ଜବରଦଖଲକାରୀଙ୍କ କବ୍‌ଜାରେ ମନ୍ଦାରମାଳ

Advertisment

ଐତିହାସିକ ମନ୍ଦାରମାଳ ନଦୀ ଏବେ ବିଲୁପ୍ତ ହେବାକୁ ଯାଉଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଏହି ନଦୀ ଜବରଦଖଲରେ ରହି ମୃତପ୍ରାୟ ସ୍ଥିତିରେ ପହଞ୍ଚିଛି। ତଥ୍ୟ ଅନୁଯାୟୀ ଝଙ୍କଡ଼ ସାରଳାପୀଠ ସନ୍ନିକଟ କଣ୍ଟାଗଡ଼ (ବର୍ତ୍ତମାନର କଣ୍ଟାପଡ଼ା) ରାଜବାଟୀର ସୁରକ୍ଷା ପାଇଁ ଏକ ଗଡ଼ଖାଇ ଥିଲା।

ଐତିହାସିକ ମନ୍ଦାରମାଳ ନଦୀ ଏବେ ବିଲୁପ୍ତ ହେବାକୁ ଯାଉଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଏହି ନଦୀ ଜବରଦଖଲରେ ରହି ମୃତପ୍ରାୟ ସ୍ଥିତିରେ ପହଞ୍ଚିଛି। ତଥ୍ୟ ଅନୁଯାୟୀ ଝଙ୍କଡ଼ ସାରଳାପୀଠ ସନ୍ନିକଟ କଣ୍ଟାଗଡ଼ (ବର୍ତ୍ତମାନର କଣ୍ଟାପଡ଼ା) ରାଜବାଟୀର ସୁରକ୍ଷା ପାଇଁ ଏକ ଗଡ଼ଖାଇ ଥିଲା।

dgjgdjgjyyj

ଝଙ୍କଡ଼: ଐତିହାସିକ ମନ୍ଦାରମାଳ ନଦୀ ଏବେ ବିଲୁପ୍ତ ହେବାକୁ ଯାଉଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଏହି ନଦୀ ଜବରଦଖଲରେ ରହି ମୃତପ୍ରାୟ ସ୍ଥିତିରେ ପହଞ୍ଚିଛି। ତଥ୍ୟ ଅନୁଯାୟୀ ଝଙ୍କଡ଼ ସାରଳାପୀଠ ସନ୍ନିକଟ କଣ୍ଟାଗଡ଼ (ବର୍ତ୍ତମାନର କଣ୍ଟାପଡ଼ା) ରାଜବାଟୀର ସୁରକ୍ଷା ପାଇଁ ଏକ ଗଡ଼ଖାଇ ଥିଲା। କାଳକ୍ରମେ ତାହା ମନ୍ଦାରମାଳ ନଦୀ ନାମରେ ନାମିତ ହୋଇଥିଲା। ସେଥିରେ ଶାଙ୍କୁଚ, ମଗର, କୁମ୍ଭୀର ଆଦି ଜଳଜନ୍ତୁ ରହୁଥିଲେ। ସେଥିପାଇଁ କଣ୍ଟାଗଡ଼ ରାଜବାଟୀ ବାହାର ଶତ୍ରୁମାନଙ୍କ ଆକ୍ରମଣରୁ ସୁରକ୍ଷିତ ରହିଆସୁଥିଲା। ଏବେ ବି କଣ୍ଟାଗଡ଼ ରାଜବାଟୀର ପ୍ରସ୍ତରନିର୍ମିତ ଭଗ୍ନାବଶେଷ ଦେଖିବାକୁ ମିଳିଥାଏ। କୁଜଙ୍ଗ ଅଞ୍ଚଳର ପାରାଦୀପ ଷଣ୍ଢ ରାଜା ଓ କଣ୍ଟାଗଡ଼ ରାଜାଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା।

ସେହି ଘଟଣାର ସାକ୍ଷୀ ସ୍ବରୂପ ଦଳିଆଛକରେ ମୁଣ୍ଡଟଙ୍ଗା ବରଗଛ ଓ ମା ସାରଳାଙ୍କ କାଳୀମୂର୍ତ୍ତି ଏବେ ବି ରହିଛି। ସେହି ଭୟଙ୍କର ଯୁଦ୍ଧରେ ମୃତାହତ ସୈନିକମାନଙ୍କ ରକ୍ତରେ ଏହି ଗଡ଼ଖାଇ ମନ୍ଦାର ଫୁଲ ରଙ୍ଗ ଭଳି ରକ୍ତବର୍ଣ୍ଣ ହୋଇଯିବାରୁ କାଳକ୍ରମେ ତାହାକୁ ମନ୍ଦାରମାଳ ନଦୀ ବୋଲି କୁହାଗଲା। ସବୁବେଳେ ପାଣି ଭରି ରହୁଥିବା ଏହି ନଦୀକୂଳରେ ଥିବା ବିରିତୋଳ, ଓଲେଇପଡ଼ା, କାଳୀନାଗ, ସର୍ଦୋଳl, ଖାନଚନ୍ଦ୍ରପୁର, କଣ୍ଟାପଡ଼ା ଓ ଛବିଶ୍ୱା ଆଦି ଗ୍ରାମଗୁଡ଼ିକର ଚାଷଜମିରେ ଜଳସେଚନର ସମସ୍ୟା ହେଉନଥିଲା। କିନ୍ତୁ କାଳକ୍ରମେ ନଈରେ ଦଳ ମାଡ଼ି ଚାଲିଲା। ଉଭୟ ପାର୍ଶ୍ବରେ ଥିବା ଲୋକମାନେ ଏହାକୁ ଜବରଦଖଲ କରି ଘରଦ୍ବାର ନିର୍ମାଣ କରିବା ସହିତ ବାଡ଼ିବଗିଚା କରି ଚାଲିଲେ। ପ୍ରଶାସନ ଏଥିପ୍ରତି ଆଖିବୁଜି ଦେଲା।

ଜବରଦଖଲ ହଟିଲାନି। ଦଳ ସଫେଇ କିମ୍ବା ଖନନ ମଧ୍ୟ ହେଲା ନାହିଁ। ଫଳରେ ମନ୍ଦାରମାଳ ନଦୀ ଏବେ ସଂପୂର୍ଣ୍ଣ ମୃତପ୍ରାୟ ସ୍ଥିତିରେ ରହିଛି। କିନ୍ତୁ ଜଳସମ୍ପଦ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର ଆଳରେ ଏକାଧିକ ଥର ବିପୁଳ ଅର୍ଥ ଖର୍ଚ୍ଚ ହୋଇଛି। ବାସ୍ତବରେ ଅର୍ଥ ବିନିଯୋଗ ନ ହୋଇ କାମ କାଗଜପତ୍ରରେ ସୀମିତ ରହିଥିବାରୁ ସ୍ଥିତି ସୁଧୁରିବା ବଦଳରେ ଅଧିକ ଶୋଚନୀୟ ହେବାରେ ଲାଗିଛି। ନଦୀପଠାରେ ଜବରଦଖଲ ବଢ଼ିଚାଲିଛି। ଦଳ ଭର୍ତ୍ତି ହୋଇ ରହିଥିବାରୁ ଏହାର ପାଣି ଜଳସେଚନ ଅଥବା ଅନ୍ୟ କାର୍ଯ୍ୟରେ ବ୍ୟବହାର ହୋଇ ପାରୁନାହିଁ। ପ୍ରଶାସନ ନଈକୁ ଜବରଦଖଲମୁକ୍ତ କରିବା ସହିତ ଦଳ ସଫେଇ ଓ ଖନନ ଉପରେ ଗୁରୁତ୍ବ ଦେଲେ ଅଞ୍ଚଳର ଜଳସେଚନ ସହିତ ପରିବେଶ ସନ୍ତୁଳନ ରକ୍ଷା ଦିଗ‌ରେ ସହାୟକ ହେବ ବୋଲି ଆଶା କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe