ଚିନ୍ତା ବଢ଼ାଇଲାଣି ଲବଣାକ୍ତ ଭୂତଳ ଜଳ: ତୁଷାରକାନ୍ତି

Advertisment

ଶ୍ବ ତାପନର କୁପ୍ରଭାବ ଯୋଗୁଁ ସମୁଦ୍ର ପାଣି ଭୂପୃଷ୍ଠ ଆଡ଼କୁ ମାଡ଼ି ଆସୁଛି। ଯାହାଦ୍ବାରା ଭୂତଳ ଜଳ ଲବଣାକ୍ତ ହେବାରେ ଲାଗିଛି। କାକଟପୁର ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଅସ୍ତରଙ୍ଗ ବ୍ଲକ୍‌ର ପ୍ରାୟ ୯ଟି ପଞ୍ଚାୟତ ଓ କାକଟପୁର ବ୍ଲକ୍‌ର ୩ ରୁ ଅଧିକ ପଞ୍ଚାୟତରେ ଆଉ ମଧୁର ଜଳ ପିଇବାକୁ ଲୋକେ ପାଉନାହାନ୍ତି।

ଶ୍ବ ତାପନର କୁପ୍ରଭାବ ଯୋଗୁଁ ସମୁଦ୍ର ପାଣି ଭୂପୃଷ୍ଠ ଆଡ଼କୁ ମାଡ଼ି ଆସୁଛି। ଯାହାଦ୍ବାରା ଭୂତଳ ଜଳ ଲବଣାକ୍ତ ହେବାରେ ଲାଗିଛି। କାକଟପୁର ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଅସ୍ତରଙ୍ଗ ବ୍ଲକ୍‌ର ପ୍ରାୟ ୯ଟି ପଞ୍ଚାୟତ ଓ କାକଟପୁର ବ୍ଲକ୍‌ର ୩ ରୁ ଅଧିକ ପଞ୍ଚାୟତରେ ଆଉ ମଧୁର ଜଳ ପିଇବାକୁ ଲୋକେ ପାଉନାହାନ୍ତି।

fhfhfhfsshfhfhfhf

କାକଟପୁର: ବିଶ୍ବ ତାପନର କୁପ୍ରଭାବ ଯୋଗୁଁ ସମୁଦ୍ର ପାଣି ଭୂପୃଷ୍ଠ ଆଡ଼କୁ ମାଡ଼ି ଆସୁଛି। ଯାହାଦ୍ବାରା ଭୂତଳ ଜଳ ଲବଣାକ୍ତ ହେବାରେ ଲାଗିଛି। କାକଟପୁର ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଅସ୍ତରଙ୍ଗ ବ୍ଲକ୍‌ର ପ୍ରାୟ ୯ଟି ପଞ୍ଚାୟତ ଓ କାକଟପୁର ବ୍ଲକ୍‌ର ୩ ରୁ ଅଧିକ ପଞ୍ଚାୟତରେ ଆଉ ମଧୁର ଜଳ ପିଇବାକୁ ଲୋକେ ପାଉନାହାନ୍ତି। ତେଣୁ ଆମକୁ ଏବେଠାରୁ ସତର୍କ ହେବାକୁ ପଡ଼ିବ ବୋଲି ଆଜି କାକଟପୁର ନିର୍ବାଚନମଣ୍ତଳୀର ଅସ୍ତରଙ୍ଗ ବ୍ଲକ୍‌ ଛୁରିଆନା ପଞ୍ଚାୟତରେ ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାକଟପୁର ବିଧାୟକ ଇଂ ତୁଷାରକାନ୍ତି ବେହେରା ଏହା କହିଛନ୍ତି। 

ବିଧାୟକ ଇଂ. ବେହେରା କହିଛନ୍ତି ଯେ ବିଗିଡ଼ି ଯାଉଥିବା ପରିବେଶ ଏବେ ସମଗ୍ର ବିଶ୍ବବାସୀଙ୍କ ପାଇଁ ଚିନ୍ତାର ବିଷୟ। ପରିବେଶ ସୁରକ୍ଷା ପାଇଁ ଆମ ରାଜ୍ୟ କିମ୍ବା ଦେଶ ସ୍ବତନ୍ତ୍ର ବଜେଟ୍ କରିନାହିଁ।  ଜନସଂଖ୍ୟା ବୃଦ୍ଧି ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ। ଏତେ ଲୋକଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ ନିତାନ୍ତ ଆବଶ୍ୟକ। ଏଥିପାଇଁ କଳକାରଖାନା ବୃଦ୍ଧି ପାଇବାରେ ଲାଗିଛି। କାରଖାନାରୁ ନିର୍ଗତ ଅଙ୍ଗାରକାମ୍ଳ ପରିବେଶକୁ ନଷ୍ଟ କରୁଛି। ତେଣୁ ପରିବେଶ ସୁରକ୍ଷା ପାଇଁ ପ୍ରଥମେ ଜନସଂଖ୍ୟା ନିୟନ୍ତ୍ରଣ କରିବା ଜରୁରୀ। ଆମେ ତାପଜ ଶକ୍ତି ପାଇଁ କୋଇଲାକୁ ବ୍ୟବହାର କରୁଛେ। ଧିରେ ଧିରେ ପୃଥିବୀରୁ କୋଇଲା, ଡିଜେଲ, ପେଟ୍ରୋଲ ଆଦି ଖଣିଜ ପଦାର୍ଥ ସରିଯିବ।  ଆମେ ସୂର୍ଯ୍ୟ, ପାଣି ଏବଂ ପବନ ଆଦି ଅକ୍ଷୟ ଶକ୍ତିକୁ ପୂର୍ଣ୍ଣ ବ୍ୟବହାର କରିବା ଆବଶ୍ୟକ ବୋଲି କହିଥିଲେ।     

ବିଧାୟକ କହିଛନ୍ତି ଯେ, ପଲିଥିନ୍‌ ମାଟିରେ ସହଜରେ ମିଳାଉନଥିବାରୁ ଏହା ପରିବେଶ ପ୍ରତି ବିପଦ ସୃଷ୍ଟି କରିଛି। ପ୍ରଦୂଷଣକାରୀ ସାମଗ୍ରୀର ବ୍ୟବହାର ହ୍ରାସ କରିବାକୁ ପଡ଼ିବ। ବ୍ୟାପକ ବୃକ୍ଷରୋପଣ କରିବା ସହିତ ଏହାର ସୁରକ୍ଷା ପାଇଁ ଆମେ କାର୍ଯ୍ୟ କରିବାକୁ ପଡ଼ିବ। କଂପ୍ୟୁଟର, ମୋବାଇଲ୍‌ ଭଳି ଇଲେକ୍ଟ୍ରୋନିକ୍ସ ବର୍ଜ୍ୟକୁ ଭାରତ ଭଳି ବିକାଶଶୀଳ ରାଷ୍ଟ୍ରମାନେ ପୁନଃପ୍ରକ୍ରିୟାକରଣ କରିପାରୁନେ। ଏଥିରେ ହାଇ ରେଡିଏସନ୍‌ ସୃଷ୍ଟି ହୋଇ ବ୍ରେନ୍‌ଟ୍ୟୁମର୍‌ ଭଳି ରୋଗ ହେବାର ଆଶଙ୍କା ରହିଛି। ‘ସମ୍ବାଦ ଗ୍ରୁପ୍‌’ର ‘ପୁନଶ୍ଚ ପୃଥିବୀ’ ଅଭିଯାନକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଗକୁ ନେବା ନିତାନ୍ତ ଆବଶ୍ୟକ ବୋଲି ଶ୍ରୀ ବେହେରା ଗୁରୁତ୍ବ ଆରୋପ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ବାଧୀନ କୁମାର ନାୟକ ଯୋଗଦେଇ ବଜ୍ରାଘାତରୁ ରକ୍ଷା ପାଇବା ପାଇଁ ବ୍ୟାପକ ତାଳଗଛ ରୋପଣ ଉପରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛୁରିଆନା ସରପଞ୍ଚ କ୍ଷୀରୋଦ କୁମାର କାଣ୍ତି, ସମିତି ସଭ୍ୟ ବିମ୍ବାଧର ବିଶ୍ବାଳ, ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ନେତ୍ରୀ ବନଲତା ବାରିକ ଓ ନିରୁପମା ବିଶ୍ବାଳ ପ୍ରମୁଖ ପରିବେଶ ସୁରକ୍ଷା ଉପରେ ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe