ପ୍ରକୃତି ଶିଖାଇଛି ବଞ୍ଚିବାର କଳା: ପ୍ରତାପ ଦେବ

Advertisment

ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବାର କଳା ଶିଖାଇଛି ପ୍ରକୃତି। କେବଳ ମଣିଷ ନୁହେଁ, ଉଦ୍ଭିଦ ଓ ସମଗ୍ର ପ୍ରାଣୀଜଗତକୁ ବୃକ୍ଷର ଅବଦାନ ଅତୁଳନୀୟ। ଏବେ ବହୁ ପକ୍ଷୀ ଓ ନାନା ପ୍ରଜାତିର ପ୍ରାଣୀ ବିଲୁପ୍ତ ହୋଇଗଲେଣି।

ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବାର କଳା ଶିଖାଇଛି ପ୍ରକୃତି। କେବଳ ମଣିଷ ନୁହେଁ, ଉଦ୍ଭିଦ ଓ ସମଗ୍ର ପ୍ରାଣୀଜଗତକୁ ବୃକ୍ଷର ଅବଦାନ ଅତୁଳନୀୟ। ଏବେ ବହୁ ପକ୍ଷୀ ଓ ନାନା ପ୍ରଜାତିର ପ୍ରାଣୀ ବିଲୁପ୍ତ ହୋଇଗଲେଣି।

hfkhffhkhk

ଆଳି: ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବାର କଳା ଶିଖାଇଛି ପ୍ରକୃତି। କେବଳ ମଣିଷ ନୁହେଁ, ଉଦ୍ଭିଦ ଓ ସମଗ୍ର ପ୍ରାଣୀଜଗତକୁ ବୃକ୍ଷର ଅବଦାନ ଅତୁଳନୀୟ। ଏବେ ବହୁ ପକ୍ଷୀ ଓ ନାନା ପ୍ରଜାତିର ପ୍ରାଣୀ ବିଲୁପ୍ତ ହୋଇଗଲେଣି। ମାନବ ଓ ପ୍ରାଣୀ ଜଗତର ସୁରକ୍ଷା ପାଇଁ ଅଧିକରୁ ଅଧିକ ମାତ୍ରାରେ ବୃକ୍ଷରୋପଣ ଦିଗରେ ମଣିଷ ଯତ୍ନବାନ ହେବା ଜରୁରୀ ବୋଲି ସୋମବାର ଆଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଳକାଟି ଖରସ୍ରୋତା ନଦୀ ତଟବର୍ତ୍ତୀ ମତ୍ସ୍ୟ ବିଭାଗ ଜେଟିରେ ଆୟୋଜିତ ପରିବେଶ ପଞ୍ଚାୟତ ସଭାରେ ମତପ୍ରକାଶ ପାଇଛି।

କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପରିବେଶ ଓ ପ୍ରକୃତି କିଭଳି ଆଳି ସମେତ ଉପକୂଳବର୍ତ୍ତୀ ଅଧିବାସୀଙ୍କୁ ବଞ୍ଚିବାର କଳା ଶିଖାଇଛି, ସେ ସମ୍ପର୍କରେ ବିସ୍ତୃତ ଭାବେ ଅବତାରଣା କରିଥିଲେ। ସାଂପ୍ରତିକ ସମୟର ଲୋକମାନେ କୃଷି ପ୍ରତି ବିମୁଖ ହେବାର ଫଳାଫଳ ମଣିଷକୁ ଭୋଗିବାକୁ ପଡୁଛି। ବହୁ ସମୟରେ ପରିବେଶ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ଲୋକେ ଅନ୍ତରାୟ ସୃଷ୍ଟି କରୁଛନ୍ତି। ଆଳିରେ କୃଷିକ୍ଷେତ୍ରକୁ ଜଳଯୋଗାଣ ପାଇଁ କ୍ରିକ୍ ଖନନ ଏହାର ଉଦାହରଣ। ସମୁଦ୍ର ନିକଟବର୍ତ୍ତୀ ରାଜନଗର ପେଣ୍ଠଠାରୁ ଆଳିର ଅରେହିକଣା ପର୍ଯ୍ୟନ୍ତ ସୁନାମି ବିପଦ ରହିଛି। ପ୍ରକୃତି ପାଇଁ ଜୀବନଧାରଣ କରୁଥିବା ମଣିଷ ପରିବେଶ ସୁରକ୍ଷା ପାଇଁ କାମ କରିବା ସବୁଠାରୁ ବଡ଼ ବଳିଦାନ ବୋଲି ଶ୍ରୀ ଦେବ ପ୍ରକାଶ କରି ପରିବେଶଜନିତ ସମସ୍ତ କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ।

ସମ୍ମାନିତ ଅତିଥି ବିଶିଷ୍ଟ ପକ୍ଷୀପ୍ରେମୀ ତଥା ପ୍ରସିଦ୍ଧ ପୁସ୍ତକ ‘ବାର୍ଡସ୍ ଅଫ୍ ଓଡ଼ିଶା’ର ଲେଖକ ପ୍ରମୋଦ କୁମାର ଧଳ କହିଥିଲେ, ‘ସମ୍ବାଦ’ ପାଇଁ କ୍ଲାଇମେଟ୍ ପଞ୍ଚାୟତ ଶୀତତାପ ନିୟନ୍ତ୍ରିତ କକ୍ଷରୁ ତୃଣମୂଳକୁ ଆସିପାରିଛି। ରାଜନୈତିକ ଦଳଗୁଡ଼ିକ  ସେମାନଙ୍କ ଇସ୍ତାହାରରେ ପରିବେଶର ସୁରକ୍ଷା ଓ ବିକାଶକୁ ସ୍ଥାନ ଦେବା ଉଚିତ। ସାହିତ୍ୟିକ ପ୍ରଫେସର ଅତୁଲ ବଳ ପରିବେଶର ସୁରକ୍ଷା ପାଇଁ ମଣିଷର ପ୍ରଦୂଷିତ ମାନସିକତା ଓ ଚେତନାରେ ଶୁଦ୍ଧିକରଣ ହେବା ଆବଶ୍ୟକ ବୋଲି ମତ ରଖିଥିଲେ। ଆଳି ଅଞ୍ଚଳରେ ବ୍ୟାପକ ଭାବରେ ଅଶ୍ୱତଥ, ନିମ୍ବ, ଅଁଳା ଆଦି ବୃକ୍ଷରୋପଣ ପାଇଁ ସବୁସ୍ତରରେ ଉଦ୍ୟମ ଲୋଡ଼ା ବୋଲି କହିଥିଲେ ଅବସରପ୍ରାପ୍ତ କୃଷି ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ଧରଣୀଧର ପାତ୍ର। ପ୍ରକୃତିକୁ ବିପର୍ଯ୍ୟସ୍ତ କରୁଥିବା ମଣିଷର ମାନସିକତାରେ ପରିବର୍ତ୍ତନ ସାଙ୍ଗକୁ ନଦୀନାଳ ଘେରା ଆଳିକନିକାର ଲୋକଙ୍କୁ କୁମ୍ଭୀର କବଳରୁ ସୁରକ୍ଷା ଦେବାପାଇଁ ତାରଜାଲି ଘେରା ଗାଧୁଆ ତୁଠ ନିର୍ମାଣର ଆବଶ୍ୟକତା ରହିଛି ବୋଲି ଇକୋ କ୍ଲବ୍‌ର ଜିଲ୍ଲା ସଂଯୋଜକ ଗୋପୀନାଥ ଦାଶ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe