ସୁଙ୍କି, ସାଲୁର ଘାଟିରେ ଛକିଛି ବିପଦ

Advertisment

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକରେ ବର୍ଷା ଦିନରେ ବିପତ୍ତି ବଢ଼ୁଛି। ଭୂସ୍ଖଳନ ଯୋଗୁଁ ସୁଙ୍କି, ସାଲୁର ଘାଟିରେ ପାହାଡ଼ ଧସୁଥିବାରୁ ରାସ୍ତା ଅବରୋଧ ହେଉଛି। ଫଳରେ ୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହେଉଛି।

Updated On

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକରେ ବର୍ଷା ଦିନରେ ବିପତ୍ତି ବଢ଼ୁଛି। ଭୂସ୍ଖଳନ ଯୋଗୁଁ ସୁଙ୍କି, ସାଲୁର ଘାଟିରେ ପାହାଡ଼ ଧସୁଥିବାରୁ ରାସ୍ତା ଅବରୋଧ ହେଉଛି। ଫଳରେ ୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହେଉଛି।

ଅଦ୍ୟତନ ହୋଇଛି
Gù

ପଟ୍ଟାଙ୍ଗି: ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକରେ ବର୍ଷା ଦିନରେ ବିପତ୍ତି ବଢ଼ୁଛି। ଭୂସ୍ଖଳନ ଯୋଗୁଁ ସୁଙ୍କି, ସାଲୁର ଘାଟିରେ ପାହାଡ଼ ଧସୁଥିବାରୁ ରାସ୍ତା ଅବରୋଧ ହେଉଛି। ଫଳରେ ୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହେଉଛି। ରାୟପୁରରୁ ବିଶାଖାପାଟଣାକୁ ସଂଯୋଗ ହୋଇଥିବା ଏହି ଜାତୀୟ ରାଜପଥ ଅର୍ଥନୈତିକ କରିଡର୍ ପାଲଟିଥିଲେ ମଧ୍ୟ ଏହାର ମରାମତି, ରକ୍ଷଣାବେକ୍ଷଣ ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯାଇନି। ୩୦ କିମି ଦୀର୍ଘ ଏହି ଘାଟି ତୀକ୍ଷ୍‌ଣ ସାଙ୍ଗକୁ ଅନେକ ସ୍ଥାନରେ ବିପଦପୂର୍ଣ୍ଣ ବୁଲାଣି ରହିଛି। ପୂର୍ବରୁ ଏହି ଘାଟିରେ ମାଓ ଭୟ ରହିଥିଲା। ଏବେ ଭୂସ୍ଖଳନ ଭୟ ଘାରିଛି। ଘାଟିର ୩ ସ୍ଥାନ ଅତ୍ୟନ୍ତ ବିପଦପୂର୍ଣ୍ଣ ଚିହ୍ନଟ ହୋଇଛି। ରାଜୁଗୁଡ଼ା, ତେଲେରାଇ, ରଡ଼ୱାଲସାରେ ନିୟମିତ ଭାବେ ଭୂସ୍ଖଳନ ହେଉଛି। ଘାଟି ଉଭୟ ପାର୍ଶ୍ବରେ ଘଞ୍ଚ ଜଙ୍ଗଲ ସାଙ୍ଗକୁ ବଡ଼ ବଡ଼ ପଥର ଥିବାରୁ ଏହାର ସମ୍ପ୍ରସାରଣ ଦିଗରେ ସାହାସ ଜୁଟାଇ ପାରୁନି ଜାତୀୟ ରାଜପଥ ବିଭାଗ।

ବର୍ଷା ଲାଗି ରହିଲେ ଅତଡ଼ା ଧସିବା ଥୟ ହୋଇଥିବାରୁ ଯାତ୍ରୀବାହୀ ଗାଡ଼ିଗୁଡ଼ିକ ବହୁ ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୁଙ୍କି, ସାଲୁର ଘାଟି ସମେତ ଅମ୍ଫାବାଲି ରାସ୍ତାରେ ମଧ୍ୟ ଭୂସ୍ଖଳନ ଭୟ ଲାଗି ରହୁଛି। ଗତ କିଛି ଦିନ ତଳେ ମାଟି ଅତଡ଼ା ଖସିବା କାରଣରୁ ଏହି ରାସ୍ତାରେ ୬ ଘଣ୍ଟା ଧରି ଯାତାୟାତ ବନ୍ଦ ରହିଥିଲା। ଏହି ବ୍ଲକର ମାଡକାର ଅଞ୍ଚଳ ମଧ୍ୟ ଭୂସ୍ଖଳନ ପ୍ରବଣ। ପ୍ରବଳ ବର୍ଷା ହେଲେ ପାହାଡ଼ରୁ ମାଟି ଅତଡ଼ା ଗାଁ ଓ ରାସ୍ତା ଉପରକୁ ମାଡ଼ି ଆସୁଛି। ୨୦୨୧ରେ ବାତ୍ୟା ଗୁଲାବ ପ୍ରଭାବରେ ମାଡ଼କାର ଘାଟି ଓ ଗାଲିଗାବଡ଼ର ନିକଟରେ ଭୂସ୍ଖଳନ ହୋଇଥିଲା। ମାଡ଼କାର ଘାଟିରେ ଅତଡ଼ା ଧସିବାରୁ ପ୍ରାୟ ୮ ଦିନ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ହୁଡ୍‌ହୁଡ୍‌ ଓ ଫାଇଲିନ୍‌ ଭଳି ବାତ୍ୟାରେ ଘାଟିରେ ଭୁସ୍ଖଳନ ସହ ବଡ଼ ବଡ଼ ପଥର ଖସି ଦିନେ ରାସ୍ତା ଅବରୋଧ ହୋଇଥିଲା। ବର୍ଷା ହେଲେ ଏହି ରାସ୍ତାରେ ପଥର ଖସୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ଜିଲ୍ଲା ପ୍ରଶାସନକୁ ନାକେଦମ୍‌ ହେବାକୁ ପଡ଼ୁଛି। ମୃତ୍ତିକା ଅବକ୍ଷୟ ଯୋଗୁଁ ଏଠାରେ ଅହରହ ଭୂସ୍ଖଳନ ହେଉଥିବା‌ କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe