ପରିବେଶ ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଲେ ବିଧାୟକ

ପରିବେଶ ସୁରକ୍ଷାରେ ରାଜନେତା ତଥା ଜନପ୍ରତିଧିଙ୍କ ଆନ୍ତରିକତା ରହୁ। ତା’ ହେଲେ ଲୋକଙ୍କ ସହଭାଗିତା ବଢ଼ିବ ବୋଲି ‘ପୁନଶ୍ଚ ପୃଥିବୀ’ର ରାଜ୍ୟସ୍ତରୀୟ ସମ୍ମିଳନୀରେ ଅତିଥିମାନେ କହିଛନ୍ତି।

fshfshfshfshfs

ପରିବେଶ ସୁରକ୍ଷାରେ ରାଜନେତା ତଥା ଜନପ୍ରତିଧିଙ୍କ ଆନ୍ତରିକତା ରହୁ। ତା’ ହେଲେ ଲୋକଙ୍କ ସହଭାଗିତା ବଢ଼ିବ ବୋଲି ‘ପୁନଶ୍ଚ ପୃଥିବୀ’ର ରାଜ୍ୟସ୍ତରୀୟ ସମ୍ମିଳନୀରେ ଅତିଥିମାନେ କହିଛନ୍ତି। ‘ଜଳବାୟୁ ଶାସନର ଗଣତାନ୍ତ୍ରିକତାରେ ଜନ ସହଭାଗିତା’ ଶୀର୍ଷକ ଆଲୋଚନାରେ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, ୪୦/୫୦ ବର୍ଷ ତଳେ ଯେଉଁଭଳି ପରିବେଶ ଭୁବନେଶ୍ବରର ଥିଲା, ଏବେ ଆଉ ନାହିଁ। ଖିଲିଖିଲି ପବନ ଏଭଳି ପିଟୁଥିଲା ଯେ ବସିବାକୁ ମନ ହେଉଥିଲା। କିନ୍ତୁ ଏବେ ଗାଡ଼ିମୋଟର ଶବ୍ଦ ଓ ବାୟୁ ପ୍ରଦୂଷଣରେ ପରିବେଶ ବିଗିଡ଼ି ଗଲାଣି। ଅତଏବ ପରିବେଶ ସୁରକ୍ଷା ଏକ ବଡ଼ ଆହ୍ବାନ। ଏଣୁ ବିଦ୍ୟାଳୟର ପାଠ୍ୟକ୍ରମରେ ପରିବେଶ ସଂପର୍କିତ ଏକ ବିଷୟବସ୍ତୁ ରହୁ। ଯାହାଦ୍ବାରା ପିଲାମାନେ ପରିବେଶର ସକାରାତ୍ମକ ଓ ନକାରାତ୍ମକ ଦିଗ ଉପରେ ସଚେତନ ହୋଇପାରିବେ। 

ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ କହିଛନ୍ତି, ପରିବେଶ ସୁରକ୍ଷା ଦିଗରେ ସେ ନିର୍ବାଚନମଣ୍ଡଳୀରେ ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଥିଲେ। ପରିବେଶ ସଫାସୁତରା ପାଇଁ ସ୍ବଚ୍ଛ ପଞ୍ଚାୟତ ପ୍ରତିଯୋଗିତା କରିଥିଲେ। ଯେଉଁ ପଞ୍ଚାୟତ ସ୍ବଚ୍ଛତାରେ ଆଗରେ ରହିବେ, ସେମାନଙ୍କୁ ବିଧାୟକ ପାଣ୍ଠି ପ୍ରଦାନ କରିବେ ବୋଲି ଘୋଷଣା କରିବା ପରେ ଆଚମ୍ବିତ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଏଥିରେ ଯେଉଁମାନେ ଶ୍ରେଷ୍ଠ ହେଲେ, ସେମାନଙ୍କୁ ବିଧାୟକ ପାଣ୍ଠି ସେ ଦେଇଛନ୍ତି। ସେହିଭଳି ସବୁ ବିଦ୍ୟାଳୟରେ ଗଛ ଲଗାଇବା ପ୍ରତିଯୋଗିତା କରିଥିଲେ। ଯେଉଁମାନେ ଏଥିରେ ସଫଳ ହେଲେ, ସେମାନଙ୍କୁ ବି ବିଧାୟକ ପାଣ୍ଠି ଦେଇଥିଲେ। ଯଦି ସମସ୍ତେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଏଭଳି ନିଆରା କାର୍ଯ୍ୟକ୍ରମ କରନ୍ତି, ନିଶ୍ଚିତ ପରିବେଶ ସୁରକ୍ଷା ଦିଗରେ ଏହା କାମ ଦେବ ଏବଂ ତାହା ବାର୍ତ୍ତାବହ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ। 

ଭଟ୍‌ଲି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଥିଲେ, ରାଜ୍ୟ ସରକାର ବଜେଟ୍‌ରେ ପରିବେଶ ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି। କେବଳ ସରକାର ଚିନ୍ତା କଲେ ହେବନି, ଏ ଦିଗରେ ସମସ୍ତଙ୍କ ସହଭାଗିତା ଜରୁରି। ସଚେତନତା ସହ ପରିବେଶ ସୁରକ୍ଷାରେ କାମ କରୁଥିବା ଲୋକେ ଏଥିପାଇଁ ଆଗେଇ ଆସିବାକୁ ହେବ। ଚଳିତବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ରାଜ୍ୟ ସରକାର ଦେଢ଼ କୋଟି ଗଛ ଲଗାଇଛନ୍ତି। ପରିବେଶ ସୁରକ୍ଷା ଦିଗରେ ଏହା ଏକ ନିଆରା ବାର୍ତ୍ତା ଦେଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe