ପରିବେଶ ସୁରକ୍ଷା ପାଇଁ ପ୍ରତିବର୍ଷ ବିଧାୟକ ପାଣ୍ଠିରୁ ୧୦ ଲକ୍ଷ ଖର୍ଚ୍ଚ କରିବି: ରାମଚନ୍ଦ୍ର

Advertisment

ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସେମିଳିଗୁଡ଼ା ମହାବିଦ୍ୟାଳୟରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆଜି ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସୁନାବେଡ଼ା-ସେମିଳିଗୁଡ଼ାର ଜୀବନରେଖା କେରାଣ୍ଡି ନଦୀକୁ ବଞ୍ଚାଇବା ନିମନ୍ତେ ଆଜିଠାରୁ ଅଭିଯାନ ଆରମ୍ଭ ହେବ।

ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସେମିଳିଗୁଡ଼ା ମହାବିଦ୍ୟାଳୟରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆଜି ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସୁନାବେଡ଼ା-ସେମିଳିଗୁଡ଼ାର ଜୀବନରେଖା କେରାଣ୍ଡି ନଦୀକୁ ବଞ୍ଚାଇବା ନିମନ୍ତେ ଆଜିଠାରୁ ଅଭିଯାନ ଆରମ୍ଭ ହେବ।

fkhhfkhfkuk

କୋରାପୁଟ/ ସେମିଳିଗୁଡ଼ା: ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସେମିଳିଗୁଡ଼ା ମହାବିଦ୍ୟାଳୟରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆଜି ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସୁନାବେଡ଼ା-ସେମିଳିଗୁଡ଼ାର ଜୀବନରେଖା କେରାଣ୍ଡି ନଦୀକୁ ବଞ୍ଚାଇବା ନିମନ୍ତେ ଆଜିଠାରୁ ଅଭିଯାନ ଆରମ୍ଭ ହେବ। ନଦୀ ସହ ପରିବେଶ ସୁରକ୍ଷା ପାଇଁ ପ୍ରତିବର୍ଷ ବିଧାୟକ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ଏହି ଅବସରରେ ଘୋଷଣା କରିଛନ୍ତି।

ଗଛ ବଦଳରେ କଂକ୍ରିଟ୍‌ରେ ଭର୍ତ୍ତି ହୋଇଗଲାଣି କୋରାପୁଟ ଜିଲ୍ଲା। ଅନିୟମିତ ବର୍ଷା ସାଙ୍ଗକୁ ଜଙ୍ଗଲ କମିବା ବଡ଼ ବିପଦର ସଂକେତ ଦେଉଛି। ଖଣି ଖନନର ଗଭୀର ପ୍ରଭାବ ପରିବେଶ ଉପରେ ପଡ଼ୁଛି। ତାପାମାତ୍ରା ବୃଦ୍ଧି ସହ ଭୂତଳ ଜଳସ୍ତର ହ୍ରାସ ପାଉଛି। ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ପ୍ଲାଷ୍ଟିକ୍‌ ଆବର୍ଜନା ବଢ଼ୁଛି। ସେହି ଆବର୍ଜନାକୁ ନଦୀରେ ଭସାଇବା ଫଳରେ ଜଳ ପ୍ରଦୂଷିତ ହୋଇ ବିଭିନ୍ନ ରୋଗର କାରଣ ସାଜୁଛି। କେରାଣ୍ଡି ନଦୀ ବି ଏମିତି ପ୍ରଦୂଷଣର ଶିକାର ହୋଇଛି। ଏହି ବିଷୟରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା ବିଧାୟକ ଶ୍ରୀ କାଡ଼ାମ ପରିବେଶ ପଞ୍ଚାୟତରେ ସୂଚନା ଦେଇଥିଲେ।

ରାଣ୍ଡି ନଦୀ ବଞ୍ଚାଅ ଅଭିଯାନକୁ ବ୍ୟାପକ କରିବାକୁ ବିଧାୟକଙ୍କ ସମେତ ଅନ୍ୟମାନେ ଶପଥ ନେଇଥିଲେ। ସେହିପରି ଘର ଗୁଡ଼ିକରେ ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ହେଉଥିବା ଆର୍ଥିଂ ପିଟ୍‌ରେ କୋଇଲା ଭର୍ତ୍ତି କରାଯାଉଛି। ସରକାର ଜଙ୍ଗଲ ବଞ୍ଚାଇବା ପାଇଁ ଆହ୍ବାନ ଦେଇ କିଭଳି କୋଇଲା ବ୍ୟବହାର କରୁଛନ୍ତି। ତେଣୁ ଏହାକୁ ତୁରନ୍ତ ବନ୍ଦ କରି ନୂଆ ମାର୍ଗଦର୍ଶିକା ଜାରି କରାଯାଉ। ଯାହାଫଳରେ କୋଇଲା ପାଇଁ ଆଉ ଜଙ୍ଗଲରେ ନିଆଁ ‌‌ଲାଗିବ ନାହିଁ ବୋଲି ବିଧାୟକ କହିଥିଲେ। ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା ‌ଝାନସୀ ସିଂ, କଲେଜ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ବେହେରା ପ୍ରମୁଖ ଯୋଗଦେଇ ବିହନ ସଂରକ୍ଷଣ କରି ଅନାବାଦି ଜମିରେ ବୁଣିବା ସହ ଗଛର ସୁରକ୍ଷା ନିମନ୍ତେ ଆହ୍ବାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe