କଷ୍ଟ ଦେଉଛି ଓଡ଼ିଶା କୋଷ୍ଟ କେନାଲ୍‌: ପୁନରୁଦ୍ଧାର ଅପେକ୍ଷାରେ ୫୦ ମୌଜାବାସୀ

Advertisment

ନ’ଅଙ୍କ ଦୁର୍ଭିକ୍ଷ ସମୟରେ ଲୋକଙ୍କୁ କାମ ବଦଳରେ ଖାଦ୍ୟ ଯୋଗାଇ ଦେବା ପାଇଁ ଖନନ ହୋଇଥିଲା ଓଡ଼ିଶା କୋଷ୍ଟ କେନାଲ୍‌। ଯାହା ଦିନେ ସ୍ଥାନୀୟ ଲୋକଙ୍କର ଜୀବନରେଖା ଥିଲା, ତାହା ଆଜି ଦୁଃଖର କାରଣ ସାଜିଛି।

ନ’ଅଙ୍କ ଦୁର୍ଭିକ୍ଷ ସମୟରେ ଲୋକଙ୍କୁ କାମ ବଦଳରେ ଖାଦ୍ୟ ଯୋଗାଇ ଦେବା ପାଇଁ ଖନନ ହୋଇଥିଲା ଓଡ଼ିଶା କୋଷ୍ଟ କେନାଲ୍‌। ଯାହା ଦିନେ ସ୍ଥାନୀୟ ଲୋକଙ୍କର ଜୀବନରେଖା ଥିଲା, ତାହା ଆଜି ଦୁଃଖର କାରଣ ସାଜିଛି।

ddaadg

ଜଳେଶ୍ୱର: ନ’ଅଙ୍କ ଦୁର୍ଭିକ୍ଷ ସମୟରେ ଲୋକଙ୍କୁ କାମ ବଦଳରେ ଖାଦ୍ୟ ଯୋଗାଇ ଦେବା ପାଇଁ ଖନନ ହୋଇଥିଲା ଓଡ଼ିଶା କୋଷ୍ଟ କେନାଲ୍‌। ଯାହା ଦିନେ ସ୍ଥାନୀୟ ଲୋକଙ୍କର ଜୀବନରେଖା ଥିଲା, ତାହା ଆଜି ଦୁଃଖର କାରଣ ସାଜିଛି। ଓଡ଼ିଶା କୋଷ୍ଟ କେନାଲ୍‌ ପଶ୍ଚିମବଙ୍ଗ ଗାଓଁଖାଳି ନିକଟ ହୁଗୁଳି ନଦୀର ଶାଖା ନଦୀ ନାରାୟଣରୁ ବାହାରି ବାଲେଶ୍ୱର ଜିଲ୍ଲା ଅଧୀନ ଭୋଗରାଇ ବ୍ଲକ୍‌ ନଶରାବାଦ ଗାଁ ନିକଟରେ ଓଡ଼ିଶା ସୀମାକୁ ପ୍ରବେଶ କରିଛି। ଓଡ଼ିଶାରେ ଏହାର ଲମ୍ବ ୧୨୪ କିମି ହେବ। ଏକଦା କେନାଲ୍‌ର ଉଭୟ ପାର୍ଶ୍ବର ବନ୍ଧ ଗମନାଗମନ ପାଇଁ ମୁଖ୍ୟ ରାସ୍ତା ଥିଲା। ଏହାର କାଚକେନ୍ଦୁ ଭଳି ପାଣିକୁ ଲୋକେ ପିଇବା ସହ ଚାଷ କାମରେ ବ୍ୟବହାର କରୁଥିଲେ। ମତ୍ସ୍ୟଜୀବୀମାନେ ମାଛ ମାରି ଜୀବିକା ନିର୍ବାହ କରୁଥିଲେ। କେନାଲ୍‌ ଯୋଗୁଁ ଭୂତଳ ଜଳସ୍ତର ଠିକ୍‌ ରହିବା ସହ ଜଳ ନିଷ୍କାସନ ଓ ବନ୍ୟା ନିୟନ୍ତ୍ରଣ ସମ୍ଭବ ହୋଇପାରୁଥିଲା। କୋଲକାତାରୁ ଆସୁଥିବା ପଣ୍ୟବାହୀ ଜାହାଜ ଓଡ଼ିଶା କୋଷ୍ଟ କେନାଲ୍ ଦେଇ କେନ୍ଦ୍ରାପଡ଼ା-କଟକ ଯାଏଁ ଯାଉଥିଲା। ହେଲେ ଏବେ ପରିବେଶ ବଦଳିବା ସହ ସ୍ଥିତି ବି ବଦଳିଯାଇଛି। ନୌବାଣିଜ୍ୟ ସ୍ବପ୍ନ ପାଲଟିଥିବା ବେଳେ ପାରିପାର୍ଶ୍ବିକ ଅବସ୍ଥା ଲୋକଙ୍କୁ ଦୁଃଖକଷ୍ଟ ଦେଉଛି।

ଭୋଗରାଇ ବ୍ଲକ୍‌ରେ କେନାଲ୍‌ର ୧୬ କିମି ଅଞ୍ଚଳ ରହିଛି। କେନାଲ୍‌ ମରିପଡ଼ିଥିବା ଯୋଗୁଁ ୫୦ ମୌଜାବାସୀ ସମସ୍ୟା ଭୋଗୁଛନ୍ତି। ଉଭୟ ପାର୍ଶ୍ବର ବନ୍ଧ ଗମନାଗମନ ପାଇଁ ଆଉ ଉପଯୋଗୀ ହୋଇ ରହିନି। ଦଳ ଭର୍ତ୍ତି ହୋଇ ଶଯ୍ୟା ସମ୍ପୂର୍ଣ୍ଣ ପୋତି ହୋଇଯାଇଛି। ଫଳରେ ଚାଷ ପାଇଁ ପାଣି ମିଳୁନି। ୨୦୦୮ ମସିହାରେ କେନ୍ଦ୍ର ସରକାର ଓଡ଼ିଶା କୋଷ୍ଟ କେନାଲ୍‌ର ଅନେକାଂଶକୁ ୫ ନମ୍ବର ଜାତୀୟ ଜଳପଥ ଭାବେ ଘୋଷଣା କରିଥିଲେ। କିଛିବର୍ଷ ତଳେ ଜଳ ନିଷ୍କାସନ ବିଭାଗ ପକ୍ଷରୁ କେନାଲ୍‌ର ପୁନରୁଦ୍ଧାର କାମ ହୋଇଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁଁ ଗୋଟିଏ ବର୍ଷ ପରେ ଯଥା ପୂର୍ବଂ ତଥା ପରଂ ସ୍ଥିତି ହୋଇଯାଇଛି। ତେଣୁ ବୃହତର ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ କେନାଲ୍‌ର ପୁନରୁଦ୍ଧାର କରାଯାଉ ବୋଲି କହିଛନ୍ତି, ବର୍ତ୍ତନା ଗ୍ରାମର ଅଶୋକ ଜେନା, ଅଲାଲବିନ୍ଧା ଗ୍ରାମର ହରିପଦ ମିଶ୍ର ଓ ଜୟନ୍ତ ବାରିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe