ପରିବେଶ ସୁରକ୍ଷା ପାଇଁ ବିଧାୟକଙ୍କ ସଂକଳ୍ପ

Advertisment

ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ‘ସମ୍ବାଦ’ ପକ୍ଷରୁ ପରିବେଶ ପଞ୍ଚାୟତ ଆୟୋଜିତ ହୋଇଯାଇଛି। ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପବିତ୍ର ସାଉଁନ୍ତା ମୁଖ୍ୟଅତିଥି ଭାବେ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ।

ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ‘ସମ୍ବାଦ’ ପକ୍ଷରୁ ପରିବେଶ ପଞ୍ଚାୟତ ଆୟୋଜିତ ହୋଇଯାଇଛି। ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପବିତ୍ର ସାଉଁନ୍ତା ମୁଖ୍ୟଅତିଥି ଭାବେ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ।

gjgdjgdjgyjy

କୋରାପୁଟ/ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ‘ସମ୍ବାଦ’ ପକ୍ଷରୁ ପରିବେଶ ପଞ୍ଚାୟତ ଆୟୋଜିତ ହୋଇଯାଇଛି। ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପବିତ୍ର ସାଉଁନ୍ତା ମୁଖ୍ୟଅତିଥି ଭାବେ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ। ନିଜ ସାଧ୍ୟ ଅନୁସାରେ ପରିବେଶକୁ ବଞ୍ଚାଇବା ପାଇଁ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ।

ଦିନେ ଲକ୍ଷ୍ମୀପୁର ଅଞ୍ଚଳର ବନବାସୀ ଗଛ ଓ ଜଙ୍ଗଲକୁ ଦେବୀ ରୂପେ ପୂଜା କରୁଥିଲେ। ଏଠାକାର ସର୍ବୋଚ୍ଚ ତାପମାତ୍ରା ୨୫ଡିଗ୍ରି ମଧ୍ୟରେ ରହୁଥିଲା। କିନ୍ତୁ କିଛି ବର୍ଷ ମଧ୍ୟରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରିରେ ପହଞ୍ଚିଛି। ମହାବଳ ବାଘ, ଭାଲୁ, ହାତୀଙ୍କ ବାସସ୍ଥଳୀ ଥିଲା ଏଠାକାର ଜଙ୍ଗଲ। ଆଜି ଆଉ ସେହି ଦିନ ନାହିଁ। ଜଙ୍ଗଲ ନଷ୍ଟ ହୋଇ ପରିବେଶର ପ୍ରବଳ କ୍ଷତି ହୋଇଛି। କୋରାପୁଟ ଜିଲ୍ଲାର ସର୍ବାଧିକ ପୋଡ଼ୁଚାଷ ଲକ୍ଷ୍ମୀପୁର, ଦଶମନ୍ତପୁର, ନାରାୟଣପାଟଣା, ବନ୍ଧୁଗାଁ ବ୍ଲକରେ ହେଉଛି। ଜନବସତି ବଢ଼ିବା ସହ ରାସ୍ତା ପାଇଁ ଶହ ଶହ ଗଛ ବଳି ପଡ଼ୁଛି। ଭବିଷ୍ୟତ ପିଢ଼ି ପାଇଁ ଜଙ୍ଗଲ ବଞ୍ଚିବ ନା ନାହିଁ ସନ୍ଦେହ। ପରିବେଶର ସୁରକ୍ଷା କେବଳ ପ୍ରଶାସନ କିମ୍ବା ବନ ବିଭାଗର ନୁହେଁ। ଆମ ସମସ୍ତଙ୍କ ଦାୟିତ୍ବ ଓ କାର୍ତ୍ତବ୍ୟ ରହିଛି। ତେଣୁ ଯୁବପିଢ଼ି ଏବେଠାରୁ ସଚେତନ ହୋଇ ପରିବେଶକୁ ସୁରକ୍ଷା ଦେବା ପାଇଁ ଆଗକୁ ଆସନ୍ତୁ ବୋଲି ବିଧାୟକ ଶ୍ରୀ ସାଉଁନ୍ତା ପରାମର୍ଶ ଦେଇଥିଲେ। ଉପସ୍ଥିତ ସମସ୍ତ ପରିବେଶବିତ୍, ସମାଜସେବୀ, ରାଜନେତା, ଅଧ୍ୟାପକ, ଛାତ୍ରଛାତ୍ରୀଙ୍କୁ ଆସନ୍ତାକାଲିଠାରୁ ହିଁ ବୃକ୍ଷରୋପଣ କରିବାକୁ ଶପଥ କରାଇଥିଲେ।

ବିଧାୟକ ପାଣ୍ଠିରୁ ପ୍ରତିବର୍ଷ ୧୦ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଏହି ଅବସରରେ ଶ୍ରୀ ସାଉଁନ୍ତା ଘୋଷଣା କରିଥିଲେ। ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ମାଟି, ଜଙ୍ଗଲ, ଝରଣାର ସୁରକ୍ଷା ନିମନ୍ତେ ଏହି ଅର୍ଥ ଖର୍ଚ୍ଚ କରାଯିବ ବୋଲି ବିଧାୟକ କହିଥିଲେ। ସେହିପରି ଗ୍ରାମାଞ୍ଚଳରେ ପୋଡ଼ୁଚାଷକୁ କିଭଳି ରୋକାଯାଇ ପାରିବ ସେ ଦିଗରେ ଛାତ୍ରଛାତ୍ରୀ ଉଦ୍ୟମ କରନ୍ତୁ। ବ୍ୟାପକ ଗଛ ଲଗାଇବା ପାଇଁ ଯୁକ୍ତ୨ ଅଧ୍ୟକ୍ଷ ଗିରିଜା ଚୌଧୁରୀ, ଯୁକ୍ତ ୩ ଅଧ୍ୟକ୍ଷ ବିଜୁ ମୁଦୁଲି, ‌ପୂର୍ବତନ ସାଂସଦ ଝିନ୍ନ ହିକକା, ପରିବେଶବିତ୍ ଗୋପେଶ ଗରଡ଼ା, ବନାଞ୍ଚଳ ଅଧିକାରୀ କୁମାର ଖରା, ଅଧ୍ୟାପକ ଜଗନ୍ନାଥ ରଥ, ମହିମାରାଣୀ ରାଜୁ, ହେଲେନା ପ୍ରିୟଦର୍ଶନୀ ସିଂ, ସନ୍ତୋଷିନୀ ଦାଶ, ମଣ୍ଟି ଖରା ପ୍ରମୁଖ ମତ ଦେଇଥିଲେ। ନିଜ ଗାଁ ପଦରରେ ପୂର୍ବତନ ସାଂସଦ ଝିନ୍ନ ହିକକା ଅନ୍ୟ ଯୁବ ବନ୍ଧୁଙ୍କ ସହ ମିଶି ଜଙ୍ଗଲ ସୃଷ୍ଟି କରିଥିଲେ। ଆଜି ସେହି ଜଙ୍ଗଲରେ କୁଟୁରା, ବାର୍‌ହା ଠାରୁ ଆରମ୍ଭ କରି ବିଭିନ୍ନ ବନ୍ୟଜନ୍ତୁ ଘର କରି ରହିଥିବା ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe