ପୁନଶ୍ଚ ପୃଥିବୀ ପାଇଁ ସମସ୍ତେ ଆଗେଇ ଆସନ୍ତୁ: ଅମରେନ୍ଦ୍ର

Advertisment

ପୃଥିବୀ ଅବକ୍ଷୟ ଆଡ଼କୁ ଯାଉଛି। ମାଟି, ପାଣି, ପବନ ଆମ ଜୀବନ। କିନ୍ତୁ ପ୍ରକୃତି ସହିତ ଆମେ ଖେଳୁଛୁ। ବାୟୁମଣ୍ଡଳ ବିଷାକ୍ତ ହେବାରେ ଲାଗିଲାଣି। ଯାହାର ପ୍ରଭାବ ପୂରା ଜୀବଜଗତ ଉପରେ ପଡୁଛି।

ପୃଥିବୀ ଅବକ୍ଷୟ ଆଡ଼କୁ ଯାଉଛି। ମାଟି, ପାଣି, ପବନ ଆମ ଜୀବନ। କିନ୍ତୁ ପ୍ରକୃତି ସହିତ ଆମେ ଖେଳୁଛୁ। ବାୟୁମଣ୍ଡଳ ବିଷାକ୍ତ ହେବାରେ ଲାଗିଲାଣି। ଯାହାର ପ୍ରଭାବ ପୂରା ଜୀବଜଗତ ଉପରେ ପଡୁଛି।

hdfhfgh

ଜଗତସିଂହପୁର: ପୃଥିବୀ ଅବକ୍ଷୟ ଆଡ଼କୁ ଯାଉଛି। ମାଟି, ପାଣି, ପବନ ଆମ ଜୀବନ। କିନ୍ତୁ ପ୍ରକୃତି ସହିତ ଆମେ ଖେଳୁଛୁ। ବାୟୁମଣ୍ଡଳ ବିଷାକ୍ତ ହେବାରେ ଲାଗିଲାଣି। ଯାହାର ପ୍ରଭାବ ପୂରା ଜୀବଜଗତ ଉପରେ ପଡୁଛି। ଯଦି ଆମେ ଏବେଠୁ ସଚେତନ ନ ହେବା ତା’ହେଲେ ଆଗକୁ ଭୟଙ୍କର ପରିଣତି ଆମକୁ ଭୋଗିବାକୁ ପଡ଼ିବ। ‘ପୁନଶ୍ଚ ପୃଥିବୀ’ ପାଇଁ ଆମ ସମସ୍ତଙ୍କୁ ଆଗେଇ ଆସିବାକୁ ପଡ଼ିବ ବୋଲି କହିଛନ୍ତି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ।

ଜଗତସିଂହପୁର ନିର୍ବାଚନମଣ୍ଡଳୀର ଆଳିପିଙ୍ଗଳ ଦେବୀ ନଦୀ ନିକଟ ବେଲବଣ ମଠରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଜଗତସିଂହପୁର ଦେଇ ପ୍ରବାହିତ ଅଳକା ନଦୀ ଏବେ ମୃତ। ଏହାର ପୁନରୁଦ୍ଧାର ପାଇଁ ପୂର୍ବ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କଲେ। ନା ପୁନରୁଦ୍ଧାର ହୋଇପାରିଲା ନା ବର୍ଷାଜଳ ନିଷ୍କାସନ ହୋଇପାରିଲା। ସରକାର ବିଧାନସଭାରେ ଉତ୍ତର ରଖି କହିଲେ ନକ୍ସା ଅନୁସାରେ ଖନନ ହୋଇନି। ଜିଲ୍ଲା ପ୍ରଶାସନ ଜବରଦଖଲ ଉଚ୍ଛେଦ କଲେ ସରକାର ପୁନରୁଦ୍ଧାର ପାଇଁ ସହାୟତା ଯୋଗାଇଦେବେ। ଏହା ପରିବେଶ ପାଇଁ ସହାୟକ ହେବ। ଧଳତଙ୍ଗଗଡ଼ ଜଙ୍ଗଲର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ। ଯାହା ଜୈବ ବିବିଧତାରେ ସହାୟକ ହୋଇପାରିବ। ସେହିପରି ଜଗତସିଂହପୁର ସହରରେ ପଲିଥିନ୍ ଓ ପ୍ଲାଷ୍ଟିକ୍‌ ବ୍ୟବହାର କମାଇବା, ଦଶ ନମ୍ବର ନାଳ ଭିତରେ ପଡ଼ୁଥିବା ଆବର୍ଜନା ସଫା କରିବା ପାଇଁ ପଦକ୍ଷେପ ନିଆଯିବ।

ଏ ନେଇ ପୌର ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ। ଦେବୀ ନଦୀ ବନ୍ଧ ସୁରକ୍ଷା ଦିଗରେ ପଦକ୍ଷେପ ଆରମ୍ଭ ହୋଇସାରିଛି। ପ୍ରକୃତିକୁ ବଞ୍ଚାଇବାକୁ ଯେତେ ପଦକ୍ଷେପ ନେବାକୁ ପଡ଼ିବ ସେସବୁ ଗ୍ରହଣ କରାଯିବ। ପରିବେଶକୁ ସୁରକ୍ଷା ଦେବା ପାଇଁ ଆମ ସମସ୍ତଙ୍କୁ ଆଗେଇ ଆସିବାକୁ ପଡ଼ିବ। ବର୍ଷକୁ ଅନ୍ତତଃ ଜଣେ ବ୍ୟକ୍ତି ବର୍ଷାଦିନରେ ୮ରୁ ୧୦ଟି ଗଛ ଲଗାଇଲେ ପୁନଶ୍ଚ ପୃଥିବୀ ପାଇଁ ଯଥେଷ୍ଟ ସହାୟକ ହୋଇପାରିବ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ। ‘ସମ୍ବାଦ’ର ଏହି ଯୁଗାନ୍ତକାରୀ ଓ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମକୁ ବିଧାୟକ ପ୍ରଶଂସା କରିଥିଲେ। ‘ସମ୍ବାଦ’ ପକ୍ଷରୁ ରକ୍ତଦାନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ବୃକ୍ଷରୋପଣ, ରକ୍ଷା ବନ୍ଧନରେ ନିଶାନିବାରଣ ବ୍ରତ ଭଳି ଯେତେଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସବୁ ଆନ୍ଦୋଳନରେ ପରିଣତ ହୋଇଛି। ପରିବେଶ ସୁରକ୍ଷା ଦିଗରେ ଏଭଳି ଏକ ମହତ କାମ ହାତକୁ ନିଆଯାଇଥିବାରୁ ସେ ସାଧୁବାଦ ଜଣାଇଥିଲେ। ସେହିପରି ବେଲବଣ ମଠର ବାବା ସନ୍ଥ ରାମଅଭିଷେକ ଦାସ କହିଥିଲେ, କେବଳ ବୃକ୍ଷ ଲଗାଇ ଦେଲେ ହେବ ନାହିଁ ଏହାକୁ ବଞ୍ଚାଇବାକୁ ପଡ଼ିବ। ଯାହାଫଳରେ ପରିବେଶ ସୁରକ୍ଷିତ ହୋଇପାରିବ। ସମସ୍ତେ ଗଛ ଲଗାଇବା ସହ ଏହାର ସୁରକ୍ଷା କରିବା ପାଇଁ ବାବା ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe