ଚାଲ ଆମେ ‘ପରିବେଶ ସିପାହି’ ହେବା: ବିଭୂତି ଭୂଷଣ ପ୍ରଧାନ

କୃତି ଆମକୁ ସବୁକିଛି ଦେଉଛି। ଆମେ କିନ୍ତୁ ସେହି ପ୍ରକୃତିକୁ ମାରିଦେ‌ଉଛେ। ଏବେ ପରିବେଶର ସୁରକ୍ଷା ଓ ସବୁଜିମା ଫେରାଇ ଆଣିବାକୁ ବିପ୍ଳବ କରିବା।  ଜଣେ ଜଣେ ପରିବେଶ ସିପାହି ହୋଇ ଲଢ଼ିବା।

gjgdgdjgdjjjdg

ପର୍ଜଙ୍ଗ/କାମାକ୍ଷାନଗର: ପ୍ରକୃତି ଆମକୁ ସବୁକିଛି ଦେଉଛି। ଆମେ କିନ୍ତୁ ସେହି ପ୍ରକୃତିକୁ ମାରିଦେ‌ଉଛେ। ଏବେ ପରିବେଶର ସୁରକ୍ଷା ଓ ସବୁଜିମା ଫେରାଇ ଆଣିବାକୁ ବିପ୍ଳବ କରିବା।  ଜଣେ ଜଣେ ପରିବେଶ ସିପାହି ହୋଇ ଲଢ଼ିବା। ଆଜି ପର୍ଜଙ୍ଗ ନିର୍ବାଚନମଣ୍ଡଳୀ ଜୟପୁରାକାଟେଣି ପଞ୍ଚାୟତ କାର୍ଯ୍ୟାଳୟଠାରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଏହା କହିଛନ୍ତି।

ଜନସଂଖ୍ୟା ବଢ଼ୁଛି। ତାକୁ ତାଳଦେଇ ଘରଦ୍ବାର ବଢ଼ୁଛି। ହୁଏତ ଏହାକୁ ରୋକିବା ସମ୍ଭବ ନୁହେଁ। କିନ୍ତୁ ଏହାର ବିକଳ୍ପ ଖୋଜି କାଢ଼ିବାକୁ ପଡ଼ିବ। ବିକାଶ ଏକ ନିରନ୍ତର ପ୍ରକ୍ରିୟା। ବିକାଶ ଆଳରେ ଆମେ ବିନାଶକୁ ଆପଣାଇବା ନାହିଁ। ଜଳବାୟୁ ବଦଳୁଛି। ପ୍ରକୃତିର କୋପ ଦେଖିବାକୁ ମିଳୁଛି। ତଥାପି ମଣିଷ ବଦଳି ପାରୁନାହିଁ। ଆଗେ ଦଶହରା ଯାତ୍ରା ଦେଖିବାକୁ ଗଲାବେଳେ ସାଙ୍ଗରେ ସ୍କାର୍ପ ନେଇ ଯିବାକୁ ପଡ଼ୁଥିଲା। ଏବେ ଏହା ଦରକାର ପଡ଼ୁନି। ବିଧାୟକ ଶ୍ରୀ ପ୍ରଧାନ ବିଭିନ୍ନ ଉଦାହରଣ ମାଧ୍ୟମରେ ପରିବେଶ ପ୍ରଦୂଷଣର ପ୍ରଭାବ କେମିତି ଜୀବଜଗତ ଉପରେ ପଡ଼ୁଛି ବୁଝାଇଥିଲେ। ମଣିଷ ଜଙ୍ଗଲ କାଟି ଘର କରୁଛି; ଆଉ ବନ୍ୟଜନ୍ତୁ ଜନବସତିରେ ଆସି ରହିଲେଣି। ବଜ୍ରପାତ ଓ ହାତୀ ଦାଉରୁ ବଞ୍ଚିବା ପାଇଁ ରାଜ୍ୟ ସରକାର ବ୍ୟାପକ ତାଳଗଛ ଲଗାଉଛନ୍ତି।

ରେଙ୍ଗାଳି ବାମ କେନାଲ୍‌ କଡ଼ରେ ଥିବା ବିରାଟ ମାଟି ଗଦାରେ ବ‌ର୍ଷାଦିନେ ପ୍ରଚୁର ଗଛ ଲଗାଇବାକୁ ଆହ୍ବାନ ଦେଇଥିଲେ। ଏନେଇ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ଉକ୍ତ ମାଟିଗଦାକୁ ସବୁଜିମାରେ ଭରିବା ସହ ପିକ୍‌ନିକ୍‌ ସ୍ପଟ୍‌ କରିବା ପାଇଁ ସେ ପଦକ୍ଷେପ ନେବେ। ପରିବେଶ ପ୍ରଦୂଷଣ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଙ୍କଡ଼ାହାଡ଼ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ରାସବିହାରୀ ବେହେରା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କାର୍ତ୍ତିକ ସାହୁ, ପର୍ଜଙ୍ଗ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଯଶସ୍ବିନୀ ରାଉତ, ପରିବେଶବିତ୍‌ ଅନ୍ତର୍ଯ୍ୟାମୀ ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭୂବନାନନ୍ଦ ବିଶ୍ବାଳ, ଓଡ଼ିଆ ଅଧ୍ୟାପକ ଅଞ୍ଜନ କୁମାର ମହାରଣା, ‘ସମ୍ବାଦ’ ସାହିତ୍ୟଘର ସଭାପତି ସୁଧାକର ନାୟକ, ପରିବେଶବିତ୍‌ ଅମୂଲ୍ୟକୁମାର ସାହୁ ପ୍ରମୁଖ ପ୍ରଦୂଷଣ ଓ  ପରିବେଶ ସୁରକ୍ଷା ସଂପର୍କରେ ମତ ରଖିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe