ଶାଗୁଣାଙ୍କ ସୁରକ୍ଷା ପାଇଁ ‘ନିମେସୁଲିଡ୍‌’ ନିଷିଦ୍ଧ

କିଏକଦା ଦେଶର ସବୁଠୁ ଲୋକପ୍ରିୟ ଯନ୍ତ୍ରଣା ନିବାରକ ଔଷଧ ଭାବରେ ‘ନିମେସୁଲିଡ୍‌’ର ନାଆଁ ରହିଥିଲା। ମାନବ ବ୍ୟବହାର ପାଇଁ ଏହା ୨୦୧୧ରୁ ନିଷିଦ୍ଧ ହୋଇସାରିଥିଲେ ହେଁ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ଜାରି ରହିଥିଲା।

ddad

କିଏକଦା ଦେଶର ସବୁଠୁ ଲୋକପ୍ରିୟ ଯନ୍ତ୍ରଣା ନିବାରକ ଔଷଧ ଭାବରେ ‘ନିମେସୁଲିଡ୍‌’ର ନାଆଁ ରହିଥିଲା। ମାନବ ବ୍ୟବହାର ପାଇଁ ଏହା ୨୦୧୧ରୁ ନିଷିଦ୍ଧ ହୋଇସାରିଥିଲେ ହେଁ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ଜାରି ରହିଥିଲା। ମାତ୍ର ବୈଜ୍ଞାନିକ ଅଧ୍ୟୟନରୁ ତାହାର ବିଷାକ୍ତ ପ୍ରଭାବ ଶାଗୁଣାର ଜୀବନ ଉପରେ ପଡୁଥିବା କଥା ଜଣାପଡ଼ିବାରୁ ଉକ୍ତ ଔଷଧକୁ ସରକାର ସଂପୂର୍ଣ୍ଣ ନିଷିଦ୍ଧ ଘୋଷଣା କରିଛନ୍ତି। 

ନିମେସୁଲିଡ୍‌ ଏକ ନନ୍‌-ଷ୍ଟିରଏଡାଲ୍‌ ତଥା ଆଣ୍ଟି-ଇନ୍‌ଫ୍ଳାମାଟୋରି (ଏନ୍‌ସେଡ୍‌) ଔଷଧ। ବହୁ ପରୀକ୍ଷାନିରୀକ୍ଷା ପରେ ଜଣାପଡ଼ିଥିଲା ଯେ ଏହାର କୁପ୍ରଭାବ ଶାଗୁଣା ଉପରେ ତ ପଡୁଛି, ତେଣେ ମନୁଷ୍ୟ ଶରୀର ପାଇଁ ମଧ୍ୟ ତାହା ଉପକାରୀ ନୁହେଁ। ଭାରତରେ କିଛି ମୃତ ଶାଗୁଣାଙ୍କ ପାକସ୍ଥଳୀରେ ନିମେସୁଲିଡ୍‌ ଥିବାର ସଂକେତ ମିଳିଥିଲା। ମୃତ ଜୀବର ଶରୀର ଅବଶେଷକୁ ଖାଇ ପରିବେଶ ସଫା ରଖିବାରେ ଶାଗୁଣାର ଭୂମିକା କାହାକୁ ଅଛପା ନୁହେଁ। କୌଣସି ଜୀବଠାରେ ପ୍ରୟୋଗ ହୋଇଥିବା ନିମେସୁଲିଡ୍‌ ଏପରି ଶାଗୁଣା ଶରୀରକୁ ଆସିଥିବା ଅନୁମାନ କରାଯାଇଥିଲା। ପରେ ଭାରତୀୟ ପଶୁସମ୍ପଦ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପରୀକ୍ଷାମୂଳକ ଭାବେ ଜିପ୍‌ସି ଜାତିର ଶାଗୁଣାଠାରେ ନିମ୍ନମାତ୍ରାର ନିମେସୁଲିଡ୍‌ ପ୍ରୟୋଗ କରି ଫଳାଫଳ ଲକ୍ଷ୍ୟ କରାଯାଇଥିଲା।

ଏହାଦ୍ବାରା ଶାଗୁଣାର କିଡ୍‌ନି ବିଷାକ୍ତ ହୋଇଯିବା ସହ ତାହାର ପ୍ରଜନନ କ୍ଷମତା ମଧ୍ୟ ହ୍ରାସ ହେଉଥିବା ଜଣାପଡ଼ିଥିଲା। ଏହାକୁ ଉପଲବ୍‌ଧି କରି ଦେଶର ଔଷଧ ନିୟାମକ ସଂସ୍ଥା କେନ୍ଦ୍ରୀୟ ଭେଷଜ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସ୍‌ସିଓ) ଏକ ସରକାରୀ ବିଜ୍ଞପ୍ତିରେ ନିମେସୁଲିଡ୍‌ ପରି ଉପାଦାନ ରହିଥିବା କୌଣସି ପ୍ରକାର ଉତ୍ପାଦର ବ୍ୟବହାର, ପ୍ରସ୍ତୁତି, ବିକ୍ରୟ ଓ ଆବଣ୍ଟନକୁ ନିଷିଦ୍ଧ ଘୋଷଣା କରିଛନ୍ତି। ବଦଳରେ ଅନ୍ୟାନ୍ୟ ବିକଳ୍ପ ଔଷଧ ସେବନ କରିବା ପାଇଁ ପରାମର୍ଶ କରାଯାଇଛି।

ଏହା ପୂର୍ବରୁ ‘ଡାଇକ୍ଲୋଫେନାକ୍’ ଔଷଧ ଶାଗୁଣାଙ୍କ ମୃତ୍ୟୁର କାରଣ ବୋଲି ଜଣାପଡ଼ିବା ପରେ ଭାରତ ସମେତ ପାକିସ୍ତାନ ଓ ନେପାଳରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ତାହାର ବ୍ୟବହାରକୁ ୨୦୦୬ରେ ନିଷିଦ୍ଧ ଘୋଷଣା କରାଯାଇଥିଲା। ସେଥି ଯୋଗୁଁ ଶାଗୁଣାଙ୍କ ମୃତ୍ୟୁହାର କମିବା ସହ ନେପାଳରେ ଶାଗୁଣା ବଂଶର ପୁନରାବିର୍ଭାବ ହେଉଥିବା ଲକ୍ଷ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe