ପ୍ରଦୂଷଣ ବଳୟରେ କଳିଙ୍ଗନଗର: ଗଣ୍ଡାନାଳରେ ମିଶୁଛି କାରଖାନା ବର୍ଜ୍ୟଜଳ

Advertisment

ପ୍ରଦୂଷଣ ବଳୟରେ ଇସ୍ପାତ ରାଜଧାନୀ କଳିଙ୍ଗନଗର। ଏଠାରେ ବାୟୁ ପ୍ରଦୂଷଣ ସର୍ବାଧିକ। ବର୍ଷବର୍ଷ ଧରି ଏଠାରେ ବୟୁର ମାନ ଖରାପ ରହୁଥିବାରୁ ଲୋକମାନଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି।

ପ୍ରଦୂଷଣ ବଳୟରେ ଇସ୍ପାତ ରାଜଧାନୀ କଳିଙ୍ଗନଗର। ଏଠାରେ ବାୟୁ ପ୍ରଦୂଷଣ ସର୍ବାଧିକ। ବର୍ଷବର୍ଷ ଧରି ଏଠାରେ ବୟୁର ମାନ ଖରାପ ରହୁଥିବାରୁ ଲୋକମାନଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି।

dadagdag

ଦାନଗଦୀ: ପ୍ରଦୂଷଣ ବଳୟରେ ଇସ୍ପାତ ରାଜଧାନୀ କଳିଙ୍ଗନଗର। ଏଠାରେ ବାୟୁ ପ୍ରଦୂଷଣ ସର୍ବାଧିକ। ବର୍ଷବର୍ଷ ଧରି ଏଠାରେ ବୟୁର ମାନ ଖରାପ ରହୁଥିବାରୁ ଲୋକମାନଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏକାଧିକ ବୃହତ ଶିଳ୍ପ ଗଢ଼ିଉଠିଥିବାବେଳେ ବାୟୁ ଓ ଜଳ ପ୍ରଦୂଷଣ ପ୍ରତି ଧ୍ୟାନ ଦିଆଯାଉ ନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି। କାରଖାନାକୁ ଲାଗି ରହିଥ‌ିବା ଗାଁ’ଗୁଡ଼ିକ ଅଧିକ ପ୍ରଭାବିତ। ପ୍ରଦୂଷଣ ବିଭାଗର ଲଗାମଛଡ଼ା ନୀତି ଯୋଗୁଁ କାରଖାନା କର୍ତ୍ତୃପକ୍ଷ ଗଣ୍ଡାନାଳରେ ବର୍ଜ୍ୟଜଳ ନିଷ୍କାସିତ କରୁଛନ୍ତି। ଉଦାହରଣ ସ୍ବରୂପ ମଙ୍ଗଳପୁର ପଞ୍ଚାୟତର ରୁଙ୍ଗୁରୁଙ୍ଗା ଗାଁକୁ ନିଆଯାଇପାରେ। ଏଠାରେ ଚାଷଜମିଗୁଡ଼ିକ ଅନୁର୍ବର ହୋଇଗଲାଣି।

ମହାଗିରି ପର୍ବତରୁ ବାହାରିଥିବା ଝରଣା ହେଉଛି ଗଣ୍ଡାନାଳ କୁସୁନୁପୁର ଦେଇ ଯୋକଡ଼ିଆ ଖରସ୍ରୋତା ନଦୀରେ ମିଶିଛି। ଗଣ୍ଡାନାଳ ନୂଆଗାଁ, ରୁଙ୍ଗୁରୁଙ୍ଗା, ବାଳୁଙ୍ଗାବନ୍ଦୀ ଦେଇ ବହିଯାଇଛି। ବର୍ଷାଦିନେ ଏହି ନାଳରେ ଅଧିକ ପାଣି ଥିବା ସମୟରେ କାରଖାନାଗୁଡ଼ିକର ବର୍ଜ୍ୟଜଳ ଛାଡ଼ିଦିଆଯାଇଥାଏ। ଖରାଦିନରେ ଜଳର ଧାରା କମ୍ ହୋଇଯାଇଥିବାରୁ କାରଖାନା ପାଣି ଛାଡ଼ିଲେ ସ୍ପଷ୍ଟ ଜଣାପଡ଼ିଥାଏ। ଏହି ବିଷାକ୍ତ ପାଣିକୁ ଗାଈଗୋରୁ ପିଇ ରୋଗଗ୍ରସ୍ତ ହେଉଛନ୍ତି। ଏଥିରେ ମାଛ ଆଉ ଦେଖିବାକୁ ମିଳୁନି। ଗଣ୍ଡାନାଳ ପାଣିରେ ଲାଲ୍‌ ରଙ୍ଗର ଆସ୍ତରଣ ଭାସୁଥିବା ଦେଖାଯାଉଛି। ଏହି ପାଣି ମଡ଼ାଇଲେ ଚାଷ ଉଜୁଡ଼ି ଯାଉଛି। ଗଣ୍ଡାନାଳ ପାଣିରେ ଗାଧୋଇଲେ କୁଣ୍ଡାଇ ହେବା ସହ ଚର୍ମରୋଗ ହେଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାଛଡ଼ା ବାୟୁ ପ୍ରଦୂଷଣ ପାଇଁ ଘର ଅଗଣା, ଗଛପତ୍ରରେ କଳା ଧୂଆଁର ଆସ୍ତରଣ ପଡ଼ି ରହୁଛି। ଏ ଅଞ୍ଚଳରେ ବର୍ଷସାରା ବାୟୁମଣ୍ଡଳ ଉତ୍ତପ୍ତ ରହୁଛି। ମାନପୁର ରେଳସାଇଡିଂ ପାଖ ଗାଁକୁ କଳା ଧୂଆଁ ଆଚ୍ଛାଦିତ କରି ରଖୁଛି। ସୁଆଁଲୋ, ଧୂଳିଗଡ଼, ନୀଳପଦା, ମାନଗୋବିନ୍ଦପୁର, ମୁଣ୍ଡାସାହିରେ ପ୍ରଦୂଷଣଜନିତ ବିଭିନ୍ନ ରୋଗରେ ବହୁ ଲୋକଙ୍କ ମୃତ୍ୟୁ ହେଲାଣି। ପ୍ରଦୂଷଣ ରୋକିବା ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe