ତିଖାଲିରେ ବୃକ୍ଷରୋପଣ ପାଇଁ ୨ଲକ୍ଷ ଟଙ୍କା ଦେବାକୁ ବିଧାୟକଙ୍କ ପ୍ରତିଶ୍ରୁତି

Advertisment

ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ବହୁ ପରିମାଣରେ ବଣ ଜଙ୍ଗଲ ଥିଲା। ଗଛ କାଟିବା ଯୋଗୁଁ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଗ୍ରୀଷ୍ମଋତୁରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।

ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ବହୁ ପରିମାଣରେ ବଣ ଜଙ୍ଗଲ ଥିଲା। ଗଛ କାଟିବା ଯୋଗୁଁ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଗ୍ରୀଷ୍ମଋତୁରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।

gdjgdgdjgjgjd

ନୂଆପଡ଼ା/ଖଡ଼ିଆଳ: ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ବହୁ ପରିମାଣରେ ବଣ ଜଙ୍ଗଲ ଥିଲା। ଗଛ କାଟିବା ଯୋଗୁଁ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଗ୍ରୀଷ୍ମଋତୁରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଏଥିପ୍ରତି ସମସ୍ତେ ସଚେତନ ନହେଲେ ଆଗକୁ ଏକ ବଡ଼ ବିପଦ ଆସିବ। ତେଣୁ ସମସ୍ତେ ଏକତ୍ର ହୋଇ ଗଛ ଲଗାଇବାକୁ ମୁଖ୍ୟ ଅତିଥି ବିଧାୟକ ଅଧିରାଜ ପାଣିଗ୍ରାହୀ ଆହ୍ବାନ ଦେଇଛନ୍ତି। ସେହିପରି ତିଖାଳି ଗ୍ରାମରେ ବୃକ୍ଷରୋପଣ ପାଇଁ ବିଧାୟକ ପାଣ୍ଠିରୁ ୨ଲକ୍ଷ ଟଙ୍କା ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

ସୋମବାର ଖଡ଼ିଆଳ ବ୍ଲକ୍‌ ତିଖାଲି ଗ୍ରାମରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଡ଼ିଆଳ ବିଧାୟକ ଶ୍ରୀ ପାଣିଗ୍ରାହୀ ‘ସମ୍ବାଦ’ର ପୁନଶ୍ଚ ପୃଥିବୀ ଅଭିଯାନକୁ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି। ବର୍ତ୍ତମାନ ସମୟରେ ଲୋକମାନେ ପରିବେଶ ସୁରକ୍ଷା ଉପରେ କୌଣସି ଚିନ୍ତା କରୁନାହାନ୍ତି। ଏବେଠୁ ଚିନ୍ତା ନ କଲେ ଆଗକୁ ଏକ ବଡ଼ ବିପଦ ଆସିପାରେ ବୋଲି କହିଛନ୍ତି। ଖଡ଼ିଆଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗୌତମ ତାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା, ସାନମହେଶ୍ବର ପଞ୍ଚାୟତ ସରପଞ୍ଚ ଆଲ୍ଲାଦିନି ବେହେରା, ପୂର୍ବ ସରପଞ୍ଚ ଶ୍ୟାମସୁନ୍ଦର କୁଳଦୀପ, ପରିବେଶବିତ୍ ଲକ୍ଷ୍ମଣ ବେହେରା ଓ ଦଶମୁ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ୟାପକ ବୃକ୍ଷରୋପଣ ଉପରେ ମତ ରଖିଥିଲେ। ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମ ଲୋକଙ୍କୁ ସଚେତନ କରିବ ବୋଲି କହିଥିଲେ। ପ୍ରଦୂଷଣ ବଢ଼ାଉଥିବା ପ୍ଲାଷ୍ଟିକ୍‌ ଓ ପଲିଥିନ୍‌କୁ ଦୂରେଇବା ପାଇଁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe