ଖାଲି ସ୍ଥାନକୁ ଗଛରେ ଭରିବା: ନରସିଂହ ଭତ୍ରା

ଜଙ୍ଗଲ ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିଲେ ନବରଙ୍ଗପୁର ଜିଲ୍ଲାର ଆଦିବାସୀ। ଜନସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି, ସେହି ପରିମାଣରେ ନବରଙ୍ଗପୁର ଜିଲ୍ଲାରେ ହ୍ରାସ ପାଉଛି ଜଙ୍ଗଲ।

fhhfhkfhkhkhkhkhk

ଝରିଗାଁ/ନବରଙ୍ଗପୁର: ଜଙ୍ଗଲ ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିଲେ ନବରଙ୍ଗପୁର ଜିଲ୍ଲାର ଆଦିବାସୀ। ଜନସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି, ସେହି ପରିମାଣରେ ନବରଙ୍ଗପୁର ଜିଲ୍ଲାରେ ହ୍ରାସ ପାଉଛି ଜଙ୍ଗଲ। ପରିଣାମ ସ୍ବରୂପ ଉତ୍ତାପ ବଢ଼ିବା ସହ ଜଳବାୟୁରେ ବଡ଼ ପରିବର୍ତ୍ତନ ହୋଇଛି। ଝରିଗାଁ ନିର୍ବାଚନଣ୍ଡଳୀରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହିକଥା କହିଛନ୍ତି ଝରିଗାଁ ବିଧାୟକ ନରସିଂହ ଭତ୍ରା।

ଝରିଗାଁ ମହାବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଭତ୍ରା କହିଥିଲେ ଯେ କିଛି ବର୍ଷ ହେଲା ଚନ୍ଦାହାଣ୍ଡି ଓ ଝରିଗାଁ ବ୍ଲକ ସ୍ବଳ୍ପବୃଷ୍ଟି ଅଞ୍ଚଳରେ ପରିଣତ ହୋଇଛି। ପୁରୁଣା ଦିନ ଫେରାଇ ଆଣିବାକୁ ହେଲେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବାକୁ ପଡ଼ିବ। ଖାଲି ସ୍ଥାନକୁ ସବୁଜ ବନାନୀରେ ଭରିବାକୁ ହେବ। ପୃଥିବୀ ପାଇଁ ପୁନଶ୍ଚ ନୂଆ ଜଙ୍ଗଲ ସୃଷ୍ଟି କରିବାକୁ ପଡ଼ିବ। ବିଧାୟକ ଭାବେ ସେ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ। ବୃକ୍ଷରୋପଣ ପାଇଁ ପାଣ୍ଠି ବିନିଯୋଗ କରିବାକୁ ପ୍ରସ୍ତୁତ ବୋଲି ବିଧାୟକ ଶ୍ରୀ ଭତ୍ରା କହିଥିଲେ। ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଆର.ଏନ୍‌ ଦାସ ଯୋଗଦେଇ ଗଛ ଜୀବନ ସହ ଜୀବିକାର ମୁଖ୍ୟ ଉତ୍ସ। ଜଳ ସହ ବାୟୁ ପ୍ରଦୂଷିତ ହେବା ମଣିଷ ସମାଜ ପାଇଁ ବଡ଼ ବିପଦ।

ମାଟିର ଗୁଣାତ୍ମକ ମାନ କମିବା ଅର୍ଥ ଆଗକୁ ଖାଦ୍ୟ ଅଭାବ। ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଯୋଗୁଁ ଖାଦ୍ୟ ବିଷାକ୍ତ ହେଉଛି ବୋଲି କହିଥିଲେ। ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ବୀରେନ୍ଦ୍ର ପାଢ଼ୀ ପରିବର୍ତ୍ତିତ ଜଳବାୟୁର ମୁକାବିଲା ପାଇଁ ମଣିଷ ବ୍ୟବହାର କରୁଥିବା ଏସି ଓ ଅନ୍ୟ ବୈଦ୍ୟୁତିକ ଉପକରଣ ପରିବେଶକୁ ଅଧିକ କ୍ଷତିଗ୍ରସ୍ତ କରୁଛି। ପ୍ରାକୃତିକ ଉପାୟରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାକୁ ହେବ ବୋଲି ଆହ୍ବାନ ଦେଇଥିଲେ। ପରିବେଶବିତ୍‌ ତଥା ଅଧ୍ୟାପକ ସନ୍ତୋଷ କୁମାର ଖିଲାର ପ୍ରଦୂଷଣ ଏବଂ ପାଣିପାଗରେ ପରିବର୍ତ୍ତନ ସଂପୂର୍ଣ୍ଣ ରୂପେ ମଣିଷକୃତ। ତେଣୁ ମାଟି, ପାଣି ସହ ପବନକୁ ସୁରକ୍ଷା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀ ନିଜ ନିଜ ଗାଁରେ ବୃକ୍ଷରୋପଣ କରିବାକୁ ସଚେତନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe