ପ୍ରତି ସଭାରେ ପରିବେଶ ସଂପର୍କରେ ସଚେତନ କରିବି: ବିଧାୟକ ଛବି ମଲ୍ଲିକ

Advertisment

ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ବ। ସବୁ ସରକାର କରି‌ବେ, ସେଭଳି ମାନସିକତାରୁ ବାହାରିବାକୁ ପଡ଼ିବ। ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ନେଇ ଏକ କମିଟି ଗଠନ ହେବ ବୋଲି କହିଛନ୍ତି ନିଆଳି ବିଧାୟକ ଇଞ୍ଜିନିୟର ଛବି ମଲ୍ଲିକ।

ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ବ। ସବୁ ସରକାର କରି‌ବେ, ସେଭଳି ମାନସିକତାରୁ ବାହାରିବାକୁ ପଡ଼ିବ। ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ନେଇ ଏକ କମିଟି ଗଠନ ହେବ ବୋଲି କହିଛନ୍ତି ନିଆଳି ବିଧାୟକ ଇଞ୍ଜିନିୟର ଛବି ମଲ୍ଲିକ।

ssfs

ନିଆଳି/କଣ୍ଟାପଡ଼ା: ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ବ। ସବୁ ସରକାର କରି‌ବେ, ସେଭଳି ମାନସିକତାରୁ ବାହାରିବାକୁ ପଡ଼ିବ। ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ନେଇ ଏକ କମିଟି ଗଠନ ହେବ ବୋଲି କହିଛନ୍ତି ନିଆଳି ବିଧାୟକ ଇଞ୍ଜିନିୟର ଛବି ମଲ୍ଲିକ। ଶୁକ୍ରବାର ନିଆଳି ନିର୍ବାଚନମଣ୍ଡଳୀର ଅଡଶପୁରସ୍ଥିତ ପ୍ରାଚୀ ନଦୀ କୂଳରେ ଅବସ୍ଥିତ ଜୟଦେବଙ୍କ ସାଧନାପୀଠରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ବିଧାୟକ କହିଥିଲେ, ଉକ୍ତ କମିଟି ମାଧ୍ୟମରେ ନିଆଳି ନିର୍ବାଚନମଣ୍ଡଳୀରେ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ନିର୍ବାଚନମଣ୍ଡଳୀରେ ଯେଉଁ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ସବୁଠି ପ୍ରଥମ ୧୦ ମିନିଟ୍‌ ପରିବେଶ ସଂପର୍କରେ ସଚେତନ କରିବେ ବୋଲି ବିଧାୟକ ଘୋଷଣା କରିଥିଲେ। 
ପ୍ରାଚୀ ହେଉଛି ପବିତ୍ର ଓ ଏହ‌ା ଆମ ପରମ୍ପରା, ସଂସ୍କୃତି ସହିତ ଜଡିତ। ପ୍ରାଚୀର ପୁନରୁଦ୍ଧ‌ାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସଂପର୍କରେ ଭୁବନେଶ୍ବରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବିଭାଗୀୟ ଯନ୍ତ୍ରୀମାନଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିସହ ପ୍ରାଚୀରେ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ୍‌)ର ମଧ୍ୟ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଧାୟକ ସୂଚନା ଦେଇଥିଲେ। ମଣିଷ ଦିନକୁ ଦିନ ତାର ପରମ୍ପରା ଓ ସଂସ୍କୃତିକୁ ଭୁଲିଗଲାଣି। ବୃକ୍ଷପୂଜନ ଭଳି ଯେଉଁ ମହାନ ପରମ୍ପରା ଥିଲା, ତାକୁ ମଧ୍ୟ ଭୁଲିଗଲେଣି। ସରକାର ବୃକ୍ଷରୋପଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ବୃକ୍ଷରୋପଣ ଯେମିତି ହେ‌ବା କଥା ତା’ ହେଉନି। ପଲିଥିନ୍‌ ବର୍ଜନ ଅଭିଯାନ ନିଜ ଘରୁ ଓ ନିଜ ପାଖରୁ ଆରମ୍ଭ ହେବା ଉଚିତ।

ଜଗନ୍ନାଥଙ୍କ ନବ‌କଳେବର ସମୟରେ କାକଟପୁରକୁ ଦଇତାପତିମାନେ ଦାରୁ ସନ୍ଧାନ ପାଇଁ ଆସୁଥିବାବେଳେ ପ୍ରାଚୀରେ ସ୍ନ‌ାନ କରି ଦାରୁ ସନ୍ଧାନରେ ଯାଇଥାନ୍ତି। ଖୁବ୍‌ଶୀଘ୍ର ପ୍ରାଚୀର ଇତିହାସ ଓ ଆଧ୍ୟାତ୍ମିକ ମହତ୍ତ୍ବକୁ ନେଇ ଏକ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବ। ତା’ ସହିତ ପ୍ରସିଦ୍ଧ ଦୋପଟି ମେଳଣକୁ ବ୍ୟବସ୍ଥିତ କରାଯିବା ସହ ତାକୁ ନୂଆ ରୂପ ଦିଆଯିବ ବୋଲି ବିଧାୟକ କହିଥିଲେ। ଏହି କ‌ାର୍ଯ୍ୟକ୍ରମରେ କଣ୍ଟାପଡ଼ା, ନିଆଳି ବ୍ଲକ୍‌ ଅଞ୍ଚଳର ପରିବେଶ ସୁରକ୍ଷା ଅଭିଯାନରେ ସାମିଲ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe