ପ୍ଲାଷ୍ଟିକ୍‌ ବ୍ୟବହାର ନ କରି ବିକଳ୍ପ ବାଛିବା: ସତ୍ୟଜିତ୍‌

Advertisment

ପରିବେଶ ସୁରକ୍ଷା ନେଇ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବାର ଆବଶ୍ୟକତା ରହିଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି,  ଅନିୟମିତ ବୃଷ୍ଟିପାତ, ଭୂତଳ ଜଳସ୍ତର ହ୍ରାସ ବିଶ୍ୱ ପାଇଁ ବଡ଼ ଆହ୍ବାନ ପାଲଟିଛି।

ପରିବେଶ ସୁରକ୍ଷା ନେଇ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବାର ଆବଶ୍ୟକତା ରହିଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି,  ଅନିୟମିତ ବୃଷ୍ଟିପାତ, ଭୂତଳ ଜଳସ୍ତର ହ୍ରାସ ବିଶ୍ୱ ପାଇଁ ବଡ଼ ଆହ୍ବାନ ପାଲଟିଛି।

Punascha Pruthibi

ଗୁଣପୁର/ରାୟଗଡ଼ା: ପରିବେଶ ସୁରକ୍ଷା ନେଇ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବାର ଆବଶ୍ୟକତା ରହିଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି,  ଅନିୟମିତ ବୃଷ୍ଟିପାତ, ଭୂତଳ ଜଳସ୍ତର ହ୍ରାସ ବିଶ୍ୱ ପାଇଁ ବଡ଼ ଆହ୍ବାନ ପାଲଟିଛି। ଏବେଠାରୁ ଏହାର ସୁରକ୍ଷା ପାଇଁ ସଚେତନ ନ ହେଲେ ଆଗକୁ ସ୍ଥିତି ଭୟଙ୍କର ହେବ। ଗୁଣପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମତ ପ୍ରକାଶ କରିଛନ୍ତି ବିଧାୟକ ସତ୍ୟଜିତ୍‌ ଗମାଙ୍ଗ।

‘ସମ୍ବାଦ’ ସାହିତ୍ୟଘର ସଭାପତି ଅକ୍ଷୟ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଗମାଙ୍ଗ କହିଥିଲେ, ଜଳବାୟୁ ପରିବର୍ତ୍ତନ ମହାମାରୀ ବ୍ୟାପିବାର ମୁଖ୍ୟ କାରଣ। ପ୍ଲାଷ୍ଟିକ ବ୍ୟବହାର ନ କରି ଅନ୍ୟ ବିକଳ୍ପ ବାଛିବା। ବ୍ୟକ୍ତିଗତସ୍ତରରେ ପରିବେଶ ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ ହେବା ଉଚିତ୍‌ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା କହିଥିଲେ ପରିବେଶ ପ୍ରଦୂଷଣ, ଜଙ୍ଗଲ ନଷ୍ଟ ପାଇଁ ମାନବ ସମାଜ ହିଁ ମୁଖ୍ୟତଃ ଉତ୍ତରଦାୟୀ। ଚାଷରେ ମାତ୍ରାଧିକ କୀଟନାଶକ ପ୍ରୟୋଗ ଯୋଗୁଁ ଅନେକ ଜୀବ, କୀଟପତଙ୍ଗ ଲୋପ ପାଇଗଲେଣି। ପରିବେଶର ସୁରକ୍ଷା ନିମନ୍ତେ ନିଜ ପାଇଁ ଅନ୍ତତଃ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରିବାକୁ ଶ୍ରୀ ପଣ୍ଡା କହିଥିଲେ। ସମ୍ମାନିତ ଅତିଥି ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ କହିଥିଲେ ପରିବେଶ ସୁରକ୍ଷା ପାଇଁ ପୌରପାଳିକା ପକ୍ଷରୁ ପଲିଥିନ ବ୍ୟବହାର ନିଷିଦ୍ଧ କରାଯାଇଛି।

ଆଗାମୀ ଦିନରେ ଗୁଣପୁରକୁ ପଲିଥିନ ମୁକ୍ତ କରାଯିବ ବୋଲି କହିଥିଲେ। ଗୁଣପୁର ରେଞ୍ଜର ଗଙ୍ଗାଧର ମିଶ୍ର ପରିବେଶ ପ୍ରଦୂଷଣ ଓ ଜଙ୍ଗଲ ନଷ୍ଟକୁ ରୋକିବା ପାଇଁ ନିଜକୁ ପ୍ରଥମେ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି କହିଥିଲେ। ବରିଷ୍ଠ ନାଗରିକ ସୂର୍ଯ୍ୟନାରାୟଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷାବିତ୍‌ ସୀମାଞ୍ଚଳ କର, ଜଗନ୍ନାଥ ପଟ୍ଟନାୟକ, ପ୍ରତାପ କୁମାର ରାୟ, ସାହିତ୍ୟିକା ସୌଭାଗ୍ୟ ମଞ୍ଜରୀ ଦାଶ, ସମାଜସେବୀ ରାଜେଶ୍ୱରୀ ଦଳେଇ ପ୍ରମୁଖ ଶପଥପାଠ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe