‘ସ୍ଥିରତା ପାଇଁ ସ୍ଥାୟୀ କୃଷି’ ଶୀର୍ଷକ ଆଲୋଚନାଚକ୍ର: ଚାଷରେ ଜୈବିକ ପଦ୍ଧତି ଆପଣାଇବାକୁ ପଡ଼ିବ

Advertisment

ଜଳବାୟୁ ପରିବର୍ତ୍ତନର ପ୍ରଭାବ କୃଷି ଉପରେ ମଧ୍ୟ ପଡ଼ୁଛି। ତାହାର ମୁକାବିଲା କରିବାକୁ ୫୦ ପ୍ରକାର ମଞ୍ଜି ପ୍ରସ୍ତୁତ କରିଦେଲେ ହେବ ନାହିଁ। ବରଂ ଲୋକଙ୍କ ଆବଶ୍ୟକତା ଏବଂ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି କହିଥିଲେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ କୃଷି ଉପରେ ମଧ୍ୟ ପଡ଼ୁଛି। ତାହାର ମୁକାବିଲା କରିବାକୁ ୫୦ ପ୍ରକାର ମଞ୍ଜି ପ୍ରସ୍ତୁତ କରିଦେଲେ ହେବ ନାହିଁ। ବରଂ ଲୋକଙ୍କ ଆବଶ୍ୟକତା ଏବଂ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି କହିଥିଲେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ।

gdgjdgddggj

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନର ପ୍ରଭାବ କୃଷି ଉପରେ ମଧ୍ୟ ପଡ଼ୁଛି। ତାହାର ମୁକାବିଲା କରିବାକୁ ୫୦ ପ୍ରକାର ମଞ୍ଜି ପ୍ରସ୍ତୁତ କରିଦେଲେ ହେବ ନାହିଁ। ବରଂ ଲୋକଙ୍କ ଆବଶ୍ୟକତା ଏବଂ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି କହିଥିଲେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ।  ‘ପୁନଶ୍ଚ ପୃଥିବୀ’ର ତୃତୀୟ ଅଧିବେଶନରେ ‘ସ୍ଥିରତା ପାଇଁ ସ୍ଥାୟୀ କୃଷି’ ଶୀର୍ଷକ ଆଲୋଚନାରେ ଭାଗନେଇ ଶ୍ରୀ ପାଢ଼ୀ କହିଥିଲେ, ଆମେ ବିକାଶକୁ ରୋକିପାରିବା ନାହିଁ କି ଶିଳ୍ପାନୁଷ୍ଠାନକୁ ବନ୍ଦ କରି ହେବ ନାହିଁ। ତେଣୁ ଏବେଠାରୁ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଆପଣାଇବାକୁ ଉଦ୍ୟମ ହେଉଛି। ଜୈବିକ ପଦ୍ଧତିରେ ଚାଷ କରିବା ସହ ପ୍ରାକୃତିକ ଉପାୟ ଆପଣାଇବାକୁ ପଡ଼ିବ। ସେହିପରି ଚାଷ ଜମିରେ କେବଳ ପାଣି ମଡ଼େଇ ଦେଲେ ଭଲ ଚାଷ ହୋଇଯିବ ନାହିଁ, ବରଂ ଜଳସେଚନ ଜରୁରୀ। ଓଡ଼ିଶାରେ ବର୍ଷକୁ ହାରାହାରି ୧୪୯୫ ମିଲିମିଟର ବର୍ଷା ହେଉଛି। ସେଥିମଧ୍ୟରୁ ୬୦ରୁ ୮୦% ବର୍ଷା ଜଳ ନଦୀ ଗର୍ଭରେ ମିଶିଯାଉଛି। ‌ସେଥିପ୍ରତି ଦୃଷ୍ଟି ଦେବା ସହ ଭୂତଳ ଜଳ ସଂରକ୍ଷଣ ଉପରେ ପ୍ରାଥମିକତା ଦେବାକୁ ହେବ ବୋଲି ଡ. ପାଢୀ କହିଥିଲେ।

ଅନ୍ୟତମ ବକ୍ତା ଭାବେ ୱାସନ୍‌ର କାର୍ଯ୍ୟନିର୍ବାହୀ ସଚିବ ଏ ରବୀନ୍ଦ୍ର ଯୋଗଦେଇ କହିଲେ, ବିଶ୍ୱରେ କେବଳ ଜଳବାୟୁ ସଙ୍କଟ ଗୋଟିଏ ସମସ୍ୟା ନୁହେଁ। ପୋଷଣ ସଙ୍କଟ, ସାର ଓ ରାସାୟନିକ ସଙ୍କଟ, କୃଷି ସଙ୍କଟ ଭଳି ଅନେକ ସମସ୍ୟା ଘେରରେ ଏବେ ଆମ୍ଭେ ଜୀବନଯାପନ କରୁଛୁ। ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ନଦୀ ଗର୍ଭକୁ ପ୍ରଦୂଷିତ କରୁଛି। ଅନେକ କ୍ଷେତ୍ରରେ କ୍ୟାନ୍‌ସରର କାରଣ ମଧ୍ୟ ପାଲଟୁଛି। ଏଥିପ୍ରତି ସତର୍କ ନ ହେଲେ ବଡ଼ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ। ଏବେ ସମୟ ଆସିଛି ଆଧୁନିକ କୌଶଳରେ ପାରମ୍ପରିକ ଚାଷର ଅଭିବୃଦ୍ଧି କରିବାକୁ ପଡ଼ିବ। ଚାଷ ଜମିକୁ ମନୋକ୍ରପ୍‌ରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଲାଇଭ୍‌ଲିହୁଡ୍‌ ଅଲ୍‌‌ଟର୍‌ନେଟିଭ୍‌ର ପ୍ରତିଷ୍ଠାତା ତଥା ପୂର୍ବତନ ଆଇଆର୍‌ଏସ୍‌ ଅଧିକାରୀ ସମ୍ବିତ ତ୍ରିପାଠୀ ଅଧିବେଶନରେ ସଂଯୋଜନା କରିବା ସହ ଭବିଷ୍ୟତ ପାଇଁ କିଭଳି ଇକୋସିଷ୍ଟମ୍‌ର ଆବଶ୍ୟକତା ରହିଛି ସେ ସମ୍ପର୍କରେ ମତ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe