ବିପଦରେ ଇନ୍ଦ୍ରାବତୀ

Advertisment

ଜଙ୍ଗଲ ଧ୍ବଂସ ଓ ଖଣି ଖନନ କାରଣରୁ ଇନ୍ଦ୍ରାବତୀ ଉପରେ ବିପଦ ମାଡ଼ିଆସିଛି। ଇନ୍ଦ୍ରାବତୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ମରଡ଼ିଗୁଡ଼ାରୁ ବାହାରି ଗୋଦାବରୀ ନଦୀରେ ମିଶିଛି।

ଜଙ୍ଗଲ ଧ୍ବଂସ ଓ ଖଣି ଖନନ କାରଣରୁ ଇନ୍ଦ୍ରାବତୀ ଉପରେ ବିପଦ ମାଡ଼ିଆସିଛି। ଇନ୍ଦ୍ରାବତୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ମରଡ଼ିଗୁଡ଼ାରୁ ବାହାରି ଗୋଦାବରୀ ନଦୀରେ ମିଶିଛି।

agdgddg

ଭବାନୀପାଟଣା: ଜଙ୍ଗଲ ଧ୍ବଂସ ଓ ଖଣି ଖନନ କାରଣରୁ ଇନ୍ଦ୍ରାବତୀ ଉପରେ ବିପଦ ମାଡ଼ିଆସିଛି। ଇନ୍ଦ୍ରାବତୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ମରଡ଼ିଗୁଡ଼ାରୁ ବାହାରି ଗୋଦାବରୀ ନଦୀରେ ମିଶିଛି। ଏହି ନଦୀ ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ଆଦି ୪ଟି ରାଜ୍ୟର ୫୩୪ କିମି ଅତିକ୍ରମ କରି ଗୋଦାବରୀ ନଦୀରେ ପଡ଼ିଛି। ଇନ୍ଦ୍ରାବତୀ ପ୍ରକଳ୍ପ ହେବା ପରେ ପୋଡ଼ାଗଡ଼, ମୁରାନ, କପୁର, ଇନ୍ଦ୍ରାବତୀ, ପେଟଫୁଲା ଓ କାଣ୍ଡବନ୍ଧା ନଦୀ ପ୍ରକଳ୍ପରେ ମିଶିଛି। ବର୍ତ୍ତମାନ ଉପରମୁଣ୍ଡରେ ଖଣି ଖନନ ଓ ଜଙ୍ଗଲ ଧ୍ୱଂସ ହେବା ଯୋଗୁଁ ନଦୀ କୂଳ ଖାଇବା ସହିତ ଜଳସ୍ରୋତ ହ୍ରାସ ପାଇବାରେ ଲାଗିଛି। ବିଶେଷ ଭାବରେ ପେଟଫୁଲା ଓ କାଣ୍ଡବିନ୍ଧା ନଦୀ ନିଜର ଅସ୍ତିତ୍ବ ହରାଇବାରେ ଲାଗିଛନ୍ତି।

ଇନ୍ଦ୍ରାବତୀ ପ୍ରକଳ୍ପର କ୍ୟାଚ୍‌ମେଣ୍ଟ ଅଞ୍ଚଳ ୨୬୩୨ ବର୍ଗ କିମି ଯାଏ ବ୍ୟାପ୍ତ। ଜଳସ୍ତର ୬୪୨ମିଟର ଥିବା ବେଳେ ଏହି ସ୍ତର ପହଞ୍ଚିବା କଷ୍ଟସାଧ୍ୟ ହୋଇଛି। ଇନ୍ଦ୍ରାବତୀ ଉପରମୁଣ୍ଡରେ ଖଣି ଖନନ ଚାଲିଥିବା ବେଳେ ସେହି ଅନୁସାରେ ବୃକ୍ଷରୋପଣ ହେଉନି। ଆଗ ଭଳି ପର୍ଯ୍ୟାପ୍ତ ବର୍ଷା ମଧ୍ୟ ହେଉନାହିଁ। ୧୯୬୪ ମସିହାରେ ତତ୍କାଳୀନ କଳାହାଣ୍ଡି ମହାରାଜା ପ୍ରତାପକେଶରୀ ଦେଓ ଲୋକସଭା ସାଂସଦ ଥିବା ବେଳେ ବଫଲାମାଲି ଖଣି ଖନନ ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ଯୋଗୁ ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଭାବିତ ହେବ ବୋଲି ଉଦ୍‌ବେଗ ପ୍ରକାଶ କରିଥିଲେ।  ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହି ପ୍ରକଳ୍ପ ସଂକଟରେ ରହିଛି। ଦିନକୁ ଦିନ ପେଟଫୁଲା ଓ କାଣ୍ଡବିନ୍ଧା ନଦୀ ନିଜ ସ୍ଥିତି ହରାଉଥିବା ବେଳେ ଶତାଧିକ ଝରଣା ନିଜର ଠିକଣା ହଜାଇ ସାରିଛନ୍ତି। ଏପରିକି ଜଙ୍ଗଲର ବିଭିନ୍ନ ଔଷଧୀୟ ବୃକ୍ଷ ଓ ବନ୍ୟପ୍ରାଣୀ ଲୋପ ପାଇଗଲେଣି। ଏବେଠାରୁ ଉପଯୁକ୍ତ ପଦକ୍ଷେପ ନିଆନଗଲେ ଅଞ୍ଚଳବାସୀ ଆଗକୁ ଚରମ ପରିଣାମ ଭୋଗିବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe