ସନ୍ତୁଳିତ ବିକାଶ ପାଇଁ ପ୍ରୟାସ ହେଉ: ପ୍ରଦୀପ ଜେନା

ଜଳବାୟୁ ପରିବର୍ତ୍ତନ ଜନିତ ଘଟଣା ଦ୍ବାରା ସମାଜର ତଳସ୍ତରରେ ବାସ କରୁଥିବା ଲୋକମାନେ ସର୍ବାଧିକ ପ୍ରଭାବିତ ହୋଇଥାନ୍ତି। ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ହେଲେ ପ୍ରଥମେ ସେମାନେ ଏହି ବିପଦକୁ ବୁଝିବା ଦରକାର।

fshfhfshfs

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଜନିତ ଘଟଣା ଦ୍ବାରା ସମାଜର ତଳସ୍ତରରେ ବାସ କରୁଥିବା ଲୋକମାନେ ସର୍ବାଧିକ ପ୍ରଭାବିତ ହୋଇଥାନ୍ତି। ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ହେଲେ ପ୍ରଥମେ ସେମାନେ ଏହି ବିପଦକୁ ବୁଝିବା ଦରକାର। ବିପର୍ଯ୍ୟୟ ମୁକାବିଲା ନୀତି ପ୍ରସ୍ତୁତି ବେଳେ ସେମାନେ ବୁଝିପାରୁଥିବା ଭଳି ତାହାକୁ ତିଆରି କରିବା ଆବଶ୍ୟକ ବୋଲି ପୂର୍ବତନ ମୁଖ୍ୟ ସଚିବ ତଥା ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ଅଧ୍ୟକ୍ଷ ପ୍ରଦୀପ ଜେନା କହିଛନ୍ତି। ପୁନଶ୍ଚ ପୃଥିବୀ ସମ୍ମିଳନୀ ୨୦୨୫ର ତୃତୀୟ ଦିବସରେ ଅନୁଷ୍ଠିତ ‘ଡାଉନ୍‌ସ୍କେଲିଂ କ୍ଲାଇମେଟ୍‌ ସାଇନ୍ସ ଟୁ କମ୍ୟୁନିଟି’ ଶୀର୍ଷକ ଅଧିବେଶନରେ ବକ୍ତବ୍ୟ ରଖି ସେ କହିଥିଲେ ଯେ ପ୍ରାକୃତିକ ସମ୍ବଳର ବ୍ୟାପକ ଦୁରୂପଯୋଗ କରାଯାଉଛି। ଦାୟିତ୍ବହୀନ ଖଣି କାର୍ଯ୍ୟ ହେଉଛି। ଜମି, ଜଳ ଓ ଜଙ୍ଗଲର ସୁରକ୍ଷା ଜରୁରି। ଏଥି ସହିତ ଗ୍ରିନ୍ ହାଉସ୍‌ ଗ୍ୟାସ୍‌ ନିର୍ଗମନ ଓ ପ୍ରଦୂଷଣ ହ୍ରାସ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଆମକୁ ଏକ ସନ୍ତୁଳିତ ବିକାଶ ପାଇଁ ପ୍ରୟାସ କରିବାକୁ ହେବ ବୋଲି ସେ କହିଥିଲେ।

ତାପମାତ୍ରାରେ ହୋଇଥିବା ଅହେତୁକ ବୃଦ୍ଧି ଉପରେ ଆଲୋକପାତ କରି ସେ କହିଥିଲେ ଯେ ଏଭଳି ଚରମ ଗରମ ସ୍ଥିତିରେ ଆମେ ଦୁନିଆକୁ କିଭଳି ରକ୍ଷା କରିପାରିବା? ଜଳବାୟୁ ଜନିତ ବିସ୍ଥାପନ ଏବଂ ଯୋଜନାହୀନ ସହରୀକରଣ ପାଇଁ ସହରାଞ୍ଚଳରେ ହେଉଥିବା ବନ୍ୟା ସ୍ଥିତିକୁ ସେ ଗମ୍ଭୀର ସମସ୍ୟା ଭାବେ ଅଭିହିତ କରିଥିଲେ। ଏହି ସମସ୍ୟାଗୁଡ଼ିକର କିଭଳି ମୁକାବିଲା କରାଯାଇପାରିବ, ତାହାର ବାଟ ଆମକୁ ବାହାର କରିବାକୁ ପଡ଼ିବ ବୋଲି ଶ୍ରୀ ଜେନା କହିଥିଲେ। ଆଗାମୀ ଦିନରେ ଜଳବାୟୁ ଜନିତ ସମସ୍ୟା ଆହୁରି ଗମ୍ଭୀର ରୂପ ଧାରଣ କରିବ ବୋଲି ସେ ପୂର୍ବାନୁମାନ କରିଥିଲେ। ପରିବେଶକୁ ମଣିଷ ନଷ୍ଟ କରୁଛି ନା ମଣିଷକୁ ପରିବେଶ ମାରୁଛି? ତାହାର ଉତ୍ତର ଖୋଜିବାକୁ ପଡ଼ିବ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ହେଉଥିବା ଲୋକମାନଙ୍କୁ କ୍ଷତିପୂରଣ ହେବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ପ୍ୟାନେଲ୍ ଆଲୋଚନାରେ କାପାସିଟି ବିଲ୍‌ଡିଂର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ର, ଆଇଏମ୍‌ଡିର ପୂର୍ବତନ ଡିଜି ଡକ୍ଟର କେ ଜେ ରମେଶ ଓ ୱାନ୍‌ୱାର୍ଲଡ୍‌ କୋଲାବ୍‌ର ପ୍ରତିଷ୍ଠାତା ମୌତୁଶୀ ସେନଗୁପ୍ତା ବକ୍ତା ଭାବେ ଯୋଗଦେଇଥିଲେ।

‘କନକ ନ୍ୟୁଜ୍‌’ର ନ୍ୟୁଜ୍‌ ପ୍ରଡ୍ୟୁସର୍‌ ଅବିନାଶ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଆଲୋଚନାରେ ସେମାନେ କମ୍ ପାଣି ବ୍ୟବହାର କରି ଚାଷ କରିବା, ପାଣିପାଗ ତଥ୍ୟକୁ ଆଞ୍ଚଳିକ ସ୍ତରରେ ପହଞ୍ଚାଇବା ଏବଂ ତାପମାତ୍ରା ଓ ବର୍ଷା ଆକଳନ ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର ପାଇଁ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଗ୍ରାମପଞ୍ଚାୟତ ସ୍ତରରେ ୧୫୦୦ ସ୍ବୟଂକ୍ରିୟ ପାଣିପାଗ କେନ୍ଦ୍ର ସହିତ ୭୫୦୦ ପାଣିପାଗ କେନ୍ଦ୍ର ସ୍ଥାପନ କରାଯିବା ନେଇ ରହିଥିବା ଯୋଜନା ବିଷୟରେ ସୂଚନା ଦେଇଥିଲେ। ଲୋକମାନଙ୍କ ଜୀବନଜୀବିକା ସହ ପାଣିପାଗକୁ ଯୋଡ଼ିବାକୁ ସେମାନେ ଆହ୍ବାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe