ହାତୀ କରିଡର୍‌କୁ ଅଡ଼ୁଆ ସ୍ଲରି ପାଇପ୍‌ଲାଇନ୍‌

Advertisment

କେନ୍ଦୁଝର ଜିଲ୍ଲାରେ ହାତୀ କରିଡର୍‌କୁ ସ୍ଲରି ପାଇପ୍‌ଲାଇନ୍‌ ଅଡ଼ୁଆ କରୁଛି। ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଘସିପୁରା ଥାନା କୋଳିମାଟିଠାରୁ ଘଟଗାଁ ପର୍ଯ୍ୟନ୍ତ ୧୫କିମି ସ୍ଲରି ପାଇପ୍‌ଲାଇନ୍ କାମ ଚାଲିଥିବାରୁ ଏହା ହାତୀ ସମେତ ଅନ୍ୟ ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରିଛି।

Updated On

କେନ୍ଦୁଝର ଜିଲ୍ଲାରେ ହାତୀ କରିଡର୍‌କୁ ସ୍ଲରି ପାଇପ୍‌ଲାଇନ୍‌ ଅଡ଼ୁଆ କରୁଛି। ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଘସିପୁରା ଥାନା କୋଳିମାଟିଠାରୁ ଘଟଗାଁ ପର୍ଯ୍ୟନ୍ତ ୧୫କିମି ସ୍ଲରି ପାଇପ୍‌ଲାଇନ୍ କାମ ଚାଲିଥିବାରୁ ଏହା ହାତୀ ସମେତ ଅନ୍ୟ ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
Gùe

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ ହାତୀ କରିଡର୍‌କୁ ସ୍ଲରି ପାଇପ୍‌ଲାଇନ୍‌ ଅଡ଼ୁଆ କରୁଛି। ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଘସିପୁରା ଥାନା କୋଳିମାଟିଠାରୁ ଘଟଗାଁ ପର୍ଯ୍ୟନ୍ତ ୧୫କିମି ସ୍ଲରି ପାଇପ୍‌ଲାଇନ୍ କାମ ଚାଲିଥିବାରୁ ଏହା ହାତୀ ସମେତ ଅନ୍ୟ ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଦୁଇଟି ଦନ୍ତାହାତୀ ଅଟେଇ ସଂରକ୍ଷିତ ଜଙ୍ଗଲକୁ ଯାଇ ନ ପାରି ଆନନ୍ଦପୁର ରେଞ୍ଜ୍‌ର ବିଭିନ୍ନ ସ୍ଥାନରେ ଉତ୍ପାତ ଚଳାଇଛନ୍ତି। 

ସୂଚନାଯୋଗ୍ୟ, କେନ୍ଦୁଝରରୁ ପାରାଦୀପକୁ ଲୁହାପଥର ପରିବହନ ପାଇଁ ପାଇପ୍‌ ବିଛା କାମ ଚାଲିଛି। ଆରମ୍ଭରୁ ଏହାକୁ ଜିଲ୍ଲାବାସୀ ବିରୋଧ କରିଆସୁଥିଲେ ମଧ୍ୟ କାମ ବନ୍ଦ ହୋଇନି। କିଛି ମାସ ହେବ କୋଳିମାଟିଠାରୁ ଘଟଗାଁ ତାରିଣୀ ପୀଠ ଜଙ୍ଗଲ ସୀମାରେ ଗଛ କଟାଯାଇ ମାଟି ଖୋଳି ପାଇପ୍ ବିଛାଯ‌ାଉଛି। ଏଠାରେ ୨୫ରୁ ଊର୍ଦ୍ଧ୍ବ ମେସିନ ଓ ୧୫ରୁ ଊର୍ଦ୍ଧ୍ବ ଟ୍ରାକ୍ଟର ଏହି କାମରେ ନିୟୋଜିତ ହୋଇଛନ୍ତି। ମେସିନର ଶବ୍ଦ ଓ ଲୁହା ପାଇପ୍ ରାସ୍ତା ଉପରେ ଗଦା ହୋଇଥିବାରୁ ଏହା ବନ୍ୟଜନ୍ତୁଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଛଅମାସ ହେବ ଦୁଇଟି ଦନ୍ତାହ‌ାତୀ ଅଟେଇ ଜଙ୍ଗଲକୁ ଯାଇନପାରି ଆନନ୍ଦପୁର ରେଞ୍ଜ୍‌ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି। ହାତୀ ଦୁଇଟି ବିଭିନ୍ନ ଗ୍ରାମରେ ପଶି ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗୁଥିବାରୁ ଏହାକୁ ନେଇ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରିକି ଅନେକ ସମୟ‌ରେ ହାତୀ ଦୁଇଟି ଜଙ୍ଗଲ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି। ପାଇପ୍‌ କାମ ଚାଲୁଥିବାରୁ ଜଙ୍ଗଲକୁ ଯାଇ ନ ପାରି ଜାତୀୟ ରାଜପଥ ଉପରେ ବୁଲୁଥିବା ଦେଖିବାକୁ ମିଳୁଛି।

ଗତ ଫେବ୍ରୁଆରି ୨୧ ତାରିଖ ସନ୍ଧ୍ୟାରେ ଦେଓଗାଁର ତାପସ କୁମାର ବଳ ବାଇକ୍‌ରେ ଘରକୁ ଫେରୁଥିବା ସମୟରେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ। ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଥିଲେ। ହାତୀ ଦୁଇଟି କୋଳିମାଟି ସମେତ ଆଖପାଖ ଅଞ୍ଚଳରେ ନିୟମିତ ଉତ୍ପାତ କରୁଥିବା ବେଳେ ପୌରାଞ୍ଚଳ ଭିତରକୁ ପଶି ଆସୁଛନ୍ତି। ଜଣେ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ପାଇପ୍ ବିଛାଉଥିବା କମ୍ପାନି ପର୍ଯ୍ୟାୟକ୍ରମେ ୫ଶହ ମିଟର ଖୋଳି ‌‌ପୋତିବା ପରେ ଆଗକୁ କାମ କରିବା କଥା। ଏକ ସମୟରେ ୧୫ କିମି ଖୋଳି କାମ କରିବା ଦ୍ବାରା ବନ୍ୟଜନ୍ତୁ ପ୍ରଭାବିତ ହେଉଛନ୍ତି। ଜଙ୍ଗଲ ଆଇନ ଯୋଗୁଁ ଆନନ୍ଦପୁର ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ରାସ୍ତା ନିର୍ମାଣ ହୋଇପାରୁନି। କିନ୍ତୁ ଜଙ୍ଗଲ ଜମିରେ ପାଇପ୍ ବିଛାଇବା ପାଇଁ କିପରି ଅନୁମତି ମିଳୁଛି ତାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ଆନନ୍ଦପୁର ଗସ୍ତରେ ଥିବା ଜଙ୍ଗଲ, ପରିବେଶ ଓ ଜୟବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆଙ୍କୁ ପଚାରିବାରୁ ଏହାର ଅନୁଧ୍ୟାନ କରାଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe