ପଲିଥିନ୍‌ମୁକ୍ତ ଅଂଶୁପା ପାଇଁ ବିଧାୟକଙ୍କ ଆହ୍ବାନ

Advertisment

ପ୍ରକୃତି ହେଉଛି ଆମ ମା’। ଏହାର ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଆବଶ୍ୟକ। କୃ୍ଷି, ସ୍ବାସ୍ଥ୍ୟ ତଥା ବିଭିନ୍ନ ବଜେଟ୍‌ ସବୁ ଆସୁଛି। ଏବେ ପ୍ରକୃତି ପାଇଁ ବଜେଟ୍‌ ପ୍ରସ୍ତୁତ କରାଯିବାର ସମୟ ଆସିଛି। ଗାଁରେ ବି ଗଛଲତା ହଜିଗଲାଣି।

ପ୍ରକୃତି ହେଉଛି ଆମ ମା’। ଏହାର ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଆବଶ୍ୟକ। କୃ୍ଷି, ସ୍ବାସ୍ଥ୍ୟ ତଥା ବିଭିନ୍ନ ବଜେଟ୍‌ ସବୁ ଆସୁଛି। ଏବେ ପ୍ରକୃତି ପାଇଁ ବଜେଟ୍‌ ପ୍ରସ୍ତୁତ କରାଯିବାର ସମୟ ଆସିଛି। ଗାଁରେ ବି ଗଛଲତା ହଜିଗଲାଣି।

vssfrrr

ବାଙ୍କୀ/ଡମପଡ଼ା: ପ୍ରକୃତି ହେଉଛି ଆମ ମା’। ଏହାର ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଆବଶ୍ୟକ। କୃ୍ଷି, ସ୍ବାସ୍ଥ୍ୟ ତଥା ବିଭିନ୍ନ ବଜେଟ୍‌ ସବୁ ଆସୁଛି। ଏବେ ପ୍ରକୃତି ପାଇଁ ବଜେଟ୍‌ ପ୍ରସ୍ତୁତ କରାଯିବାର ସମୟ ଆସିଛି। ଗାଁରେ ବି ଗଛଲତା ହଜିଗଲାଣି। ଗୋବର ଗ୍ୟାସ୍‌ ଚୁଲା ଆଉ ନାହିଁ। ବାଙ୍କୀ ନିର୍ବାଚନମଣ୍ଡଳୀ ହେଉଛି ପ୍ରକୃତିର ଅପରୂପ ଦାନ। ଏଠାରେ ସୁଦୀର୍ଘ ପର୍ବତମାଳା, ଚନ୍ଦକା-ଡମପଡ଼ା ଅଭୟାରଣ୍ୟ, ଏପଟେ ମହାନଦୀ, ଦେଶର ଦ୍ବିତୀୟ ବୃହତ୍ତ ମଧୁରଜଳ ହ୍ରଦ ଅଂଶୁପା। ସରଣ୍ଡା ପାଦଦେଶରେ ଅଂଶୁପା କୂଳରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ପ୍ରଥମେ ଅଂଶୁପାକୁ ପଲିଥିନ୍ ମୁକ୍ତ କରିବା ଆମ ସମସ୍ତଙ୍କ ଦାୟିତ୍ବ ବୋଲି ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗ ଦେଇ ଆହ୍ବାନ ଦେଇଛନ୍ତି ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ। ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଅଂଶୁପା ରାମ୍‌ସାରରେ ସାମିଲ ହୋଇଛି। ଏଠାକୁ ପର୍ଯ୍ୟଟନ ଋତୁରେ ଅନେକ ପର୍ଯ୍ୟଟକ ଆସୁଛନ୍ତି। ଏହାର ସୁରକ୍ଷା ପାଇଁ ଅଂଶୁପାକୁ ଲାଗିଥିବା ୫/୬ଟି ପଞ୍ଚାୟତରୁ ପଲିଥିନ୍‌ମୁକ୍ତ ଅଞ୍ଚଳ, ନିଜସ୍ବ ପାଣ୍ଠିରୁ ଡଷ୍ଟବିନ୍‌ ବ୍ୟବସ୍ଥା ଓ ସ‌ଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ସହିତ ଅଂଶୁପା ନିକଟରେ ହରିଣ ପାର୍କ ପାଇଁ ଯୋଜନା ରହିଛି ଓ ହାତୀଙ୍କ ସୁରକ୍ଷିତ ବାସସ୍ଥାନ ପାଇଁ ମଧ୍ୟ ଅନୁକୂଳ ବାତାବରଣ ସୃଷ୍ଟି କରାଯିବ ବୋଲି ବିଧାୟକ ସୂଚନା ଦେଇଛନ୍ତି।

ସମ୍ବାଦର ପରିବେଶ ପଞ୍ଚାୟତ ଭଳି ସଚେତନତାଧର୍ମୀ କାର୍ଯ୍ୟକ୍ରମ ପ୍ରକୃତିର ସୁରକ୍ଷା ପାଇଁ ସମାଜରେ ଜନଜାଗରଣ ସୃଷ୍ଟି କରୁଛି। ଆମର ପରପିଢି ପାଇଁ ଆମକୁ ସବୁଜିମାମୟ ପରିବେଶ ସୃଷ୍ଟି କରିବାକୁ ପଡ଼ିବ। ଆବଶ୍ୟକ ନଥିଲେ ଯାନବାହନ ବ୍ୟବହାର କରିବା ନାହିଁ। ଅଯଥାରେ ଗଛ କାଟିବା ନାହିଁ। ଆବର୍ଜନାକୁ ଇତସ୍ତତଃ ଭାବେ ନଫୋପାଡ଼ି ଯଥାସ୍ଥାନରେ ପକାଇବା, ନଦୀ ଓ ଜଳାଶୟର ଜଳରେ ଆବର୍ଜନା ଫିଙ୍ଗିବାରୁ ବିରତ ହେବାକୁ ବିଧାୟକ ଶ୍ରୀ ତ୍ରିପାଠୀ ଗୁରୁତ୍ୱ ଦେବା ସହିତ ପ୍ରାକୃତିକ ପରିବେଶଭରା ବାଙ୍କୀକୁ ସବୁଜିମାମୟ କରିବା ପାଇଁ ଆଜିଠାରୁ ପ୍ରତ୍ୟେକ ନାଗରିକ ସଚେତନ ହୁଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି। ବ୍ୟାପକ ବୃକ୍ଷରୋପଣ ଓ ତାହାର ରକ୍ଷଣାବେକ୍ଷଣ, ପଲିଥିନ ଓ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ ସାମଗ୍ରୀ ବର୍ଜନ ପାଇଁ ଶପଥ ନେବାକୁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଛନ୍ତି।

ବାଙ୍କୀ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ପୀଠରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ପ୍ରକୃତିପ୍ରେମୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଓସ୍ତିଆ ସରପଞ୍ଚ ଆର୍ତ୍ତବନ୍ଧୁ ବେହେରା, ପୂର୍ବତନ ଜିଲ୍ଲାପରିଷଦ ମାନସ ମହାପାତ୍ରଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ, ପ୍ରକୃତିପ୍ରେମୀ ଯୋଗଦେଇ ପରିବେଶ ସୁରକ୍ଷା ସଂପର୍କରେ ମତପ୍ରକାଶ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe