ଚିନ୍ତାଜନକ ଭାବେ କମୁଛି ଭାରତୀୟ ପକ୍ଷୀଙ୍କ ସଂଖ୍ୟା

Advertisment

ଭାରତର ଅନେକ ପକ୍ଷୀ ଜାତିରେ ଉଲ୍ଲେଖନୀୟ ହ୍ରାସ ଘଟିଛି, ଯାହା ନିରନ୍ତର ସଂରକ୍ଷଣ ପ୍ରୟାସର ଆବଶ୍ୟକତାକୁ ଉତ୍‌ଥାପନ କରିଛି ବୋଲି ଏକ ସାମ୍ପ୍ରତିକ ଅଧ୍ୟୟନରୁ ଜଣାଯାଇଛି। ‘ଇବାର୍ଡ’ ନାମକ ନାଗରିକ ବିଜ୍ଞାନ ମଞ୍ଚ ମାଧ୍ୟମରେ ହଜାର ହଜାର ପକ୍ଷୀ ପର୍ଯ୍ୟବେକ୍ଷକଙ୍କ ପ୍ରଦତ୍ତ....

ଭାରତର ଅନେକ ପକ୍ଷୀ ଜାତିରେ ଉଲ୍ଲେଖନୀୟ ହ୍ରାସ ଘଟିଛି, ଯାହା ନିରନ୍ତର ସଂରକ୍ଷଣ ପ୍ରୟାସର ଆବଶ୍ୟକତାକୁ ଉତ୍‌ଥାପନ କରିଛି ବୋଲି ଏକ ସାମ୍ପ୍ରତିକ ଅଧ୍ୟୟନରୁ ଜଣାଯାଇଛି। ‘ଇବାର୍ଡ’ ନାମକ ନାଗରିକ ବିଜ୍ଞାନ ମଞ୍ଚ ମାଧ୍ୟମରେ ହଜାର ହଜାର ପକ୍ଷୀ ପର୍ଯ୍ୟବେକ୍ଷକଙ୍କ ପ୍ରଦତ୍ତ....

New ewtct (9)

ଭାରତର ଅନେକ ପକ୍ଷୀ ଜାତିରେ ଉଲ୍ଲେଖନୀୟ ହ୍ରାସ ଘଟିଛି, ଯାହା ନିରନ୍ତର ସଂରକ୍ଷଣ ପ୍ରୟାସର ଆବଶ୍ୟକତାକୁ ଉତ୍‌ଥାପନ କରିଛି ବୋଲି ଏକ ସାମ୍ପ୍ରତିକ ଅଧ୍ୟୟନରୁ ଜଣାଯାଇଛି। ‘ଇବାର୍ଡ’ ନାମକ ନାଗରିକ ବିଜ୍ଞାନ ମଞ୍ଚ ମାଧ୍ୟମରେ ହଜାର ହଜାର ପକ୍ଷୀ ପର୍ଯ୍ୟବେକ୍ଷକଙ୍କ ପ୍ରଦତ୍ତ ୯୪୨ ପକ୍ଷୀ ଜାତିର ସ୍ଥିତିକୁ ମୂଲ୍ୟାଙ୍କନ କରି ପ୍ରମୁଖ ଗବେଷଣା ପ୍ରତିଷ୍ଠାନ ଏବଂ ସଂରକ୍ଷଣ ସଂଗଠନଗୁଡ଼ିକର ଏକ ସଂଘ ଦ୍ୱାରା ପ୍ରସ୍ତୁତ ‘ଭାରତର ପକ୍ଷୀ ସ୍ଥିତି ୨୦୨୩’ ରିପୋର୍ଟ ଏଭଳି ଚିତ୍ର ଉପସ୍ଥାପନ କରିଛି। ରିପୋର୍ଟ ଅନୁଯାୟୀ, ୨୦୪ ପକ୍ଷୀ ଜାତି ଦୀର୍ଘକାଳୀନ ହ୍ରାସର ସମ୍ମୁଖୀନ ହୋଇଥିବା ବେଳେ ୧୪୨ ଜାତିରେ ସମ୍ପ୍ରତି ହ୍ରାସ ହେଉଛି।

ଏହି ରିପୋର୍ଟ ବିଶ୍ବର ଦକ୍ଷିଣାଞ୍ଚଳର ସର୍ବବୃହତ୍‌ ଜୈବ ବିବିଧତା ମନିଟରିଂ ପ୍ରୟାସ ମଧ୍ୟରୁ ଗୋଟିଏକୁ ପ୍ରତିନିଧିତ୍ୱ କରୁଛି। ଏହା ୧୭୮ଟି ପକ୍ଷୀ ଜାତିକୁ ‘ଉଚ୍ଚ ସଂରକ୍ଷଣ ପ୍ରାଥମିକତା’, ୩୨୩ଟି ଜାତିକୁ ‘ମଧ୍ୟମ ପ୍ରାଥମିକତା’ ଏବଂ ୪୪୧ଟି ଜାତିକୁ ‘ନିମ୍ନ ପ୍ରାଥମିକତା’ ଭାବରେ ବର୍ଗୀକୃତ କରିଛି। ମେରୁଦଣ୍ଡୀ ଶିକାର, ମୃତ ପ୍ରାଣୀ କିମ୍ବା ଅମେରୁଦଣ୍ଡୀ ପ୍ରାଣୀ ପରି ଖାଦ୍ୟ ଉପରେ ନିର୍ଭରଶୀଳ ପକ୍ଷୀ ଜାତିରେ ସର୍ବାଧିକ ହ୍ରାସ ଘଟିଛି, ଯାହା ଦୀର୍ଘକାଳୀନ ପକ୍ଷୀ ସଂଖ୍ୟା କ୍ଷତିର ହାରାହାରି ୨୫%ରୁ ଅଧିକ। ଅପରପକ୍ଷେ, ଫଳ ଉପରେ ନିର୍ଭରଶୀଳ ପକ୍ଷୀ ଜାତିଙ୍କ ସଂଖ୍ୟା ସ୍ଥିର ରହିଛି କିମ୍ବା ବୃଦ୍ଧି ପାଇଛି। ତୃଣଭୂମି, ଗୁଳ୍ମଭୂମି ବା ଆର୍ଦ୍ରଭୂମିମାନଙ୍କରେ ସର୍ବାଧିକ ହ୍ରାସ ଘଟିଥିବା ଲକ୍ଷ୍ୟ କରାଯାଇଛି। ଏପରିକି ଭାରତରେ ସ୍ଥାନୀୟ ବାସିନ୍ଦା ପକ୍ଷୀଙ୍କ ତୁଳନାରେ ଶୀତକାଳୀନ ପ୍ରବାସୀ ପକ୍ଷୀମାନଙ୍କ ସଂଖ୍ୟା ଅଧିକ ହ୍ରାସ ପାଇଛି, ଯାହା ଅଧିକ ଚିନ୍ତାର କାରଣ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe