ବ୍ୟକ୍ତିଗତ ବିମାନ ବଢ଼ାଉଛି ବାୟୁ ପ୍ରଦୂଷଣ

ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନଜନିତ ବାୟୁ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରକ ହେଉଛି ବିମାନ ଚଳାଚଳ। ତେବେ ସମ୍ପ୍ରତି ପ୍ରାଇଭେଟ୍‌ ଜେଟ୍‌ ବା ବ୍ୟକ୍ତିଗତ ବିମାନଗୁଡ଼ିକର ଉଡ଼ାଣ ଦିନକୁ ଦିନ ବଢ଼ି ଚାଲିଥିବାରୁ ବାୟୁ ପ୍ରଦୂଷଣ ଅହେତୁକ ଭାବେ ବଢ଼ିଚାଲିଛି।

fhfhfh

ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନଜନିତ ବାୟୁ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରକ ହେଉଛି ବିମାନ ଚଳାଚଳ। ତେବେ ସମ୍ପ୍ରତି ପ୍ରାଇଭେଟ୍‌ ଜେଟ୍‌ ବା ବ୍ୟକ୍ତିଗତ ବିମାନଗୁଡ଼ିକର ଉଡ଼ାଣ ଦିନକୁ ଦିନ ବଢ଼ି ଚାଲିଥିବାରୁ ବାୟୁ ପ୍ରଦୂଷଣ ଅହେତୁକ ଭାବେ ବଢ଼ିଚାଲିଛି। ଏପରିକି ୨୦୧୯ରୁ ୨୦୨୩ ଭିତରେ ପ୍ରାଇଭେଟ୍‌ ଜେଟ୍‌ ଚଳାଚଳ ଯୋଗୁଁ ଅଙ୍ଗାରକାମ୍ଳ ନିର୍ଗମନରେ ୪୬ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ଏହି ଧାରା ଜାରି ରହିଛି। ତେଣୁ ବ୍ୟକ୍ତିଗତ ବିମାନ ଚଳାଚଳ ପରି ଅତ୍ୟାଧୁନିକ ବିଳାସ ଉଦ୍ୟୋଗକୁ ଶୃଙ୍ଖଳିତ ତଥା ନିୟନ୍ତ୍ରିତ କରା ନଗଲେ ପରିଣାମ ଅସମ୍ଭାଳ ହୋଇପଡ଼ିବ ବୋଲି ଗବେଷକମାନେ ସତର୍କ କରାଇ ଦେଇଛନ୍ତି। 

ସ୍ବିଡେନ୍‌, ଡେନ୍‌ମାର୍କ ଓ ଜର୍ମାନି ବିଶ୍ବବିଦ୍ୟାଳୟର ଦଳେ ଗବେଷକ ଚଳାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ, ସାଧାରଣତଃ ୟୁରୋପୀୟ ଗ୍ରୀଷ୍ମକାଳ ସମେତ ବିଭିନ୍ନ ବିଶ୍ବକପ୍‌ ପ୍ରତିଯୋଗିତା, ଚଳଚ୍ଚିତ୍ର ମହୋତ୍ସବ  ଓ ଜାତିସଂଘର ଜଳବାୟୁ ସମ୍ମିଳନୀ ପରି ଆୟୋଜନରେ ଯୋଗଦେବା ଲାଗି ବ୍ୟକ୍ତିଗତ ବିମାନର ବ୍ୟବହାର ହେତୁ ଅଙ୍ଗାରକାମ୍ଳ ନିର୍ଗମନ ଶୀର୍ଷ ସ୍ତରରେ ପହଞ୍ଚୁଛି। ବିଶେଷ କରି ଧନୀ ଓ ବିଖ୍ୟାତ ଲୋକଙ୍କ ପାଇଁ ବ୍ୟକ୍ତିଗତ ବିମାନ ହେଉଛି ସବୁଠୁ ପସନ୍ଦଯୋଗ୍ୟ ପରିବହନ ମାଧ୍ୟମ ଏବଂ ଏହି ଉଡ଼ାଣ ଉଦ୍ୟୋଗ ବହୁ ବର୍ଷ ହେଲା ଜଳବାୟୁ ପ୍ରଦର୍ଶନକାରୀଙ୍କ ନିଶାଣରେ ରହିଆସିଛି। ଏକ ପରିସଂଖ୍ୟାନ ଅନୁଯାୟୀ, କେବଳ ୨୦୨୩ ମସିହାରେ ବ୍ୟକ୍ତିଗତ ବିମାନଗୁଡ଼ିକରୁ ୧୫.୬ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ନିର୍ଗମନ ହୋଇଥିଲା।

ଏକ ଦଶନ୍ଧିରେ ଅଙ୍ଗାରକାମ୍ଳ ନିର୍ଗମନ ବଢ଼ିଛି ୫୦%

୨୦୧୯-୨୦୨୩ ଭିତରେ ପ୍ରାଇଭେଟ୍‌ ଜେଟ୍‌ ଚଳାଚଳ ଯୋଗୁଁ ଅଙ୍ଗାରକାମ୍ଳ ନିର୍ଗମନରେ ୪୬ ପ୍ରତିଶତ ବୃଦ୍ଧି ଘଟିଛି। ତେଣୁ ଏହି ଅତ୍ୟାଧୁନିକ ବିଳାସ ଉଦ୍ୟୋଗକୁ ଶୃଙ୍ଖଳିତ ତଥା ନିୟନ୍ତ୍ରିତ କରାନଗଲେ ପରିଣାମ ଅସମ୍ଭାଳ ହୋଇପଡ଼ିବ ବୋଲି ଗବେଷକମାନେ ସତର୍କ କରାଇ ଦେଇଛନ୍ତି।

ସେହି ଅବଧି ଭିତରେ ପ୍ରାୟ ୨,୫୬,୦୦୦ ଜଣ ଯାତ୍ରୀ ବ୍ୟକ୍ତିଗତ ବିମାନରେ ଯାତ୍ରା କରିଥିଲେ, ଯେଉଁ ସଂଖ୍ୟା ବିଶ୍ବର ମୋଟ ବୟସ୍କଙ୍କର ମାତ୍ର ୦.୦୦୩ ପ୍ରତିଶତ। ଅନୁଧ୍ୟାନକାରୀମାନେ ୨୦୧୯ରୁ ୨୦୨୩ ଭିତରେ ଉଡ଼ାଣ କରିଥିବା ପ୍ରାୟ ୧୮.୭ ନିୟୁତ ବ୍ୟକ୍ତିଗତ ବିମାନର ତଥ୍ୟକୁ ବିଶ୍ଳେଷଣ କରି ଜାଣିବାକୁ ପାଇଛନ୍ତି ଯେ ସେଥିରୁ ପ୍ରାୟ ଅଧା ଯାତ୍ରା ୫୦୦ କି.ମି.ରୁ କମ୍‌ ରହିଥିଲା ଏବଂ ଯାତ୍ରୀଙ୍କୁ ଉଠାଇବା ଓ ନେବା ବାଟରେ ଖାଲି ମଧ୍ୟ ରହିଥିଲା। ଅତି ସ୍ବଳ୍ପ ଦୂରତା ଯାତ୍ରାରେ ମଧ୍ୟ ସୁବିଧା ଓ ସମୟ ସଞ୍ଚୟ ଲାଗି କାର୍‌ ବଦଳରେ ବ୍ୟକ୍ତିଗତ ବିମାନକୁ ପସନ୍ଦ କରାଯାଇଛି। ଚାହିଦା ଯୋଗୁଁ ବର୍ତ୍ତମାନ ୨୬,୦୦୦ଟି ପ୍ରାଇଭେଟ୍‌ ଜେଟ୍‌ ଚଳାଚଳ କରୁଥିବା ବେଳେ ୨୦୩୩ ସୁଦ୍ଧା ସେଥିରେ ଏକ-ତୃତୀୟାଂଶ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ସୁତରାଂ ଆଗକୁ ମଧ୍ୟ ବ୍ୟକ୍ତିଗତ ବିମାନ ଚଳାଚଳ ଏକ ପ୍ରମୁଖ ଅଙ୍ଗାରକାମ୍ଳ ନିର୍ଗମନକାରୀ ହୋଇ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe