ପ୍ରଦୂଷଣ ବଢ଼ାଉଛି କୋଇଲାରେ ନିବେଶ!

Advertisment

ଭଭୟ ବଜାର ଓ ପରିବେଶ ଦୃଷ୍ଟିରୁ କୋଇଲା ଆଧାରିତ ପ୍ରକଳ୍ପରେ ନିବେଶ କରିବା ବିପଜ୍ଜନକ; ଏହା ସତ୍ତ୍ବେ ଭାରତୀୟ ବ୍ୟାଙ୍କଗୁଡ଼ିକ କୋଇଲା ଭଳି ପ୍ରଦୂଷଣକାରୀ ଜୀବାଶ୍ମ ଇନ୍ଧନରେ ନିବେଶ ଜାରି ରଖିଛନ୍ତି।

ଭଭୟ ବଜାର ଓ ପରିବେଶ ଦୃଷ୍ଟିରୁ କୋଇଲା ଆଧାରିତ ପ୍ରକଳ୍ପରେ ନିବେଶ କରିବା ବିପଜ୍ଜନକ; ଏହା ସତ୍ତ୍ବେ ଭାରତୀୟ ବ୍ୟାଙ୍କଗୁଡ଼ିକ କୋଇଲା ଭଳି ପ୍ରଦୂଷଣକାରୀ ଜୀବାଶ୍ମ ଇନ୍ଧନରେ ନିବେଶ ଜାରି ରଖିଛନ୍ତି।

N342ct (11)

ଭଭୟ ବଜାର ଓ ପରିବେଶ ଦୃଷ୍ଟିରୁ କୋଇଲା ଆଧାରିତ ପ୍ରକଳ୍ପରେ ନିବେଶ କରିବା ବିପଜ୍ଜନକ; ଏହା ସତ୍ତ୍ବେ ଭାରତୀୟ ବ୍ୟାଙ୍କଗୁଡ଼ିକ କୋଇଲା ଭଳି ପ୍ରଦୂଷଣକାରୀ ଜୀବାଶ୍ମ ଇନ୍ଧନରେ ନିବେଶ ଜାରି ରଖିଛନ୍ତି। ବେଙ୍ଗାଲୁରୁର ଥିଙ୍କ୍ ଟ୍ୟାଙ୍କ୍ ‘କ୍ଲାଇମେଟ୍‌ ରିସ୍କ ହରାଇଜନ୍‌ସ’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚରମ ଉତ୍ତାପ ଓ ପ୍ରବଳ ବୃଷ୍ଟିପାତ ଘଟଣା ବୃଦ୍ଧି ପାଉଥିବାରୁ ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ ଅପରିହାର୍ଯ୍ୟ ହୋଇପଡ଼ିଛି, କାରଣ କୋଇଲା ଭଳି ଇନ୍ଧନ ଦହନ ପରିବେଶକୁ ପ୍ରଚୁର ମାତ୍ରାରେ ଅଙ୍ଗାରକାମ୍ଳ ଗ୍ୟାସ୍‌ ଛାଡ଼ିଥାଏ। ତେଣୁ ଭାରତ ସମେତ ଅନେକ ଦେଶ ଧୀରେ ଧୀରେ ପ୍ରଦୂଷଣକାରୀ ଜୀବାଶ୍ମ ଇନ୍ଧନ ବ୍ୟବହାର ତ୍ୟାଗ କରି ସୌର ଶକ୍ତି ପରି ସ୍ବଚ୍ଛ ଇନ୍ଧନ ଆଡ଼କୁ ଅଗ୍ରସର ହେବାର ଲକ୍ଷ୍ୟ ରଖିଛନ୍ତି। ତେବେ ଉପରୋକ୍ତ ରିପୋର୍ଟ ଏହାର ବିପରୀତ ଧାରା ପ୍ରତି ଇଙ୍ଗିତ କରୁଛି- ବିଜୁଳି ଉତ୍ପାଦନ ଓ ଶିଳ୍ପ ଚାହିଦା ପୂରଣ କରୁଥିବା କୋଇଲା କ୍ଷେତ୍ରକୁ ଭାରତର ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକ ଋଣ ଓ ସବ୍‌ସିଡି ପ୍ରଦାନ ଜାରି ରଖିଛନ୍ତି। ୨୦୧୬ରୁ ୨୦୨୩ ମସିହା ମଧ୍ୟରେ ଏସ୍‌ବିଆଇ, ଏକ୍ସିସ୍‌ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଭଳି ଋଣ ପ୍ରଦାନକାରୀ ସଂସ୍ଥା କୋଇଲା ପ୍ରକଳ୍ପରେ ୨୯ ବିଲିଅନ୍ ଡଲାର ନିବେଶ କରିଛନ୍ତି। ସେ ମଧ୍ୟରୁ ୧୫.୨ ବିଲିଅନ୍ ଡଲାର୍‌ ଋଣ ହିସାବରେ ଏବଂ ୧୩.୫ ବିଲିଅନ୍ ଡଲାର୍‌ ଅଣ୍ଡର୍‌ରାଇଟିଂ ସର୍ଭିସ୍‌ ସୂତ୍ରରେ ଦିଆଯାଇଥିଲା।

ଅଣ୍ଡର୍‌ରାଇଟିଂ ସର୍ଭିସ୍‌ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ବ୍ୟାଙ୍କମାନଙ୍କୁ ଋଣ ପରିଶୋଧର ଗ୍ୟାରେଣ୍ଟି ମିଳିଥାଏ।  ୨୦୨୧ରୁ ୨୦୨୩ ମଧ୍ୟରେ କୋଇଲାରେ ନିବେଶ ହୋଇଥିବା ସମୁଦାୟ ଅର୍ଥର ୨.୩% ଭାରତ ଦ୍ବାରା କରାଯାଇଥିଲା, ଯେଉଁ ଦୃଷ୍ଟିରୁ ଭାରତ ହେଉଛି କୋଇଲାରେ ନିବେଶ କରୁଥିବା ଶୀର୍ଷ ସାତଟି ଦେଶ ମଧ୍ୟରୁ ଗୋଟିଏ। ଉପରୋକ୍ତ ରିପୋର୍ଟ ଅନୁସାରେ ଭାରତର ସରକାରୀ ବ୍ୟାଙ୍କଗୁଡ଼ିକ କୋଇଲା କ୍ଷେତ୍ରକୁ ମିଳିଥିବା ଋଣର ୭୫% ପ୍ରଦାନ କରିଥିବା ବେଳେ ଘରୋଇ ବ୍ୟାଙ୍କଗୁଡ଼ିକ ଅଣ୍ଡର୍‌ରାଇଟିଂର ୮୩% ପ୍ରଦାନ କରିଥିଲେ। ତେବେ ଭାରତର ମାତ୍ର ତିନିଟି ବ୍ୟାଙ୍କ କୋଇଲା କ୍ଷେତ୍ରରେ ନିବେଶ ନ କରିବାର ନୀତିଗତ ନିଷ୍ପତ୍ତି ନେଇଛନ୍ତି, ସେଗୁଡ଼ିକ ହେଲେ ଫେଡେରାଲ୍‌ ବ୍ୟାଙ୍କ, ଆର୍‌ବିଏଲ୍‌ ବ୍ୟାଙ୍କ ଓ ସୂର୍ଯ୍ୟୋଦୟ ସ୍ମଲ୍‌ ଫାଇନାନ୍‌ସ ବ୍ୟାଙ୍କ। 

ଏହି ରିପୋର୍ଟରେ କୁହାଯାଇଛି ଯେ ନବୀକରଣଯୋଗ୍ୟ କ୍ଷେତ୍ରରୁ ବିଦ୍ୟୁତ୍‌ ଉତ୍ପାଦନ ଖର୍ଚ୍ଚ କୋଇଲା ତୁଳନାରେ କମ୍ ହୋଇସାରିଥିବା ଏବଂ କଠୋର ପରିବେଶ ନୀତି ଯୋଗୁଁ କୋଇଲାରେ ନିବେଶ ବିପଦପୂର୍ଣ୍ଣ। ତେଣୁ ଭାରତୀୟ ବ୍ୟାଙ୍କଗୁଡ଼ିକ କୋଇଲା ଉପଯୋଗ ତ୍ୟାଗ ନୀତି କାର୍ଯ୍ୟକାରୀ କରି ସକ୍ରିୟ ଭାବେ ନବୀକରଣଯୋଗ୍ୟ କ୍ଷେତ୍ରରେ ନିବେଶ କରିବା ଉଚିତ, ଯାହା ଦେଶର ବିଦ୍ୟୁତ୍‌ ଶକ୍ତି ସୁରକ୍ଷା, ଆର୍ଥିକ ସ୍ଥିରତା ଓ ବିକାଶର ଗତିକୁ ବଳ ଦେବ ବୋଲି ରିପୋର୍ଟର ସହ-ଲେଖକ ସାଗର ଅସପୁର କହନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe