କୋଇଲାରୁ ବିଜୁଳି ଉତ୍ପାଦନ ବନ୍ଦ କଲା ଫିନ୍‌ଲାଣ୍ଡ

Advertisment

ଅଙ୍ଗାରକାମ୍ଳ ନିର୍ଗମନ ଜନିତ ପରିବେଶ ପ୍ରଦୂଷଣରେ ହ୍ରାସ ଆଣିବା ପାଇଁ ଫିନ୍‌ଲାଣ୍ଡ ତାହାର ଶେଷ କୋଇଲାଭିତ୍ତିକ ବିଦ୍ୟୁତ୍‌ କେନ୍ଦ୍ରକୁ ସବୁଦିନ ପାଇଁ ବନ୍ଦ କରିଦେଇଛି। ୟୁରୋପର ଏହି ଅଷ୍ଟମ ବୃହତ୍ତମ ଦେଶର ଏଭଳି ସମୟୋଚିତ...

ଅଙ୍ଗାରକାମ୍ଳ ନିର୍ଗମନ ଜନିତ ପରିବେଶ ପ୍ରଦୂଷଣରେ ହ୍ରାସ ଆଣିବା ପାଇଁ ଫିନ୍‌ଲାଣ୍ଡ ତାହାର ଶେଷ କୋଇଲାଭିତ୍ତିକ ବିଦ୍ୟୁତ୍‌ କେନ୍ଦ୍ରକୁ ସବୁଦିନ ପାଇଁ ବନ୍ଦ କରିଦେଇଛି। ୟୁରୋପର ଏହି ଅଷ୍ଟମ ବୃହତ୍ତମ ଦେଶର ଏଭଳି ସମୟୋଚିତ...

ggdcvvgbhb

ଅଙ୍ଗାରକାମ୍ଳ ନିର୍ଗମନ ଜନିତ ପରିବେଶ ପ୍ରଦୂଷଣରେ ହ୍ରାସ ଆଣିବା ପାଇଁ ଫିନ୍‌ଲାଣ୍ଡ ତାହାର ଶେଷ କୋଇଲାଭିତ୍ତିକ ବିଦ୍ୟୁତ୍‌ କେନ୍ଦ୍ରକୁ ସବୁଦିନ ପାଇଁ ବନ୍ଦ କରିଦେଇଛି। ୟୁରୋପର ଏହି ଅଷ୍ଟମ ବୃହତ୍ତମ ଦେଶର ଏଭଳି ସମୟୋଚିତ ପଦକ୍ଷେପ ଅନ୍ୟ ବିକଶିତ ଓ ବିକାଶଶୀଳ ଦେଶମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି, ଯାହା ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ସକାରାତ୍ମକ ଯୋଗଦାନ କରିବ। ସୂଚନା ଥାଉ କି, ୨୦୨୯ ମସିହା ବେଳକୁ କୋଇଲାକୁ ଦେଶରେ ସଂପୂର୍ଣ୍ଣ ନିଷିଦ୍ଧ କରିବା ଲାଗି ଫିନ୍‌ଲାଣ୍ଡ୍‌ ସରକାର ୨୦୧୯ ମସିହାରେ ଏକ ଆଇନ ପ୍ରଣୟନ କରିଥିଲେ। ଏହି ଲକ୍ଷ୍ୟ ପୂରଣ ପାଇଁ ଦେଶ ନବୀକରଣଯୋଗ୍ୟ ଶକ୍ତିର ପ୍ରସାର ବୃଦ୍ଧି କରିଥିଲା, ଫଳସ୍ବରୂପ କୋଇଲାଚାଳିତ ବିଦ୍ୟୁତ୍‌ ଉତ୍ପାଦନ ଆଶାତୀତ ଭାବେ ଶୀଘ୍ର ସମାପ୍ତ ହୋଇ ଆସିଥିଲା।

ଶେଷରେ ଗତ ମଙ୍ଗଳବାର ଶକ୍ତି ଉତ୍ପାଦନ କମ୍ପାନି ‘ହେଲେନ୍‌’ ଦ୍ବାରା ପରିଚାଳିତ ସାଲମିସାରି ସ୍ଥିତ ଦେଶର ଶେଷ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଶେଷ ଥର ପାଇଁ ଧୂଆଁ ଛାଡ଼ିଥିଲା। ରାଜଧାନୀ ହେଲସିଙ୍କିରେ ଅବସ୍ଥିତ ଏହି ବିଦ୍ୟୁତ୍‌ କେନ୍ଦ୍ର ଦେଶର ରାଜଧାନୀ ପାଇଁ ବାର୍ଷିକ ୩୦୦ ମେଗାଵାଟ ତାପଶକ୍ତି ଓ ୧୭୫ ମେଗାଵାଟ ବିଦ୍ୟୁତ୍‌ ଉତ୍ପାଦନ କରୁଥିଲା। ଏଥି ସହିତ ଏହା ବିଷାକ୍ତ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତ କରୁଥିଲା, ଯାହା ଘାତକ ଜଳବାୟୁ ପରିବର୍ତ୍ତନରେ ସହାୟକ ହେଉଥିଲା। ଉକ୍ତ ତାପଜ ବିଦ୍ୟୁତ୍‌ କେନ୍ଦ୍ର ବନ୍ଦ ହେବା ଫଳରେ ହେଲେନ୍‌ର ବାର୍ଷିକ ଅଙ୍ଗାରକାମ୍ଳ ନିର୍ଗମନ ୨୦୨୪ ସ୍ତର ତୁଳନାରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇବ ଏବଂ ହେଲସିଙ୍କିର ମୋଟ ନିର୍ଗମନ ୩୦ ପ୍ରତିଶତ କମିବ ବୋଲି ଆକଳନ କରାଯାଇଛି। ଏଣିକି କମ୍ପାନି ପବନ, ପରମାଣୁ, ଜଳବିଦ୍ୟୁତ୍‌ ଓ ସୌରଶକ୍ତି ବ୍ୟବହାର କରି ଶକ୍ତି ଚାହିଦା ପୂରଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe