ପରିବେଶର ସୁରକ୍ଷା କଲେ ପୁରସ୍କାର: ମାନସ

Advertisment

ଯାହାର ବକ୍ଷ ଉପରେ ଆମେ ସମସ୍ତେ ଠିଆ ହୋଇଛୁ, ତାହା ହିଁ ପରିବେଶ। ପରିବେଶ ଆମର ମା’। ଘରେ ନିଜର ପିଲାଛୁଆ ତଥା‌ ପରିବାରର ଯତ୍ନ ଆମେ ନେଇଥାନ୍ତି, ପରିବେଶକୁ ମଧ୍ୟ ସେତିକି ଭଲ ପାଇବାକୁ ପଡ଼ିବ ଏବଂ  ଯତ୍ନ ମଧ୍ୟ ନେବାକୁ ପଡ଼ିବ।

ଯାହାର ବକ୍ଷ ଉପରେ ଆମେ ସମସ୍ତେ ଠିଆ ହୋଇଛୁ, ତାହା ହିଁ ପରିବେଶ। ପରିବେଶ ଆମର ମା’। ଘରେ ନିଜର ପିଲାଛୁଆ ତଥା‌ ପରିବାରର ଯତ୍ନ ଆମେ ନେଇଥାନ୍ତି, ପରିବେଶକୁ ମଧ୍ୟ ସେତିକି ଭଲ ପାଇବାକୁ ପଡ଼ିବ ଏବଂ  ଯତ୍ନ ମଧ୍ୟ ନେବାକୁ ପଡ଼ିବ।

pp

ବାଲେଶ୍ବର: ଯାହାର ବକ୍ଷ ଉପରେ ଆମେ ସମସ୍ତେ ଠିଆ ହୋଇଛୁ, ତାହା ହିଁ ପରିବେଶ। ପରିବେଶ ଆମର ମା’। ଘରେ ନିଜର ପିଲାଛୁଆ ତଥା‌ ପରିବାରର ଯତ୍ନ ଆମେ ନେଇଥାନ୍ତି, ପରିବେଶକୁ ମଧ୍ୟ ସେତିକି ଭଲ ପାଇବାକୁ ପଡ଼ିବ ଏବଂ  ଯତ୍ନ ମଧ୍ୟ ନେବାକୁ ପଡ଼ିବ। ପରିବେଶର ଯତ୍ନ ନେଲେ ସିଏ ଆମକୁ ସୁରକ୍ଷା ଦେବ। ତେଣୁ ପରିବେଶ ସୁରକ୍ଷା କେବଳ ଜଣେ ବ୍ୟକ୍ତି, ସଂଗଠନ କିମ୍ବା ସରକାରଙ୍କ ନହୋଇ ଆମ ସମସ୍ତଙ୍କର ଦାୟିତ୍ବ ହେବା ଦରକାର। ସମସ୍ତେ ଏଥିପାଇଁ ଏକଜୁଟ୍‌ ହେବାକୁ ପଡ଼ିବ। ଯେଉଁମାନେ ପରିବେଶ ସୁରକ୍ଷା ଦାୟିତ୍ବ ଅଧିକ ମାତ୍ରାରେ ନେବେ ସେମାନଙ୍କୁ ପୁରସ୍କୃତ କରାଯିବ ଏବଂ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବ। ରବିବାର ଅପରାହ୍ନରେ ବାଲେଶ୍ବର ଜିଲ୍ଲା ସଦରନିର୍ବାଚନମଣ୍ଡଳୀ ବଇଁଚା ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭା‌ବେ ଯୋଗଦେଇ ଏହି ଘୋଷଣା କରିଥିଲେ ସଦର ବିଧାୟକ ମାନସ କୁମାର ଦତ୍ତ। 

dgsffshhfsshf

କାର୍ଯ୍ୟକ୍ରମରେ କୋଷ୍ଟ କେନାଲର ପୁନରୁଦ୍ଧାର, ବୁଢ଼ାବଳଙ୍ଗ ନଦୀ ଓ ଚାନ୍ଦିପୁର ବେଳାଭୂମିର ସୁରକ୍ଷା, ଭୂପୃଷ୍ଠ ଜଳସ୍ତର ହ୍ରାସ ପାଇବା, ଲୁଣାଜଳ ମାଡ଼ି ଆସିବା, ନଦୀକୂଳ ଖାଇବା, ସମୁଦ୍ର କୂଳରେ ଅବାଧ ଗଛକଟାରେ ରୋକ୍‌, ସାମୁଦ୍ରିକ ଜୀବଜନ୍ତୁଙ୍କ ସୁରକ୍ଷା, ବର୍ଜ୍ୟଜଳ ନଦୀକୁ ନଛାଡ଼ିବା, ମୃତ୍ତିକା ଚୋରି, ଚାଷରେ ରସାୟନିକ ସାର ପ୍ରୟୋଗ ସମେତ ବ୍ୟାପକ ଚାରାରୋପଣ ଆଦି ବିଷୟ ଉପରେ ବିସ୍ତୃତଭାବେ ଆଲୋଚନା ହୋଇଥିଲା। ବିଶିଷ୍ଟ ପରିବେଶ ବିଜ୍ଞାନୀ ସୁବ୍ରତ କୁମାର ନାୟକ, ଉତ୍ତର ଓଡ଼ିଶା କୃଷକ ସଂଘର ସଭାପତି ରବିନାରାୟଣ ମହାପାତ୍ର, ନୀଳରକ୍ତ କଙ୍କଡ଼ା ଓ ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚର ସଭାପତି କେଶୁ ଦାସ, ପୂର୍ବତନ ବନ ବିଭାଗ ଅଧିକାରୀ ଉଜ୍ଜ୍ବଳ କର, ବରିଷ୍ଠ ଯୁବନେତା ତଥା ସମା‌ଜସେବୀ ବିକ୍ରମ ପଣ୍ଡା, ସମାଜସେବୀ ସିପ୍ରା ବାଜପେୟୀ, ପ୍ରତିଭା ପାଲ, ଗୌରାଙ୍ଗ ଦାସ, ବଇଁଚା ସରପଞ୍ଚ ରବିନାରାୟଣ ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗନେଇ ସଦର ନିର୍ବାଚନମଣ୍ଡଳୀରେ ପରିବେଶକୁ ପ୍ରଭାବିତ କରୁଥିବା ବିଭିନ୍ନ ପ୍ରସଙ୍ଗରେ ନିଜର ମତ ଉପସ୍ଥାପନ କରିଥିଲେ।  ‌ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ ଏବଂ ଅନ୍ୟ ଅତିଥି ବୃଦ୍ଧ ‘ସମ୍ବାଦ’ ତରଫରୁ ପରିବେଶ ସୁରକ୍ଷାକୁ ନେଇ ଆରମ୍ଭ ହୋଇଥିବା ଏହି ନିଆରା ଅଭିଯାନକୁ ସାଧୁବାଦ ଜଣାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe