ଚିନି ଉତ୍ପାଦନ କମାଉଛି ଜଳବାୟୁ ପରିବର୍ତ୍ତନ

୨୦୨୩ ମସିହା ପରଠାରୁ ଭୟଙ୍କର ମରୁଡ଼ି ଧାନ, କଫି ଓ ଆଖୁ ଭଳି ଫସଲର ଉତ୍ପାଦନ ଏବଂ ଯୋଗାଣକୁ ବାଧା ଦେଇଛି। ଏହା ଏସବୁ ସାମଗ୍ରୀର ଦର ବୃଦ୍ଧି କରିଛି ଏବଂ ଖାଦ୍ୟ ଅସୁରକ୍ଷାକୁ ଗଭୀର କରିଛି ବୋଲି “ବିଶ୍ୱ ମରୁଡ଼ି ହଟସ୍ପଟ୍ ୨୦୨୩-୨୦୨୫’’ ରିପୋର୍ଟରୁ ଜଣାପଡ଼ିଛି।

fshhfsxbbvxbv

୨୦୨୩ ମସିହା ପରଠାରୁ ଭୟଙ୍କର ମରୁଡ଼ି ଧାନ, କଫି ଓ ଆଖୁ ଭଳି ଫସଲର ଉତ୍ପାଦନ ଏବଂ ଯୋଗାଣକୁ ବାଧା ଦେଇଛି। ଏହା ଏସବୁ ସାମଗ୍ରୀର ଦର ବୃଦ୍ଧି କରିଛି ଏବଂ ଖାଦ୍ୟ ଅସୁରକ୍ଷାକୁ ଗଭୀର କରିଛି ବୋଲି “ବିଶ୍ୱ ମରୁଡ଼ି ହଟସ୍ପଟ୍ ୨୦୨୩-୨୦୨୫’’ ରିପୋର୍ଟରୁ ଜଣାପଡ଼ିଛି। ଜଳବାୟୁ ପରିବର୍ତ୍ତନ ଏବଂ ଭୂମି ଓ ଜଳସମ୍ପଦ ଉପରେ ବର୍ଦ୍ଧିତ ଚାପ କିପରି ସବୁଠାରୁ ବ୍ୟାପକ ଏବଂ କ୍ଷତିକାରକ ମରୁଡ଼ିକୁ ଇନ୍ଧନ ଦେଇଛି ତାହା ଉପରେ ଏହି ରିପୋର୍ଟ ଆଲୋକପାତ କରିଛି। ୨୦୨୩-୨୦୨୪ର ଶୁଷ୍କ ପରିସ୍ଥିତି ଚିନିର ପ୍ରମୁଖ ଉତ୍ପାଦକ ଥାଇଲ୍ୟାଣ୍ଡ ଓ ଭାରତରେ, ଆଖୁ ଅମଳରେ ୧୨.୪% ହ୍ରାସ ଘଟାଇଥିଲା।

ଏହି ଅଭାବ ଗତ ବର୍ଷ ମଧ୍ୟରେ ଆମେରିକାରେ ଚିନି ମୂଲ୍ୟରେ ୮.୯% ବୃଦ୍ଧି ଘଟାଇଥିଲା। ଗବେଷକମାନେ ମରୁଡ଼ିକୁ ଏକ ‘ନିରବ ଘାତକ’ ଭାବେ ବର୍ଣ୍ଣନା କରିଛନ୍ତି, ଯାହା ବିଶ୍ୱ ଅର୍ଥନୀତିକୁ ବାଧାପ୍ରାପ୍ତ କରୁଛି। ତେବେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟ କ୍ରମାଗତ ମରୁଡ଼ି ଏବଂ ଏହାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଉନ୍ନତ ଚେତାବନୀ ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି ଓ ସ୍ଥାୟୀ ଜଳ ପରିଚାଳନା ସମେତ ସକ୍ରିୟ, ସମନ୍ୱିତ ପଦକ୍ଷେପ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe