‘ଶିମିଳିପାଳ ସଂରକ୍ଷଣରେ ବାଧକ ଜନବସତି’

Advertisment

ଅବସରପ୍ରାପ୍ତ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଗବେଷକ ଡ. ଲାଲା ଏକେ ସିଂହ ୧୯୮୭ ମସିହାରୁ ୧୬ ବର୍ଷ ଧରି ଏଠାରେ କାମ କରିଛନ୍ତି। ଶ୍ରୀ ସିଂହଙ୍କ ଦ୍ବାରା ‘ପାଦଚିହ୍ନ ବାଘ ଗଣତି’ ପଦ୍ଧତି ଉଦ୍‌ଭାବିତ ହୋଇଥିଲା।

ଅବସରପ୍ରାପ୍ତ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଗବେଷକ ଡ. ଲାଲା ଏକେ ସିଂହ ୧୯୮୭ ମସିହାରୁ ୧୬ ବର୍ଷ ଧରି ଏଠାରେ କାମ କରିଛନ୍ତି। ଶ୍ରୀ ସିଂହଙ୍କ ଦ୍ବାରା ‘ପାଦଚିହ୍ନ ବାଘ ଗଣତି’ ପଦ୍ଧତି ଉଦ୍‌ଭାବିତ ହୋଇଥିଲା।

eteqtet

ଅବସରପ୍ରାପ୍ତ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଗବେଷକ ଡ. ଲାଲା ଏକେ ସିଂହ ୧୯୮୭ ମସିହାରୁ ୧୬ ବର୍ଷ ଧରି ଏଠାରେ କାମ କରିଛନ୍ତି। ଶ୍ରୀ ସିଂହଙ୍କ ଦ୍ବାରା ‘ପାଦଚିହ୍ନ ବାଘ ଗଣତି’ ପଦ୍ଧତି ଉଦ୍‌ଭାବିତ ହୋଇଥିଲା। ଶ୍ରୀ ସିଂ ତାଙ୍କ ଗବେଷଣାକୁ ଆଧାର କରି କଳାବାଘଙ୍କ ଉପରେ ଏକ ଇଂରାଜୀ ପୁସ୍ତକ ରଚନା କରିଛନ୍ତି। ଯାହାର ନାମ ହେଉଛି; ‘ବର୍ଣ୍ଣ ବ୍ଲାକ୍‌: ଦ’ ମେଲାନିଷ୍ଟିକ୍‌ ଟାଇଗର୍ସ ଇନ୍‌ ଇଣ୍ଡିଆ’। ଶିମିଳିପାଳକୁ ନେଇ ସାଉଁଟିଥିବା ଅନୁଭବ ସଂପର୍କରେ ଶ୍ରୀ ସିଂହଙ୍କ ଏକ ସ୍ବତନ୍ତ୍ର ସାକ୍ଷାତକାରର ସଂପାଦିତ ଅଂଶ।

ପ୍ରଶ୍ନ: ଶିମିଳିପାଳରେ ଆପଣଙ୍କ କାର୍ଯ୍ୟକାଳ କେମିତି ଥିଲା?
ଉତ୍ତର: ସରୋଜରାଜ ଚୌଧୁରୀ ଶିମିଳିପାଳର ତତ୍‌କାଳୀନ କ୍ଷେତ୍ର ନିର୍ଦ୍ଦେଶକ ଥାଆନ୍ତି। ରାମତୀର୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ର ପାଇଁ ଶିମିଳିପାଳର ନଦୀଗୁଡ଼ିକରେ ଥିବା କୁମ୍ଭୀରମାନଙ୍କ ଗଣନା କରିବାକୁ ସେ ମୋତେ ଡାକିଥିଲେ। ତେବେ ପରବର୍ତ୍ତୀ ସମୟରେ ମୁଁ ଏଠିକାର ବ୍ୟାଘ୍ର ପ୍ରକଳ୍ପ ଗବେଷକ ଭାବେ ନିଯୁକ୍ତି ପାଇଥିଲି।

ପ୍ରଶ୍ନ: ଆପଣଙ୍କ ଗବେଷଣାର ପୃଷ୍ଠଭୂମି କ’ଣ ଥିଲା?
ଉତ୍ତର: ମୋ ଗବେଷଣା ଶିମିଳିପାଳର ମହାବଳ ବାଘଙ୍କ ସମ୍ପର୍କିତ ଥିଲା। ୧୯୮୭ ମସିହାରେ ଶିମିଳିପାଳର ବୃନ୍ଦାବନ ଚେକ୍‌ଗେଟ ନିକଟରୁ ପ୍ରଥମ ଥର ପାଇଁ ଏକ ମୃତ କଳାବାଘ ଉଦ୍ଧାର ହୋଇଥିଲା। ଯାହା ବନ୍ୟପ୍ରାଣୀ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଥିଲା। ଗବେଷଣା କାଳରେ ମୁଁ ମୋଟ ୧୨ଟି କଳା ବାଘଙ୍କୁ ଠାବ କରିବାରେ ସକ୍ଷମ ହୋଇଛି।

ପ୍ରଶ୍ନ: କଳାବାଘଙ୍କ ଜନ୍ମବୃତ୍ତାନ୍ତକୁ ଆପଣ କିପରି ବର୍ଣ୍ଣନା କରିବେ?
ଉତ୍ତର: ଜଳବାୟୁରେ ପରିବର୍ତ୍ତନ ଗୋଟିଏ କାରଣ ହୋଇପାରେ। ଅନ୍ୟ ଏକ କାରଣ; ହୁଏତ ପ୍ରଜନନଗତ। ବାଘ ବଂଶ କମି ଚାଲିଥିବା ଯୋଗୁଁ ପ୍ରଜନନରେ ଅସ୍ୱାଭାବିକତା କିଛି ଅସମ୍ଭବ ନୁହେଁ। ତେବେ ପ୍ରକୃତ କାରଣ ଜାଣିବା ଏଯାଏ ସମ୍ଭବ  ହୋଇନି।

ପ୍ରଶ୍ନ:  ଶିମିଳିପାଳ ସଂରକ୍ଷଣରେ ମୁଖ୍ୟ ବାଧକ କ’ଣ?
ଉତ୍ତର: ଜଙ୍ଗଲକୁ ବିଭାଜନ କରି ଦିଆଗଲା। ଜଙ୍ଗଲ ମଧ୍ୟରେ ନୂଆ ଜନବସତି ଗଢ଼ି ଉଠିଲା। ଯାହା ଶିମିଳିପାଳର ସଂରକ୍ଷଣରେ ମୁଖ୍ୟ ବାଧକ ବୋଲି କୁହାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe