପଞ୍ଜାବ ଓ ବିହାରରେ ଲୋକେ ଥଣ୍ଡା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଥିଲେ। 

ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ପୁରୁଷ ଶ୍ରମଜୀବୀଙ୍କର ଗରମ ପ୍ରଭାବରୁ ମୃତ୍ୟୁ ଆଶଙ୍କା ଅଧିକ ଥାଏ, କାରଣ ସେମାନେ ବାହାରେ ଦୀର୍ଘ ସମୟ ବିତାଇଥା’ନ୍ତି। ଗବେଷକମାନେ ୨୦୦୧ରୁ ୨୦୧୪ ମଧ୍ୟରେ ୨୪ଟି ରାଜ୍ୟରେ ତାପମାତ୍ରା ଓ ମୃତ୍ୟୁ କିପରି ଜଡ଼ିତ ତାହା ପର୍ଯ୍ୟବେକ୍ଷଣ କରିଥିଲେ। ସେଥିରୁ ଉଭୟ ଗ୍ରୀଷ୍ମ ଓ ଶୀତ କାଳରେ ତାପମାତ୍ରା ସାଧାରଣ ସୀମା ବାହାରକୁ ଚାଲିଗଲେ ମୃତ୍ୟୁସଂଖ୍ୟା ତୀବ୍ର ଭାବରେ ବୃଦ୍ଧି ପାଇଥିବା ଜଣାପଡ଼ିଥିଲା। ଯେଉଁ ଅଞ୍ଚଳର ଲୋକେ ଏପରି ଚରମ ପରିଣାମ ଭୋଗୁଛନ୍ତି, ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବାକୁ ଗବେଷକମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe