ଜଳବାୟୁ ମୁକାବିଲା ପାଇଁ ମିଳିବ ଅଧିକ ପାଣ୍ଠି

Advertisment

ଭାରତ ସମେତ ସମଭାବାପନ୍ନ ବିକାଶଶୀଳ ରାଷ୍ଟ୍ର (ଏଲ୍‌ଏମ୍‌ଡିସି ବା ଲାଇକ୍‌ ମାଇଣ୍ଡେଡ୍‌ ଡେଭଲପିଙ୍ଗ୍‌ କଣ୍ଟ୍ରିଜ୍‌)ମାନେ ଜଳବାୟୁ ସଂରକ୍ଷଣ ପାଇଁ ଉନ୍ନତ ଦେଶମାନଙ୍କଠାରୁ ଅଧିକ ପାଣ୍ଠି ଲୋଡୁଛନ୍ତି।

ଭାରତ ସମେତ ସମଭାବାପନ୍ନ ବିକାଶଶୀଳ ରାଷ୍ଟ୍ର (ଏଲ୍‌ଏମ୍‌ଡିସି ବା ଲାଇକ୍‌ ମାଇଣ୍ଡେଡ୍‌ ଡେଭଲପିଙ୍ଗ୍‌ କଣ୍ଟ୍ରିଜ୍‌)ମାନେ ଜଳବାୟୁ ସଂରକ୍ଷଣ ପାଇଁ ଉନ୍ନତ ଦେଶମାନଙ୍କଠାରୁ ଅଧିକ ପାଣ୍ଠି ଲୋଡୁଛନ୍ତି।

fshfshshs

ଭାରତ ସମେତ ସମଭାବାପନ୍ନ ବିକାଶଶୀଳ ରାଷ୍ଟ୍ର (ଏଲ୍‌ଏମ୍‌ଡିସି ବା ଲାଇକ୍‌ ମାଇଣ୍ଡେଡ୍‌ ଡେଭଲପିଙ୍ଗ୍‌ କଣ୍ଟ୍ରିଜ୍‌)ମାନେ ଜଳବାୟୁ ସଂରକ୍ଷଣ ପାଇଁ ଉନ୍ନତ ଦେଶମାନଙ୍କଠାରୁ ଅଧିକ ପାଣ୍ଠି ଲୋଡୁଛନ୍ତି। ୨୦୨୫ରୁ ୨୦୩୦ ମଧ୍ୟରେ ଏଥିପାଇଁ ଉନ୍ନତ ରାଷ୍ଟ୍ରମାନେ ଏକ ଲକ୍ଷ କୋଟି ଡଲାର ବ୍ୟୟ କରିବେ ବୋଲି ଜାତିସଂଘ ଜଳବାୟୁ ସମ୍ମିଳନୀ ‘କପ୍‌୨୯’ର ଏକ ଚିଠାରୁ ଜଣାପଡ଼ିଛି। ଆଗାମୀ ନଭେମ୍ବରରେ ଆଜରବାଇଜାନ୍‌ର ବାକୁଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ।

ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିହତ କରିବା ଲାଗି ବିକାଶଶୀଳ ଦେଶମାନଙ୍କର ଅକ୍ଷୟ ଶକ୍ତି ବୃଦ୍ଧି ପାଇଁ ଉଚ୍ଚାଭିଳାଷୀ ଯୋଜନାମାନ ରହିଥିବା ବେଳେ ସେମାନଙ୍କୁ ପର୍ଯ୍ୟାପ୍ତ ସହାୟତା ମିଳୁନାହିଁ। ଅପରପକ୍ଷେ, ଧନୀ ତଥା ଶିଳ୍ପପ୍ରଧାନ ରାଷ୍ଟ୍ରମାନେ ଜୀବାଶ୍ମ ଇନ୍ଧନ ବ୍ୟବହାରକୁ ସମର୍ଥନ କରିଚାଲିବା ପରିତାପର ବିଷୟ ବୋଲି କୁହାଯାଇଛି।

ଉକ୍ତ ଚିଠା ଅନୁଯାୟୀ, ଜଳବାୟୁ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ୨୦୨୫-୩୦ ଯାଏ ବଳବତ୍ତର ରହିବ ଏବଂ ୨୦୨୯ରେ ପ୍ୟାରିସ୍‌ ରାଜିନାମା ଅନୁସାରେ ୨୦୩୦-୩୫ ପାଇଁ ନୂତନ ଲକ୍ଷ୍ୟ ସ୍ଥିର ହେବ। ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଆବଶ୍ୟକତା ଅନୁଯାୟୀ ପାଣ୍ଠି ବୃଦ୍ଧି କରାଯିବା ଉଚିତ। ମାତ୍ର ଆମେରିକା ଏଥିପାଇଁ କୌଣସି ସମୟସୀମାକି ନିବେଶ ପରିମାଣ ସ୍ପଷ୍ଟ କରିନାହିଁ। ଅପରପକ୍ଷେ, ବିଭିନ୍ନ ଉତ୍ସରୁ ଅବଦାନ ଗ୍ରହଣ କରି ଲକ୍ଷ ଲକ୍ଷ କୋଟି ଡଲାର ବିନିଯୋଗର ଆଶା କରାଯାଉଛି। ଆରବ ଗୋଷ୍ଠୀ ବିକଶିତ ରାଷ୍ଟ୍ରମାନଙ୍କ ଠାରୁ ବାର୍ଷିକ ଅନ୍ୟୂନ ୪୪,୧୦୦ କୋଟି ଡଲାର ହାରରେ ୨୦୨୯ ଯାଏ ୧.୩ ଲକ୍ଷ କୋଟି ଡଲାର ଆଶା କରୁଛି। ବିକଶିତ ରାଷ୍ଟ୍ରରୁ ବିକାଶଶୀଳ ରାଷ୍ଟ୍ରକୁ ଅର୍ଥ ପ୍ରବାହିତ ହେବା ଉଚିତ ବୋଲି ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ସିଦ୍ଧାନ୍ତରେ ଉଲ୍ଲେଖ ରହିଛି। କିନ୍ତୁ ଆମେରିକା ଓ ଅନ୍ୟ ଧନୀ ରାଷ୍ଟ୍ରମାନେ ନିଜକୁ ଉତ୍ତରଦାୟିତ୍ବମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି। 

ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିହତ କରିବା ଲାଗି ବିକାଶଶୀଳ ଦେଶମାନଙ୍କର ଅକ୍ଷୟ ଶକ୍ତି ବୃଦ୍ଧି ପାଇଁ ଉଚ୍ଚାଭିଳାଷୀ ଯୋଜନାମାନ ରହିଥିବା ବେଳେ ସେମାନଙ୍କୁ ପର୍ଯ୍ୟାପ୍ତ ସହାୟତା ମିଳୁନାହିଁ। ଅପରପକ୍ଷେ, ଧନୀ ତଥା ଶିଳ୍ପପ୍ରଧାନ ରାଷ୍ଟ୍ରମାନେ ଜୀବାଶ୍ମ ଇନ୍ଧନ ବ୍ୟବହାରକୁ ସମର୍ଥନ କରିଚାଲିବା ପରିତାପର ବିଷୟ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe