ଗହମ ପାଇଁ କାଳ ଫେବ୍ରୁଆରି ପାଣିପାଗ!

Advertisment

ଚଳିତ ଫେବ୍ରୁଆରି ମାସ ବର୍ଷାବିହୀନ ତଥା ଉଷ୍ମ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ବିଶେଷ କରି ଫୁଲ ଓ ଫଳ ଧରୁଥିବା ଗହମ ଶସ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ।

ଚଳିତ ଫେବ୍ରୁଆରି ମାସ ବର୍ଷାବିହୀନ ତଥା ଉଷ୍ମ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ବିଶେଷ କରି ଫୁଲ ଓ ଫଳ ଧରୁଥିବା ଗହମ ଶସ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ।

00

ଚଳିତ ଫେବ୍ରୁଆରି ମାସ ବର୍ଷାବିହୀନ ତଥା ଉଷ୍ମ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ବିଶେଷ କରି ଫୁଲ ଓ ଫଳ ଧରୁଥିବା ଗହମ ଶସ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏପରିକି ସେଥିଯୋଗୁଁ ଉଦ୍ୟାନକୃଷିରେ ସେଓ ଏବଂ ଅନ୍ୟାନ୍ୟ ଟାଣ ମଞ୍ଜିଯୁକ୍ତ ଫଳ (ଷ୍ଟୋନ୍‌ ଫ୍ରୁଟ୍‌)ର କଷିଗୁଡ଼ିକ ଡେମ୍ଫରୁ ବିଚ୍ୟୁତ ହେବାର ଆଶଙ୍କା ରହିଛି। 

୧୯୦୧ ମସିହା ପରଠାରୁ ୨୦୨୫ ଜାନୁଆରି ମାସ ଥିଲା ତୃତୀୟ ଉଷ୍ମତମ ତଥା ଚତୁର୍ଥ ସର୍ବନିମ୍ନ ବୃଷ୍ଟିପାତ ଦେଖିଥିବା ଜାନୁଆରି ମାସ। ଚଳିତ ମାସରେ ଉତ୍ତର ଭାରତରେ ହାରାହାରି ବୃଷ୍ଟିପାତ ସ୍ବାଭାବିକ ଠାରୁ ଯଥେଷ୍ଟ ତଳେ ରହିବ ଏବଂ ସମଗ୍ର ଦେଶରେ ମାସିକ ବୃଷ୍ଟିପାତ ମଧ୍ୟ ଯଥେଷ୍ଟ କମ୍‌ ରହିବ ବୋଲି ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେହିପରି ଦେଶର ଅଧିକାଂଶ ଅଞ୍ଚଳରେ ଚଳିତ ମାସର ହାରାହାରି ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ବାଭାବିକ ଠାରୁ ଅଧିକ ରହିବ। ଗତ ଜାନୁଆରି ମାସର ହାରାହାରି ତାପମାତ୍ରା ୧୮.୯୮ ଡିଗ୍ରି ସେଲିସିଅସ୍‌ ରହିଥିଲା ଯାହା ୧୯୦୧ ପରଠାରୁ ୧୯୫୮ ଓ ୧୯୯୦ ପରେ ତୃତୀୟ ସ୍ଥାନରେ ଥିଲା। ଦେଶର ଉତ୍ତରପଶ୍ଚିମ ଭାଗରେ ସ୍ବାଭାବିକ ଠାରୁ କମ୍‌ ବୃଷ୍ଟିପାତ ସାଙ୍ଗକୁ ଉଚ୍ଚ ତାପମାତ୍ରା ଯୋଗୁଁ ଖାଦ୍ୟ ଶସ୍ୟ ଓ ଉଦ୍ୟାନକୃଷି ଉପରେ ଉଲ୍ଲେଖନୀୟ ପ୍ରତିକୂଳ ପ୍ରଭାବ ପଡ଼ିବ। ଉଚ୍ଚ ତାପମାତ୍ରା ଯୋଗୁଁ ସୋରିଷ ଓ ବୁଟ ଆଦି ଶସ୍ୟରେ ଅପରିପକ୍ବତା ଦେଖାଦେବା ସହ ସେଓ ଓ ବିଭିନ୍ନ କୋଳିର ଆଗୁଆ ଫୁଲ ଧରି ଅପରିପକ୍ବ କଷି ଛିଣ୍ଡିପଡ଼ିବାର ଆଶଙ୍କା ରହିଛି। ଫଳରେ ଶସ୍ୟ ଉତ୍ପାଦନରେ ହ୍ରାସ ଘଟିବ।

ତେବେ ମାସ ତମାମ ଉଷ୍ମତା ଓ ଶୁଷ୍କତା ପରିଲକ୍ଷିତ ହେବାକୁ ଥିବାରୁ ଚାଷୀମାନେ ତାହାର କୁପ୍ରଭାବର ମୁକାବିଲା ପାଇଁ କିଛି ମଧ୍ୟବର୍ତ୍ତୀକାଳୀନ ଜଳସେଚନ କରାଇବାକୁ ପରାମର୍ଶ କରାଯାଇଛି। ଅପରପକ୍ଷେ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ବା ତା’ଠାରୁ କମ୍‌ ରହିବା ସତ୍ତ୍ବେ କ୍ଷେତଶସ୍ୟ ଉପରେ ଶୀତ ଲହରୀର କୁପ୍ରଭାବ ସୀମିତ ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଜାନୁଆରିରେ ଦେଶର ଉତ୍ତରପଶ୍ଚିମ ଭାଗ, କେନ୍ଦ୍ରାଞ୍ଚଳ ଓ ଦିଲ୍ଲୀ ଆଦି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ବାୟୁମଣ୍ଡଳ ଯଥେଷ୍ଟ ଜଳକଣା ବହନ କରିନଥିବାରୁ ଉଲ୍ଲେଖନୀୟ ବର୍ଷା କି ତୁଷାରପାତ ହୋଇନଥିଲା ବୋଲି ସେ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe