ପ୍ରକୃତି ମା’ ହିଁ ଭଗବାନ: ଯାଦବ ପାୟେଙ୍ଗ

ଆମ ଦେଶର ପ୍ରତିଟି ରାଜ୍ୟର ମାଟି ଭିନ୍ନ। ପାଣିପାଗ ବିଶେଷ। ମାଟି ଓ ପାଣିପାଗକୁ ନେଇ ଗଛ ବଢ଼େ। ଏଣୁ ନିଜ ଅଞ୍ଚଳର ମାଟି ଓ ପାଣିପାଗର ବିଶେଷତାକୁ ବୁଝି ଆମେ ଗଛ ଲଗାଇପାରିଲେ ଏହାର ସୁଫଳ ପାଇବା।

fshhfsfshxvbbvbv

ଆମ ଦେଶର ପ୍ରତିଟି ରାଜ୍ୟର ମାଟି ଭିନ୍ନ। ପାଣିପାଗ ବିଶେଷ। ମାଟି ଓ ପାଣିପାଗକୁ ନେଇ ଗଛ ବଢ଼େ। ଏଣୁ ନିଜ ଅଞ୍ଚଳର ମାଟି ଓ ପାଣିପାଗର ବିଶେଷତାକୁ ବୁଝି ଆମେ ଗଛ ଲଗାଇପାରିଲେ ଏହାର ସୁଫଳ ପାଇବା। ଏହା କହିଛନ୍ତି ଭାରତର ‘ଫରେଷ୍ଟ ମ୍ୟାନ୍‌ (ବନ ମଣିଷ)’ ପଦ୍ମଶ୍ରୀ ଯାଦବ ପାୟେଙ୍ଗ। ୩୦ ବର୍ଷର ପରିଶ୍ରମରେ ଆସାମର ଜୋରହାଟର କୋକିଲାମୁଖ ନିକଟରେ ବ୍ରହ୍ମପୁତ୍ର ନଦୀର ବାଲିବନ୍ଧରେ ୧୩୦୭ ଏକର ଜଙ୍ଗଲ ସୃଷ୍ଟି କରି ସେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେ କହିଛନ୍ତି, ‘୧୯୭୯ ମସିହାରେ ବ୍ରହ୍ମପୁତ୍ର ନଦୀରେ ଏକ ବଡ଼ ବନ୍ୟା ଆସିଥିଲା। ମୁଁ ତାହା ଦେଖିବା ପାଇଁ ଯାଇଥିଲି।

ବନ୍ୟାରେ ବହୁ ଗଛ, ପ୍ରାଣୀ ନଷ୍ଟ ହୋଇଥିଲେ। ଏହା ମୋ ମନକୁ ଗଭୀର ଦୁଃଖ ପହଞ୍ଚାଇଥିଲା। ୧୯୮୫ ମସିହାରେ ଡକ୍ଟର ଯଦୁନାଥ ପେଶୱା ନାମକ ‌ଜଣେ ବୈଜ୍ଞାନିକ ମୋତେ ଗଛ ଲଗାଇବାକୁ ପ୍ରେରଣା ଦେଇଥିଲେ। ଧରଣୀ ମା’ ବଞ୍ଚିଲେ ଆମେ ବଞ୍ଚିବା। ଏଣୁ ଧରଣୀ ମା’କୁ ବଞ୍ଚାଇବା ଦାୟିତ୍ବ ଆମର। ବିଭିନ୍ନ ସମ୍ପ୍ରଦାୟର ଲୋକ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ନିର୍ମାଣ କରୁଛନ୍ତି। ଏହା ନିଜ ନିଜ ଭଗବାନଙ୍କ ପାଇଁ। ହେଲେ ସେ ଭଗବାନଙ୍କୁ ଦେଖିଛି କିଏ? ଆମେ ଯଦି ଦେଖିଛେ, ଆମକୁ ପ୍ରତିପାଳନ କରିଥିବା ପ୍ରକୃତି ମା’କୁ ଦେଖିଛେ। ଏଣୁ ‘ପ୍ରକୃତି ହିଁ ଭଗବାନ’। ସବୁ ଦେଶ, ସମ୍ପ୍ରଦାୟ ଓ ମଣିଷ ଯଦି ପ୍ରକୃତିକୁ ଭଲ ପାଇବେ, ଦେଖିବେ ପୃଥିବୀରୁ ସବୁ ସମସ୍ୟା କେମିତି ଆପେ ଦୂ‌ରେଇ ଯିବ। ଏହି ଅଧିବେଶନକୁ ଅନୁଜ ଦାସ ସଞ୍ଚାଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe