ସୌନ୍ଦର୍ଯ୍ୟ ହରାଉଛି କାଞ୍ଜିପାଣି: ପୋଡ଼ୁଚାଷ ପାଇଁ ଜଙ୍ଗଲ କ୍ଷୟ

Advertisment

ସୁଉଚ୍ଚ ପାହାଡ଼ ଉପରେ ଘଞ୍ଚ ଶାଳଜଙ୍ଗଲ। ଜଙ୍ଗଲରେ ବାସ କରୁଛନ୍ତି ବିଭିନ୍ନ ପ୍ରକାର ବନ୍ୟଜନ୍ତୁ। ପାହାଡ଼ର ଛାତି ଚିରି ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ, କାଞ୍ଜିପାଣି-ବାର୍‌ହାଦେବତା ଓ କାଞ୍ଜିପାଣିରୁ ତେଲକୋଇକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଗଲାବେଳେ କାଞ୍ଜିପାଣି ଘାଟିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ କ୍ଷଣିଏ ଅଟକି ଯାଆନ୍ତି।

ସୁଉଚ୍ଚ ପାହାଡ଼ ଉପରେ ଘଞ୍ଚ ଶାଳଜଙ୍ଗଲ। ଜଙ୍ଗଲରେ ବାସ କରୁଛନ୍ତି ବିଭିନ୍ନ ପ୍ରକାର ବନ୍ୟଜନ୍ତୁ। ପାହାଡ଼ର ଛାତି ଚିରି ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ, କାଞ୍ଜିପାଣି-ବାର୍‌ହାଦେବତା ଓ କାଞ୍ଜିପାଣିରୁ ତେଲକୋଇକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଗଲାବେଳେ କାଞ୍ଜିପାଣି ଘାଟିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ କ୍ଷଣିଏ ଅଟକି ଯାଆନ୍ତି।

sfsfsfsf

ତେଲକୋଇ: ସୁଉଚ୍ଚ ପାହାଡ଼ ଉପରେ ଘଞ୍ଚ ଶାଳଜଙ୍ଗଲ। ଜଙ୍ଗଲରେ ବାସ କରୁଛନ୍ତି ବିଭିନ୍ନ ପ୍ରକାର ବନ୍ୟଜନ୍ତୁ। ପାହାଡ଼ର ଛାତି ଚିରି ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ, କାଞ୍ଜିପାଣି-ବାର୍‌ହାଦେବତା ଓ କାଞ୍ଜିପାଣିରୁ ତେଲକୋଇକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଗଲାବେଳେ କାଞ୍ଜିପାଣି ଘାଟିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ କ୍ଷଣିଏ ଅଟକି ଯାଆନ୍ତି। ତେବେ ପୋଡ଼ୁଚାଷ ପାଇଁ ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ କାଞ୍ଜିପାଣି ଘାଟି ତା’ର ସୌନ୍ଦର୍ଯ୍ୟ ହରାଇବାରେ ଲାଗିଛି। କେନ୍ଦୁଝର ଜିଲ୍ଲା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ କାଞ୍ଜିପାଣି ସଂରକ୍ଷିତ ଜଙ୍ଗଲରେ ରହିଛି କାଞ୍ଜିପାଣି ଘାଟି। ସମୁଦ୍ର ପତନଠାରୁ ଏହି ଘାଟିର ଉଚ୍ଚତା ୬୧୦ ମିଟର। ଶୀତ ଓ ବର୍ଷାଋତୁରେ କାଞ୍ଜିପାଣି ଘାଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଥା‌ଏ।

ପୋଡ଼ୁଚାଷ ପାଇଁ ଜଙ୍ଗଲ କ୍ଷୟ
ପ୍ରତିବର୍ଷ ସ୍ଥାନ ବଦଳାଇ କରାଯାଉଛି ପୋଡ଼ୁଚାଷ
ବିପଦରେ ବନ୍ୟପ୍ରାଣୀ

ଶୀତୁଆ ସକାଳରେ ସୁନେଲି ସୂର୍ଯ୍ୟର କିରଣ କାକର ବିନ୍ଦୁ ଉପରେ ପଡ଼ି ମୁକ୍ତାର ଭ୍ରମ ସୃଷ୍ଟି କରିଥାଏ। ରାତିରେ ତୁଷାରପାତ ଯୋଗୁଁ ସକାଳୁ ପାହାଡ଼ ଓ ଗଛପତ୍ରରେ ଧଳା ଆସ୍ତରଣ ଦେଖିବାକୁ ମିଳିଥାଏ। ବର୍ଷାଋତୁରେ ମେଘମାଳ ଗୁଡ଼ିକ ପାହାଡ଼ ଶିଖରକୁ ଛୁଇଁଥାଏ। ଘାଟି ରାସ୍ତାରେ ଯାଉଥିବା ପର୍ଯ୍ୟଟକ ଓ ପଥଚାରୀମାନେ ପ୍ରକୃତିର ଏଭଳି ମନଲୋଭା ଦୃଶ୍ୟକୁ ଉପଭୋଗ କରିବା ସହ ନିଜ କ୍ୟାମେରା ଲେନ୍ସରେ ବାନ୍ଧି ରଖିଥାନ୍ତି। ହେଲେ ଏଠାକାର ପରିବେଶର ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଉ ନଥିବାରୁ ଏହି ସବୁଜ ଭୂଖଣ୍ଡ ସୌନ୍ଦର୍ଯ୍ୟ ହରାଇବାରେ ଲାଗିଛି। କାଞ୍ଜିପାଣି ଘାଟିରେ ବିପୁଳ ପରିମାଣର ଶାଳଗଛ, ଔଷଧୀୟ ବୃକ୍ଷ ଓ ଗୁଳ୍ମ ପରିପୂର୍ଣ୍ଣ ହୋଇ ରହିଥିଲା। ଝିଙ୍କ, ବଜ୍ରକାପ୍ତା, ଗୟଳ, ହରିଣ, କୁଟୁରା, ମହାବଳ ବାଘ, ହେଟାବାଘ, କଲରାପତରିଆ ବାଘ, ମାଙ୍କଡ଼, ହାତୀ, ଭାଲୁ, ଜଙ୍ଗଲି କୁକୁର ଆଦି ବନ୍ୟପ୍ରାଣୀ ଏଠାରେ ବାସ କରୁଥିଲେ। ତେବେ ପାଉଡ଼ିଭୂୟାଁ, ଜୁଆଙ୍ଗ ଜନଜାତିର ଲୋକେ ପୋଡ଼ୁଚାଷ କରିବା ପାଇଁ ଏକର ଏକର ଜଙ୍ଗଲରୁ ଗଛକାଟି ନିଆଁ ଲଗାଇ ଦେଉଛନ୍ତି। ଆଦିବାସୀମାନେ ପ୍ରତିବର୍ଷ ସ୍ଥାନ ବଦଳାଇ ପୋଡ଼ୁଚାଷ କରୁଥିବାରୁ ବ୍ୟାପକ ଜଙ୍ଗଲ କ୍ଷୟ ହେଉଛି। ଜଙ୍ଗଲରେ ଆଉ ଆଗଭଳି ଖାଦ୍ୟ ମିଳୁ ନଥିବାରୁ ବନ୍ୟପ୍ରାଣୀମାନେ ରାସ୍ତା ଉପରକୁ ଆସି ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। କାଞ୍ଜିପାଣିରେ ଇକୋ ଟୁରିଜିମ୍‌ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏଯାଏ ଏହା ସମ୍ପୂର୍ଣ୍ଣ ହୋଇନି। ଇକୋ ଟୁରିଜିମ୍‌ ପ୍ରକଳ୍ପ ପାଇଁ ଅର୍ଥ ଅନୁମୋଦନ ପରେ କାମ ଆରମ୍ଭ ହୋଇଛି। ଖୁବଶୀଘ୍ର ଏହା ଶେଷ ହୋଇଯିବ ‌ବୋଲି ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜର ନୟନକାନ୍ତ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe