ଅଙ୍କୁର ବିଚାର: ପଲିଥିନ୍‌ ବ୍ୟବହାର ବନ୍ଦ କରିବା

Advertisment

ପଲିଥିନ୍‌ର ପ୍ରଚୁର ବ୍ୟବହାର ପରିବେଶ ତଥା ଜନସମାଜ ପାଇଁ ଚିନ୍ତା ବଢ଼ାଇଛି। ସଚେତନତା ଆଉ କଟକଣା ପରେ ବି ବନ୍ଦ ହେଉନି ପଲିଥିନ୍‌ର ବ୍ୟବହାର। ପଲିଥିନ୍‌ ଉତ୍ପାଦନ, ଆମଦାନି, ରପ୍ତାନି ଓ ବିକ୍ରି ଉପରେ ରାଜ୍ୟ ସରକାର ରୋକ ଲଗାଇଥିଲେ ମଧ୍ୟ ଏହା ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇପାରୁନି।

ପଲିଥିନ୍‌ର ପ୍ରଚୁର ବ୍ୟବହାର ପରିବେଶ ତଥା ଜନସମାଜ ପାଇଁ ଚିନ୍ତା ବଢ଼ାଇଛି। ସଚେତନତା ଆଉ କଟକଣା ପରେ ବି ବନ୍ଦ ହେଉନି ପଲିଥିନ୍‌ର ବ୍ୟବହାର। ପଲିଥିନ୍‌ ଉତ୍ପାଦନ, ଆମଦାନି, ରପ୍ତାନି ଓ ବିକ୍ରି ଉପରେ ରାଜ୍ୟ ସରକାର ରୋକ ଲଗାଇଥିଲେ ମଧ୍ୟ ଏହା ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇପାରୁନି।

Punascha Pruthibi

ପଲିଥିନ୍‌ର ପ୍ରଚୁର ବ୍ୟବହାର ପରିବେଶ ତଥା ଜନସମାଜ ପାଇଁ ଚିନ୍ତା ବଢ଼ାଇଛି। ସଚେତନତା ଆଉ କଟକଣା ପରେ ବି ବନ୍ଦ ହେଉନି ପଲିଥିନ୍‌ର ବ୍ୟବହାର। ପଲିଥିନ୍‌ ଉତ୍ପାଦନ, ଆମଦାନି, ରପ୍ତାନି ଓ ବିକ୍ରି ଉପରେ ରାଜ୍ୟ ସରକାର ରୋକ ଲଗାଇଥିଲେ ମଧ୍ୟ ଏହା ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇପାରୁନି। ଆଜିର ଦିନରେ ପ୍ଲାଷ୍ଟିକ ବ୍ୟାଗ୍ ବିନା ମଣିଷର ବଞ୍ଚିବା ଯେଭଳି ଅସମ୍ଭବ ହୋଇଯାଇଛି। ଏହାର ବ୍ୟବହାର ଆମର ନିତିଦିନିଆ ଅଭ୍ୟାସ ପାଲଟିଗଲାଣି। ସମାଜରେ ଯେଉଁ ଆଡ଼କୁ ଅନାଇବେ ସବୁ ଆଡ଼େ ଖାଲି ପ୍ଲାଷ୍ଟିକ ହିଁ ଦେଖିବାକୁ ମିଳିବ। ଏବେ ପ୍ଲାଷ୍ଟିକ ବ୍ୟାଗ ମଧ୍ୟ ବିଭିନ୍ନ ରୋଗର କାରଣ ପାଲଟିଛି। ଏହି ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ବ୍ୟାଗ୍ ମାଟିରେ ନା ମିଶୁଚି ନା ପାଣିରେ ମିଳାଉଛି। ବର୍ଷ ବର୍ଷ ଧରି ମାଟିରେ ପଡ଼ି ରହିଲେ ବି ନଷ୍ଟ ହେଉନି। ଅନ୍ୟପଟେ ନିୟମିତ ଭାବେ ବିଭିନ୍ନ ସଉଦା ଦୋକାନ, ପରିବା ମାର୍କେଟ ସହ ଅନେକ ବଡ଼ ବଡ଼ ଷ୍ଟୋରରେ ମଧ୍ୟ ପଲିଥିନ୍‌ର ବ୍ୟବହାର ଜାରି ରହିଛି।

ପୁଣି ସହରର ରାସ୍ତାଘାଟ, ନାଳନର୍ଦ୍ଦମା ସବୁଠି ପଲିଥିନ୍‌ ଦେଖିବାକୁ ମିଳୁଛି। ବର୍ଷ ବର୍ଷ ଧରି ନାଳନର୍ଦ୍ଦମାରେ ପଲିଥିନ୍‌ ପଡ଼ିରହୁଛି। ଯାହା ଫଳରେ ବର୍ଷା ସମୟରେ ନାଳ ଜାମ୍ ହୋଇଯିବାରୁ ଜଳ ନିଷ୍କାସନ ହୋଇପାରୁନି। କେବଳ ପରିବେଶ ନୁହେଁ, ବରଂ ଜୀବଜନ୍ତୁଙ୍କ ପାଇଁ ମଧ୍ୟ କାଳ ସାଜୁଛି ପଲିଥିନ୍। ପଲିଥିନ୍ ଉତ୍ପାଦନ ସଂପୂର୍ଣ୍ଣ ରୂପେ ବନ୍ଦ ହେଲେ ଯାଇ ଏହାର ବ୍ୟବହାର ଉପରେ ରୋକ ଲାଗିପାରିବ। ପଲିଥିନ୍‌ ବ୍ୟବହାର ଯୋଗୁଁ କ’ଣ କ୍ଷତି ହେଉଛି ତାହା ଆମ ବହିରେ ପଢ଼ାହେଉଛି। ସେଥିପାଇଁ ଏହାକୁ କେବଳ ବହିରେ ସୀମିତ ନ ରଖି କାମରେ ଲଗାଇବା ଉଚିତ।
- ଓଁ ଶ୍ରୀମାନ ସ୍ବାଇଁ
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର
ଅଷ୍ଟମ ଶ୍ରେଣୀ, କଳିଙ୍ଗବିହାର, ଭୁବନେଶ୍ବର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe