ପରିସ୍ଥିତିକୁ ସଙ୍ଗିନ କରିବ ‘ମେଟା’ର ସଦ୍ୟ ନିଷ୍ପତ୍ତି!

Advertisment

ଫେସବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ପରି ସାମାଜିକ ଗଣମାଧ୍ୟମର ମୂଳ କମ୍ପାନି ‘ମେଟା’ ପକ୍ଷରୁ ସତ୍ୟାସତ୍ୟ ଯାଞ୍ଚ (ଫ୍ୟାକ୍ଟ ଚେକିଂ) କାର୍ଯ୍ୟକ୍ରମ ବନ୍ଦ କରାଯିବା ଏବଂ ବିଷୟବସ୍ତୁ ନିୟନ୍ତ୍ରଣ (କଣ୍ଟେଣ୍ଟ ମଡରେସନ୍‌) ହ୍ରାସ କରିବାର ନିଷ୍ପତ୍ତି ନିଆଯାଇଛି।

ଫେସବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ପରି ସାମାଜିକ ଗଣମାଧ୍ୟମର ମୂଳ କମ୍ପାନି ‘ମେଟା’ ପକ୍ଷରୁ ସତ୍ୟାସତ୍ୟ ଯାଞ୍ଚ (ଫ୍ୟାକ୍ଟ ଚେକିଂ) କାର୍ଯ୍ୟକ୍ରମ ବନ୍ଦ କରାଯିବା ଏବଂ ବିଷୟବସ୍ତୁ ନିୟନ୍ତ୍ରଣ (କଣ୍ଟେଣ୍ଟ ମଡରେସନ୍‌) ହ୍ରାସ କରିବାର ନିଷ୍ପତ୍ତି ନିଆଯାଇଛି।

gdgrr

ଫେସବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ପରି ସାମାଜିକ ଗଣମାଧ୍ୟମର ମୂଳ କମ୍ପାନି ‘ମେଟା’ ପକ୍ଷରୁ ସତ୍ୟାସତ୍ୟ ଯାଞ୍ଚ (ଫ୍ୟାକ୍ଟ ଚେକିଂ) କାର୍ଯ୍ୟକ୍ରମ ବନ୍ଦ କରାଯିବା ଏବଂ ବିଷୟବସ୍ତୁ ନିୟନ୍ତ୍ରଣ (କଣ୍ଟେଣ୍ଟ ମଡରେସନ୍‌) ହ୍ରାସ କରିବାର ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଦ୍ବାରା ସାମାଜିକ ଗଣମାଧ୍ୟମରେ ଜଳବାୟୁ ସମ୍ପର୍କିତ ତ୍ରୁଟିପୂର୍ଣ୍ଣ ସୂଚନାର ପ୍ରସାର ଅଧିକ ବ୍ୟାପକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ୨୦୨୦ରେ ମେଟା କମ୍ପାନି ଫେସ୍‌ବୁକ୍‌ରେ ‘କ୍ଲାଇମେଟ୍‌ ସାଇନ୍ସ ଇନ୍‌ଫର୍ମେସନ୍‌ ସେଣ୍ଟର’ ଆରମ୍ଭ କରି ଜଳବାୟୁ ସଂକ୍ରାନ୍ତ ଭୁଲ୍‌ ତଥ୍ୟର ମୁଲାବିଲା ଦିଗରେ ପଦକ୍ଷେପ ନେଇଥିଲା। ଏହି ପ୍ରକ୍ରିୟା ଦ୍ବାରା ତୃତୀୟ ପକ୍ଷ ତଥ୍ୟ ଯାଞ୍ଚକାରୀ (ଫ୍ୟାକ୍ଟ ଚେକର୍‌)ମାନେ ଜଳବାୟୁ ସଂକ୍ରାନ୍ତ ମିଛ ଓ ଭ୍ରମାତ୍ମକ ତଥ୍ୟକୁ ଚିହ୍ନିତ କରନ୍ତି। ଏହା ପରେ ‘ମେଟା’ ସେହି ତଥ୍ୟ ସହ ସତର୍କ ସୂଚନା ଯୋଡ଼ିବା ଓ ତାହାର ପ୍ରସାରକୁ ନିୟନ୍ତ୍ରଣ କରିବା ଭଳି କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ନେଇଥାଏ। ତେବେ ଆସନ୍ତା ମାର୍ଚ୍ଚରେ ଆମେରିକାରେ ତୃତୀୟ ପକ୍ଷ ଫ୍ୟାକ୍ଟ ଚେକର୍‌ଙ୍କ ସହ ମେଟାର ରାଜିନାମା ସମାପ୍ତ ହେବାକୁ ଯାଉଛି। ଫଳରେ ଆଗକୁ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଭ୍ରମାତ୍ମକ ସୂଚନାର ପ୍ରସାର ଅବାଧରେ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଜଳବାୟୁ ପରିବର୍ତ୍ତନକୁ ନେଇ ଅତିରଞ୍ଜିତ ଓ ମିଥ୍ୟା ତଥ୍ୟ ସମ୍ବଳିତ ପୋଷ୍ଟ୍‌ ବ୍ୟାପକ ହେବାର ଭୟ ଦେଖାଦେଇଛି। ସେହିପରି କୃତ୍ରିମ ମେଧା (ଏଆଇ) ଦ୍ବାରା ବନ୍ୟା, ବାତ୍ୟା, ମରୁଡ଼ି ପରି ଜଳବାୟୁ ସଂକଟର ମନଗଢ଼ା ଚିତ୍ର ପ୍ରସ୍ତୁତି ଓ ପ୍ରସାରଣ ଦ୍ବାରା ଭ୍ରାନ୍ତି ବୃଦ୍ଧି ମଧ୍ୟ ପାଇବ। ଯଦି ଏପରି ଘଟେ ତେବେ ପରିସ୍ଥିତି ଅତ୍ୟନ୍ତ ଅପ୍ରୀତିକର ହୋଇଯିବ। 

ଜଳବାୟୁ ପରିବର୍ତ୍ତନ ଦ୍ବାରା ସଂଘଟିତ ବିପର୍ଯ୍ୟୟ ସମୟରେ ଲୋକେ ଜୀବନ ରକ୍ଷାକାରୀ ନିଷ୍ପତ୍ତି ନେବାକୁ ଠିକ୍‌ ଓ ନିର୍ଭରଯୋଗ୍ୟ ସୂଚନା ପାଇଁ ବ୍ୟାକୁଳ ଥାଆନ୍ତି। ସେମାନେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ତଥ୍ୟ ଉପରେ ନିର୍ଭରଶୀଳ ମଧ୍ୟ ହୋଇପଡ଼ନ୍ତି। ଏପରି ସ୍ଥିତିରେ ବିନା ଯାଞ୍ଚରେ ଆସୁଥିବା ତଥ୍ୟର ବନ୍ୟା ମାନବ ସମାଜ ଲାଗି ଘାତକ ହେବା ସ୍ବାଭାବିକ। ସବୁଜଗୃହ ଗ୍ୟାସ୍‌ ଜାଳିବା ଦ୍ବାରା ଜଳବାୟୁ ପରିବର୍ତ୍ତନ ଘଟୁଥିବା କଥାରେ ବୈଜ୍ଞାନିକମାନେ ଏକମତ, ଏଭଳି କଥାକୁ ବ୍ୟାଖ୍ୟା କରି ଅବଶ୍ୟ ଲୋକଙ୍କୁ ଭୁଲ୍‌ ସୂଚନାରୁ ଦୂରେଇ ରଖିବା ସମ୍ଭବ। କିନ୍ତୁ ଜଳବାୟୁ ସଂକ୍ରାନ୍ତ ଭୁଲ୍‌ ସୂଚନା ପ୍ରସାରିତ ହେବା ପୂର୍ବରୁ ତାହାକୁ ରୋକିବା ଅତ୍ୟନ୍ତ ଜରୁରି। ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ପରି ଆପ୍‌ରେ ଫ୍ୟାକ୍ଟ ଚେକିଂ ବନ୍ଦ ନିଷ୍ପତ୍ତି ଏହି ଦୁଇ ସାମାଜିକ ଗଣମାଧ୍ୟମରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଭରିବା ସହ ଅଶେଷ କ୍ଷତି ସାଧନ କରିପାରେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe