ସବୁଜ ଓ ସ୍ବଚ୍ଛ ପରିବେଶର ରୂପକାର

ସମାଜସେବା କିମ୍ବା ପରିବେଶ ସୁରକ୍ଷା ଦିଗରେ କାମ କରିବା ପାଇଁ ଅର୍ଥ ନୁହେଁ, ଦୃଢ଼ ଇଚ୍ଛାଶକ୍ତି ଆବଶ୍ୟକ। ଭୁବନେଶ୍ବରର ପୋଖରୀପୁଟ ବାସିନ୍ଦା ସୁଶାନ୍ତ କୁମାର ସାହୁ ଏହା ପ୍ରମାଣ କରି ଦେଖାଇଛନ୍ତି।

dsgdgdg

ସମାଜସେବା କିମ୍ବା ପରିବେଶ ସୁରକ୍ଷା ଦିଗରେ କାମ କରିବା ପାଇଁ ଅର୍ଥ ନୁହେଁ, ଦୃଢ଼ ଇଚ୍ଛାଶକ୍ତି ଆବଶ୍ୟକ। ଭୁବନେଶ୍ବରର ପୋଖରୀପୁଟ ବାସିନ୍ଦା ସୁଶାନ୍ତ କୁମାର ସାହୁ ଏହା ପ୍ରମାଣ କରି ଦେଖାଇଛନ୍ତି। ୧୯୯୫ ମସିହାରୁ ନିଜକୁ ବୃକ୍ଷରୋପଣରେ ନିୟୋଜିତ କରିଛନ୍ତି। ସୁଶାନ୍ତ ପ୍ରଥମେ ନିଜ ହାତରୁ ଚାରା କିଣି ବିଭିନ୍ନ ସ୍ଥାନରେ ଲଗାଉଥିଲେ, ଏବେ ଜଙ୍ଗଲ ବିଭାଗରୁ ବିନା ଶୁଳ୍କରେ ଗଛ ଆଣି ବିଦ୍ୟାଳୟ ଓ କାର୍ଯ୍ୟାଳୟ ପରିସରରେ ଲଗାଉଛନ୍ତି। ସେ କହନ୍ତି, ‘‘ଖାଲି ଗଛ ଲଗାଇଦେଲେ ହେବନାହିଁ; ସେମାନଙ୍କୁ ବଞ୍ଚାଇ ରଖିବାକୁ ପଡ଼ିବ। ଏଣୁ କୌଣସି ହତା ଭିତରେ ଗଛ ଲଗାଇବାକୁ ମୁଁ ଅଧିକ ଗୁରୁତ୍ବ ଦେଇଥାଏ। ଏଥିସହ ସିଡ୍‌ବଲ୍‌ ତିଆରି କରି, ତାହାକୁ ବିସ୍ତୀର୍ଣ୍ଣ ଅଞ୍ଚଳରେ ଫିଙ୍ଗି, ଗଛ ସଂଖ୍ୟା ବୃଦ୍ଧି ଦିଗରେ ମଧ୍ୟ ମୁଁ କାର୍ଯ୍ୟ କରୁଛି।’’

ପରିବେଶ କର୍ମୀ ସୁଶାନ୍ତ ଏଥିସହ ବିିଭିନ୍ନ ସମୟରେ ଭୁବନେଶ୍ବରସ୍ଥ ପ୍ରାଚୀନ ସରୋବର ‘ବିନ୍ଦୁସାଗର’ର ସଫେଇ କାର୍ଯ୍ୟ ବି କରିଥା’ନ୍ତି। ୨୦୦୩ ମସିହାରୁ ସେ ପ୍ରତିବର୍ଷ ଶ୍ରାବଣ ମାସରେ ଓ ଶିବରାତ୍ରି ପରଦିନ ସ୍ବଚ୍ଛତା ଅଭିଯାନ କରିଆସୁଛନ୍ତି। ଶ୍ରାବଣରେ କାଉଡ଼ିଆମାନେ ବିଭିନ୍ନ ଶିବାଳୟ ନିକଟରେ କଳସ, ବାହୁଙ୍ଗି, ବହୁ ପ୍ରକାର ପ୍ଲାଷ୍ଟିକ ସରଞ୍ଜାମ ଓ ବ୍ଲେଡ୍‌ ଆଦି ପକାଇ ଦେଇଥାଆନ୍ତି। ଏଗୁଡ଼ିକୁ ମଧ୍ୟ ସେ ସଫା କରନ୍ତି। କାଉଡ଼ିଆମାନେ ଶିକା କାଟିବାକୁ ଆଣିଥିବା ବ୍ଲେଡ୍‌କୁ ଫୁଲ ଓ ବେଲପତ୍ର ଆଦି ସହ ଫୋପାଡ଼ି ଦେଇଥା’ନ୍ତି। ଗୋରୁଗାଈମାନେ ଏସବୁ ଖାଇବା ଫଳରେ ବେଲପତ୍ର ଓ ଫୁଲ ସହ ସେହି ବ୍ଲେଡ୍‌ ସେମାନଙ୍କ ପେଟକୁ ଯାଏ। ଏହା ସେମାନଙ୍କ ମୃତ୍ୟୁର କାରଣ ସାଜିଥାଏ। ଏହାକୁ ରୋକିବାକୁ କାଉଡ଼ିଆ ଯାତ୍ରା ପରଦିନ ବିଭିନ୍ନ ମନ୍ଦିର ଓ ଜଳାଶୟ  ପରିଷ୍କାର କରୁ ବୋଲି ସୁଶାନ୍ତ କହିଛନ୍ତି।   

ଯେହେତୁ ଗଛ ଲଗାଇବା ବ୍ୟୟବହୁଳ ହେଲା, ଏହାର ବିକଳ୍ପ ସ୍ବରୂପ ସୁଶାନ୍ତ ଏବେ ସିଡ୍‌ବଲ୍‌ର ସହାୟତା ନେଉଛନ୍ତି। ମାଟି ଓ ଗୋବର ଖତକୁ ଚକଟି ସେଥିରେ ପଣସ, ଆତ, ତେନ୍ତୁଳି, କରଞ୍ଜ ଓ ରାଧାଚୂଡ଼ା ମଞ୍ଜି ପୁରାଇ ସିଡ୍‌ବଲ୍‌ ପ୍ରସ୍ତୁତ କରୁଛନ୍ତି ସେ। ଗତ ୫ ବର୍ଷ ହେ‌ଲା ସେ ବିଭିନ୍ନ ସ୍ଥାନରୁ ମଞ୍ଜି ସଂଗ୍ରହ କରି ଚନ୍ଦକା ଜଙ୍ଗଲ ମଧ୍ୟରେ ଥିବା କନ୍ଧଳେଇ ଗାଁର ଛୋଟଛୋଟ ପିଲାଙ୍କ ସହଯୋଗରେ ସିଡ୍‌ବଲ୍‌ ପ୍ରସ୍ତୁତ କରି ଜଙ୍ଗଲକୁ ଫିଙ୍ଗୁଛନ୍ତି। ଏହାଦ୍ବାରା ପିଲାମାନେ ପରିବେଶ ସୁରକ୍ଷା ଦିଗରେ ଅଧିକ ସଚେତନ ହେବା ସହ ଜଙ୍ଗଲରେ ଗଛ ସଂଖ୍ୟା ବି ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe