ପରିବେଶ ସୁରକ୍ଷା ପାଇଁ ଅର୍ଥ ବାଧକ ହେବନି: ରଘୁରାମ

Advertisment

ଓଡ଼ିଶାର ଚେରାପୁଞ୍ଜି ବୋଲି କୋରାପୁଟକୁ କୁହାଯାଉଥିଲା। ୪ମାସ ଧରି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିଲା। ଗ୍ରୀଷ୍ମ ଲହର କ’ଣ ଲୋକ ଜାଣୁନଥିଲେ। କିନ୍ତୁ ବିକାଶ ପାଇଁ ମାଟି, ପାଣି ଓ ପବନକୁ କ୍ଷତି କରାଯାଉଛି।

ଓଡ଼ିଶାର ଚେରାପୁଞ୍ଜି ବୋଲି କୋରାପୁଟକୁ କୁହାଯାଉଥିଲା। ୪ମାସ ଧରି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିଲା। ଗ୍ରୀଷ୍ମ ଲହର କ’ଣ ଲୋକ ଜାଣୁନଥିଲେ। କିନ୍ତୁ ବିକାଶ ପାଇଁ ମାଟି, ପାଣି ଓ ପବନକୁ କ୍ଷତି କରାଯାଉଛି।

gdgjgjggjdgj

କୋରାପୁଟ: ଓଡ଼ିଶାର ଚେରାପୁଞ୍ଜି ବୋଲି କୋରାପୁଟକୁ କୁହାଯାଉଥିଲା। ୪ମାସ ଧରି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିଲା। ଗ୍ରୀଷ୍ମ ଲହର କ’ଣ ଲୋକ ଜାଣୁନଥିଲେ। କିନ୍ତୁ ବିକାଶ ପାଇଁ ମାଟି, ପାଣି ଓ ପବନକୁ କ୍ଷତି କରାଯାଉଛି। ପରିବେଶର ସୁରକ୍ଷା ପାଇଁ ଯାହା ବି ଯୋଜନା ପ୍ରସ୍ତୁତ ହେଉଛି ତାହା କାଗଜପତ୍ରରେ ସୀମିତ। କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ପରିବେଶ ପଞ୍ଚାୟତରେ ଏମିତି ଉଦ୍‌ବେଗ ପ୍ରକାଶ କରିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ। କୋରାପୁଟ କୋଟ୍‌ସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବେଶ ନ ବଞ୍ଚିଲେ ଆଗକୁ ଅମ୍ଳଜାନ କିଣିବାକୁ ପଡ଼ିବ ବୋଲି ସେ ସତର୍କ କରାଇଥିଲେ। ପରିବେଶର ସନ୍ତୁଳନ ନିମନ୍ତେ ପଞ୍ଚାୟତସ୍ତରରେ ସମ୍ମିଳିତ ଉଦ୍ୟମ ଆବଶ୍ୟକ। ଏଥିପାଇଁ ପ୍ରଶାସନ ଓ ବନ ବିଭାଗ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କଲେ ଅର୍ଥ କେବେ ମଧ୍ୟ ବାଧକ ହେବ ନାହିଁ ବୋଲି ବିଧାୟକ କହିଥିଲେ।

ପୋଡୁଚାଷ, ବାଣିଜ୍ୟିକ ଲେମନଗ୍ରାସ୍‌, ନୀଳଗିରି ଚାଷ ମାଟି ତଳ ପାଣିକୁ ଶୋଷି ଚାଲିଛି। ଆଗକୁ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲକା ଚିନ୍ତା ପ୍ରକଟ କରିଥିଲେ। ବ୍ୟକ୍ତିଗତ ଉଦ୍ୟମରେ ମା’ ଓ ଭାଇଙ୍କ ସହ ଗୋଟିଏ ଗାଁରେ କିଭଳି ଫଳନ୍ତି ଗଛ ଲଗାଇ ନୂଆ ବଗିଚା ସୃଷ୍ଟି କରିଛନ୍ତି ସେହି ବିଷୟରେ କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରକାଶ କରିଥିଲେ। କୋରାପୁଟ ଜିଲ୍ଲାରେ ରାଜସ୍ବ ଜମିରେ ବ୍ୟାପକ ପୋଡ଼ୁଚାଷ ହେଉଥିବାରୁ ବନ ବିଭାଗ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିପାରୁନି ବୋଲି ଡିଏଫ୍‌ଓ କେ.ଏସ୍‌. ଭି ରାଓ କହିଥିଲେ। ଯୁବବର୍ଗ ବର୍ତ୍ତମାନ ପୋଡ଼ୁଚାଷ କରିବାକୁ ଆଗ୍ରହୀ ନୁହନ୍ତି। ତେଣୁ କେଉଁ ପରିବାର କେଉଁଠି ଚାଷ କରୁଛନ୍ତି ତାହାର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗକୁ ସେହି ସ୍ଥାନରେ ଫଳନ୍ତି ଗଛ ଲଗାଇ ସେହି ପରିବାରକୁ ଯତ୍ନନେବା ଦାୟିତ୍ବ ଦିଆଯିବ ବୋଲି ଡିଏଫ୍‌ଓ ସୂଚନା ଦେଇଥିଲେ। ପରିବେଶର ସୁରକ୍ଷା କେବଳ ବନ ବିଭାଗ କିମ୍ବା ପ୍ରଶାସନର ନୁ‌ହେଁ, ସମସ୍ତ ମାନବଜାତିର ଉତ୍ତରଦାୟିତ୍ବ ବୋଲି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe